- 20Shares
Yearly Horoscope Tula
ତୁଳା ରାଶି
ବର୍ଷ ଆରମ୍ଭରୁ ରବି, ଶୁକ୍ର ଓ ଶନି ତୃତୀୟରେ, ଚନ୍ଦ୍ର ନବମରେ, ମଙ୍ଗଳ ଓ ଗୁରୁ ସ୍ଵରାଶିରେ, ବୁଧ ଦ୍ଵିତୀୟରେ, ରାହୁ ଦଶମରେ ଓ କେତୁ ଚତୁର୍ଥରେ ଅବସ୍ଥାନ କରିଛନ୍ତି ।
ବାର୍ଷିକ ରାଶିଫଳ ତୁଳା ୨୦୨୦
ବାର୍ଷିକ ଶୁଭାଶୁଭ ଫଳ:
୨୦୨୦ ମସିହା ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ। ବିଶେଷକରି ବିଦ୍ୟାର୍ଥୀ-ମାନଙ୍କପାଇଁ ଏହାଏକ ସୁବର୍ଣ୍ଣ ସୁଯୋଗ । ପ୍ରତିଯୋଗୀ ପରୀକ୍ଷାରେ ପ୍ରଶାସନିକ ସେବାପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବ । ପରାକ୍ରମ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧିହେବ । ସରକାରୀ କର୍ମଚାରୀମାନେ ପ୍ରମୋଶନ ପାଇ ଖୁସି ହେବେ ଏବଂ ଧନଲାଭ କରିବାର ସୁଯୋଗ ପାଇବେ ।
ବ୍ୟବସାୟୀମାନେ ଯେକୌଣସି ଜାଗାରୁ ଧନଉପାର୍ଜନ କରିପାରିବେ ଓ ବ୍ୟବସାୟକୁ ବିସ୍ତାରିତ କରିବା ପାଇଁ ସକ୍ଷମ ହେବେ । ସମ୍ପତ୍ତି କ୍ରୟକରିବା ପାଇଁ ଅତ୍ୟନ୍ତ ଶୁଭ ସମୟ । ସନ୍ତାନଠାରୁ ସୁଖପ୍ରାପ୍ତି ହେବ । କାର୍ପାସ, ଚିତ୍ରକଳା, ଷ୍ଟେସ୍ନାରୀ, ଚଳଚିତ୍ର, ମିଠାଦ୍ରବ୍ୟ ବା ମିଷ୍ଠାନ୍ନ ଭଣ୍ଡାର, ·ନ୍ଦି, ·ଉଳ, ଗହମ, ବସ୍ତ୍ର, ଫଟୋଗ୍ରାଫି, ଶୃଙ୍ଗାର ପ୍ରସାଧନ ବ୍ୟବସାୟୀମାନେ ବା ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ ।
ଇଂରାଜୀ ପ୍ରଫେସର, ଅଭିନେତା ଓ ଅଭିନେତ୍ରୀ, ସଙ୍ଗୀତଜ୍ଞ, ଉଚ୍ଚ ଅଧିକାରୀ ପଦରେ ପହଞ୍ଚି ପାରିବେ । ରାଜନିତୀ କ୍ଷେତ୍ରରେ ସଫଳତାସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବେ । ମାଲିମକଦ୍ଦମାରେ ବିଜୟଲାଭ ହେବ ।
ସମସ୍ତ ସମସ୍ୟା ଧିରେ ଧିରେ ଅପସରିଯିବ । ଭାତୃ ବିବାଦ, ଅଯଥା ଧନଖର୍ଚ୍ଚ, ଶତ୍ରୁମାନେ ବିପଦରେ ପକେଇବା ପାଇଁ ଚେଷ୍ଟା କରିପାରନ୍ତି । ପୁରାତନ ରୋଗ ବୃଦ୍ଧି ପାଇପାରେ । ପ୍ରତିକାର-ସଂପୂର୍ଣ୍ଣ କଷ୍ଟନିବାରଣଯନ୍ତ୍ର ପୂଜାକରନ୍ତୁ । ପ୍ରତ୍ୟେକଦିନ ମନ୍ଦିରବେଢ଼ା ପରିଷ୍କାରକରନ୍ତୁ, ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
- 20Shares
- 20Shares