Yearly Horoscope Bichha
ବିଛା ରାଶି
ବର୍ଷ ଆରମ୍ଭରୁ ରବି, ଶୁକ୍ର ଓ ଶନି ଦ୍ଵିତୀୟରେ, ଚନ୍ଦ୍ର ଅଷ୍ଟମରେ, ମଙ୍ଗଳ ଓ ଗୂରୁ ଦ୍ଵାଦଶରେ, ବୁଧ ସ୍ଵରାଶିରେ, ରାହୁ ନବମରେ ଓ କେତୁ ତୃତୀୟରେ ଅବସ୍ଥାନ କରିଛନ୍ତି ।
ବାର୍ଷିକ ରାଶିଫଳ ବିଛା ୨୦୨୦
ବାର୍ଷିକ ଶୁଭାଶୁଭ ଫଳ:
୨୦୨ ୦ମସିହା ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ଆପଣ ସର୍ବାଧିକ ଭାଗ୍ୟଶାଳୀ ହେବେ । ଉନ୍ନତିସହ ଶାନ୍ତି ଉପୁଜିବ । ଶତୃମାନେ ମୁଣ୍ଡ ନୂଆଁଇବେ । ଆର୍ଥିକକ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବ । ଚିନ୍ତାଦୂର ହୋଇଯିବ । ବ୍ୟବସାୟ କରୁଥିଲେ ଲାଭ ଲାଗି ରହିବ । ବୁଡ଼ିଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତି ହେବ ।
ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନହେବ । ମହତ୍ ଉଦେ୍ଦଶ୍ୟ ନେଇ ଉଚ୍ଚଆକାଂକ୍ଷାରେ ବିଦେଶଯାତ୍ରା କଲେ ନିଶ୍ଚୟ ଭାଗ୍ୟୋଦୟ ହେବାସହ ଅଭିଳାଷପୂର୍ଣ୍ଣ ହେବ । ବିଦ୍ୟାର୍ଥୀମାନେ ଶିକ୍ଷାକ୍ଷେତ୍ରରେ ଆଶାନୁରୂପ ଫଳପାଇବେ । ବାରମ୍ବାର ମନଉଚ୍ଚାଟ ରହିବ । ପ୍ରଚୁର ଆୟହେବ ।
ଇଲେକ୍ଟ୍ରୀ, ଇଲେକଟ୍ରୋନିକସ୍, ଠିକାଦାରୀ, ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ, ଗୁଡ଼, ଲଙ୍କାମରିଚ, ମସୁରଡାଲି, ଧାନ, ଗହମ ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କିମ୍ବା ଏହି ସଂସ୍ଥାରେ କର୍ମରତ ଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ । ବାଦବିବାଦ ମାଲିମକଦ୍ଦମାରେ ବିଜୟ ଲାଭ କରିବେ ।
ପୈତୃକ ସମ୍ପତ୍ତିକୁ ନେଇ ସମସ୍ୟା ଥିଲେ କଳେବଳେ କୌଶଳେ ସମାଧାନ କରି ମାନସମ୍ମାନ ବୃଦ୍ଧି ହେବ । ଧାର ଊଧାର ଦେଇଥିବା ଧନ ସହଜ ସରଳରେ ଫେରିପାଇବେ ।
ରାଜନୀତି କ୍ଷେତ୍ରରେ ଉଚ୍ଚପଦ ପଦବୀରେ ଅଧିଷ୍ଠିତ ହେବେ । ଧର୍ମାନୁଷ୍ଠାନରେ ପ୍ରେରଣା ପାଇ ସମସ୍ତ କ୍ଷେତ୍ରରେ ବିଜୟୀ ହେବେ । ଅନେକ ଅର୍ଥ ପାରିବାରିକ କ୍ଷେତ୍ରରେ ଆତ୍ମୀୟମାନଙ୍କର ଶୁଭ କାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି । ପ୍ରତିକାର-ପ୍ରତ୍ୟେକ ଦିନ କୁକୁରକୁ କିଛି ଖାଇବାକୁ ଦିଅନ୍ତୁ । ସମ୍ପୂର୍ଣ୍ଣ ବଗଳାମୂଖୀ ଯନ୍ତ୍ର ପୂଜା କରନ୍ତୁ । ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।