- 3Shares
Yearly Horoscope Brusha
ବୃଷ ରାଶି
ବର୍ଷ ଆରମ୍ଭରୁ ରବି ଶୁକ୍ର ଓ ଶନି ଅଷ୍ଟମରେ, ଚନ୍ଦ୍ର ଦ୍ଵିତୀୟରେ, ମଙ୍ଗଳ ଓ ଗୂରୁ ଷଷ୍ଠରେ,ବୁଧ ସପ୍ତମରେ, ରାହୁ ତୃତୀୟରେ ଓ କେତୁ ନବମରେ ଅବସ୍ଥାନ କରିଛନ୍ତି।
ବାର୍ଷିକ ରାଶିଫଳ ବୃଷ ୨୦୨୦
ବାର୍ଷିକ ଶୁଭାଶୁଭ ଫଳ:-
୨୦୨୦ ମସିହା ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ସନ୍ତାନମାନେ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ । ସାଂସାରିକ ଜୀବନ ସୁଖମୟ ହେବ । ଉଦ୍ୟୋଗ, ରେଶମୀବସ୍ତ୍ର, ଅଗରବତୀ, ଇଟା, କ୍ଷୀର, ଦହି, ଘିଅ, ଚାନ୍ଦି, ବାଦ୍ୟଯନ୍ତ୍ର, ଚଳଚିତ୍ର, ଔଷଧ, ଶାଢ଼ୀ, ଷ୍ଟେସନାରୀ ଓ ମହିଳାମାନଙ୍କର ସୌଖୀନ ଦ୍ରବ୍ୟାଦି ବ୍ୟବସାୟର ଉଦ୍ୟୋଗ କରିପାରିବେ ।
ସଂ·ଳକ, ଓକିଲ, ନ୍ୟାୟଧୀଶ, ଚିକିତ୍ସକ, କଳାକାରମାନଙ୍କର ପ୍ରବଳ ଉନ୍ନତି ହେବ । ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ । ପୁରୁଖା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇପାରିବେ । ପ୍ରତିଯୋଗିତାରେ ଉତ୍ତିର୍ଣ୍ଣ ହୋଇ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ନେଇ ସୁଚାରୁରୂପେ ଚଳେଇ ପାରିବେ । ଦୀର୍ଘଦିନର ଆଶା ଏବେ ପୂରଣ ହେବ । ଉଚ୍ଚପଦବୀରେ ଅଧିଷ୍ଠିତହେବେ ।
କେତେକ କାର୍ଯ୍ୟ ଦୋଦୁଲ୍ୟମାନ ଅବସ୍ଥାରେ ରହିବ । ଜୀବନଧାରା ଉତ୍ଥାନ ପତ୍ତନ ଦେଇ ଗତିକରିବ । ଅତ୍ୟଧିକ ସାବଧାନତା ଆବଶ୍ୟକ । ବ୍ୟବସାୟରେ ଉନ୍ନତି ହେବ କିନ୍ତୁ ଶେଷରେ ଖର୍ଚ୍ଚାନ୍ତ ହେବା ଫଳରେ ହିସାବ ପାଇବେ ନାହିଁ ।ଅତ୍ୟଧିକ ପରିଶ୍ରମ ଯୋଗୁଁ ରୋଗାଗ୍ରସ୍ତ ହୋଇପଡ଼ିବେ । ରକ୍ତଚାପ ରୋଗ, ସୁଗାର, ପଇସା, ଅଭାବରୁ ମାନସିକ ଅଶାନ୍ତି ବୃଦ୍ଧି ପାଇବ ।
ନୂତନ କାର୍ଯ୍ୟାରମ୍ଭ କଲେ ଅଧିକ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟପୂରଣ କରିପାରିବେ । ପ୍ରାୟ ସମୟ ସ୍ତ୍ରୀଙ୍କ ପାଇଁ ଚିନ୍ତିତ ରହିବେ । ପରିବାରର ସଦସ୍ୟଙ୍କର ରୋଗ ଉପଚାର ନିବୃତ୍ତି କରିବାକୁ ଯାଇ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହେବେ । ପ୍ରତିକାର-ସୂର୍ଯ୍ୟଙ୍କୁ ଜଳ ଦାନଦେଇ ବେଲମୂଳ ନାଲି ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣ ବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ । ପିତା ମାତା, ଗୁରୁ ଗୁରୁଜନଙ୍କୁ ପ୍ରତ୍ୟେକ ଦିନ ପ୍ରଣାମ କରନ୍ତୁ ।
- 3Shares
- 3Shares