Monthly Kumbha ଦୈନିକ ରାଶିଫଳ ସାପ୍ତାହିକ ରାଶିଫଳ ମାସିକ ରାଶିଫଳ ବାର୍ଷିକ ରାଶିଫଳ ମେଷ ବୃଷ ମିଥୁନ କର୍କଟ ସିଂହ କନ୍ୟା ତୁଳା ବିଛା ଧନୁ ମକର କୁମ୍ଭ ମୀନ Monthly Kumbha Bhagyaphala (August 2026) : Aquarius Predictions & Lucky Dates☀️ କୁମ୍ଭ ରାଶିର ମାସିକ ରାଶିଫଳ କୁମ୍ଭ ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଦ୍ୱିତୀୟ ଭାବରେ ବା ଧନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଦୁଃସାହସିକ ପଦକ୍ଷେପ ନେଇ ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧôକ ଲାଭର ଉପଭୋକ୍ତା ହେବେ । ପୁରାତନ ରୋଗର ଉପଶମ ହୋଇ ଶରୀର ସୁସ୍ଥ ରହିବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି ହେବାସହ ସମସ୍ତ ଦୁଃଶ୍ଚିନ୍ତା ଦୂର ହେବ । ସାମାଜିକ ସ୍ତରରେ ଉଚ୍ଚପଦ ପଦବୀରେ ଅଧôଷ୍ଠିତ ହୋଇ ପାରନ୍ତି । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କ ଠାରୁ ଅକସ୍ମାତ୍ ସାହାଯ୍ୟ ପାଇ ଧନ୍ୟ ହେବେ । କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବାଦ୍ୱାରା ଆୟର ସ୍ରୋତ ଖୋଲି ଯିବ । ଉଚ୍ଚାକାଂକ୍ଷା ପୁର୍ତ୍ତିର ଫଳ ସ୍ୱରୂପ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଧନମାନ ଦିଗରୁ ସୁରକ୍ଷିତ ରହିବେ । ପରିବାରରେ ଅର୍ଥ ସଙ୍କଟ ଦୂରେଇ ଯିବାରୁ ଅତ୍ୟଧôକ ଆନନ୍ଦିତ ହେବେ । ପ୍ରତିକାର:- ପ୍ରତ୍ୟେକଦିନ ଶୟନ କକ୍ଷରେ ଘିଅ ଦୀପ ଜାଳନ୍ତୁ ।