Yearly Horoscope Kanya
କନ୍ୟା ରାଶି
ବର୍ଷ ଆରମ୍ଭରୁ ରବି, ଶୁକ୍ର ଓ ଶନି ଚତୁର୍ଥରେ, ଚନ୍ଦ୍ର ଦଶମରେ, ମଙ୍ଗଳ ଓ ଗୂରୁ ଦ୍ଵିତୀୟରେ, ବୁଧ ତୃତୀୟରେ, ରାହୁ ଏକାଦଶରେ ଓ କେତୁ ପଞ୍ଚମରେ ଅବସ୍ଥାନ କରିଛନ୍ତି।
ବାର୍ଷିକ ରାଶିଫଳ କନ୍ୟା ୨୦୨୦
ବାର୍ଷିକ ଶୁଭାଶୁଭ ଫଳ:
୨୦୨୦ ମସିହା ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ଅକସ୍ମାତ ଧନଲାଭ ହେବ । ଶିକ୍ଷା ବିଭାଗ କର୍ମଚାରୀ, ରାଜ୍ୟପାଳ ଭବନ କର୍ମଚାରୀ, ଓକିଲ ସଂଘ, ସାର୍ବଜନିନ ନିର୍ମାଣ ବିଭାଗର କର୍ମଚାରୀ, ଜଳବଣ୍ଟନ ବିଭାଗ କର୍ମଚାରୀ ଚିକିତ୍ସା ବିଭାଗ କର୍ମଚାରୀ ମାନଙ୍କର କର୍ମକ୍ଷେତ୍ରରେ ଉନ୍ନତି ସହ ପଦୋନ୍ନତି ହେବ ଏବଂ କର୍ମପାଇଁ ଅପେକ୍ଷା କରିଥିବା ଯୁବକ ଓ ଯୁବତୀମାନେ ଉପଯୁକ୍ତ ବିଭାଗରେ କର୍ମ ନିଯୁକ୍ତି ପାଇବେ ।
ଗୃହପାଳିତ ପଶୁଙ୍କ ଦ୍ୱାରା ବିଶେଷ ଲାଭନ୍ୱିତ ହେବେ। ବ୍ୟାଙ୍କ ଋଣ ଆବଶ୍ୟକ ଥିଲେ ଅତି ସହଜରେ ପାଇପାରିବେ ଏବଂ ପୂର୍ବଋଣ ସହଜରେ ପରିଶୋଧ କରିପାରିବେ। ନୂତନ ସମ୍ପତ୍ତି କ୍ରୟ ବିକ୍ରୟ କରିବାର ଉପଯୁକ୍ତ ସମୟ ।
ବାଣିଜ୍ୟ, ବ୍ୟବସାୟ, ଦୋକାନ, ଅଫିସ, ବାସଗୃହ ଆଦି ସାଜସଜ୍ଜା କରିବାପାଇଁ ଉପଯୁକ୍ତ ସମୟ । ଶିକ୍ଷା, ଉଚ୍ଚଶିକ୍ଷା, ପ୍ରତିଯୋଗିତା ପରୀକ୍ଷାରେ ଉତ୍ତିର୍ଣ୍ଣ ହେବେ। ବିଦେଶ ଯାତ୍ରାରେ ଉଚ୍ଚଶିକ୍ଷା ପାଇଁ ଓ କର୍ମୋନ୍ନତି ପାଇଁ ସୁଯୋଗ ପାଇବେ। ଅବିବାହିତ ଯୁବକ ଓ ଯୁବତୀମାନେ ସୁରୁଖୁରୁରେ ବିବାହ କରିପାରିବେ। ରାଜନୈତିକ କ୍ଷେତ୍ରରେ ନିଦ୍ୱର୍ନ୍ଦରେ ଜୟଯୁକ୍ତ ହୋଇ ଉଚ୍ଚ ପଦପଦବୀରେ ପ୍ରତିଷ୍ଠିତ ହେବେ ।
ପାରିବାରିକ ଜୀବନ ଯାପନ ଶାନ୍ତିପୂର୍ଣ୍ଣ ହେବ। ପରିବାରର ସମସ୍ତ ସଦସ୍ୟ ଆପଣଙ୍କ ପ୍ରତି ସହଯୋଗ, ସହାନୁଭୂତି, ସୁସଂପର୍କ ରଖି ପ୍ରଶଂସା କରିବେ। ସ୍ୱାସ୍ଥ୍ୟ ଦିଗରେ ଛାତି, ଗଳା, ମେରୁଦଣ୍ଡ, ମସ୍ତିଷ୍କ ପ୍ରତି ସତର୍କ ଅବଲମ୍ବନ କରିବା ଉଚିତ୍ ।
ପ୍ରତିକାର-ଶନିଯନ୍ତ୍ର ପୂଜା କରନ୍ତୁ ଏବଂ ବାଡ଼ି ଅଁଳା ମୂଳ କଳାସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣ ବାହୁରେ ଓ ମହିଳାମାନେ ବାମବାହୁରେ ଶନିବାର ଦିନ ଧାରଣ କରନ୍ତୁ। ଶନିବାର, ଗୁରୁବାର ଓ ମଙ୍ଗଳବାର ଆମିଷ, ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ।