Monthly Bichha ଦୈନିକ ରାଶିଫଳ ସାପ୍ତାହିକ ରାଶିଫଳ ମାସିକ ରାଶିଫଳ ବାର୍ଷିକ ରାଶିଫଳ ମେଷ ବୃଷ ମିଥୁନ କର୍କଟ ସିଂହ କନ୍ୟା ତୁଳା ବିଛା ଧନୁ ମକର କୁମ୍ଭ ମୀନ Monthly Bichha Bhagyaphala (August 2026) : Scorpio Predictions & Lucky Dates☀️ ବିଛା ରାଶିର ମାସିକ ରାଶିଫଳ ବିଚ୍ଛା ରାଶି ଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପଞ୍ଚମଭାବ ବା ସନ୍ତାନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସ୍ୱାସ୍ଥ୍ୟରେ ପ୍ରବଳ ଉନ୍ନତି ପରିଲିକ୍ଷିତ ହେବ । ବ୍ୟବସାୟ କ୍ଷେତ୍ରରେ କୌଣସି ଜରୁରୀ କାର୍ଯ୍ୟକୁ ମନୋଯୋଗ ଦେଇ ପୂର୍ଣ୍ଣକରିବେ । ରାଜନୀତି କ୍ଷେତ୍ରରେ ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । କ୍ରିଡା, ପ୍ରତିଦ୍ୱନ୍ଦିତା, ପ୍ରତିଯୋଗୀତା ପରୀକ୍ଷାରେ କୃତକାର୍ଯ୍ୟ ହେବେ । ଆକସ୍ମିକ ଧନ ପ୍ରାପ୍ତି ହେବ । ଦୂରଯାତ୍ରା କରିବା ଦ୍ୱାରା ବହୁତ ଲାଭ ହେବ ଓ ବକେୟା ଅର୍ଥ କିଛି ମିଳିବ । ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥôବା ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ । କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ନେଇ ପ୍ରଶଂସିତ ହେବେ ଓ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇବେ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ବିଶେଷ ସମୟ ଦେବାକୁ ପଡ଼ିବ । ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ । କରଜ ଦାତାଙ୍କ କରଜ ପରିଶୋଧ କରିବା ପାଇଁ ସୁବିଧା ପାଇବେ । ପ୍ରତିକାର:- ପ୍ରତ୍ୟେକଦିନ ଶୟନ କକ୍ଷରେ ଘିଅ ଦୀପ ଜାଳନ୍ତୁ ।