Monthly Singha ଦୈନିକ ରାଶିଫଳ ସାପ୍ତାହିକ ରାଶିଫଳ ମାସିକ ରାଶିଫଳ ବାର୍ଷିକ ରାଶିଫଳ ମେଷ ବୃଷ ମିଥୁନ କର୍କଟ ସିଂହ କନ୍ୟା ତୁଳା ବିଛା ଧନୁ ମକର କୁମ୍ଭ ମୀନ Monthly Singha Bhagyaphala (August 2026) : Leo Predictions & Lucky Dates☀️ ସିଂହ ରାଶିର ମାସିକ ରାଶିଫଳ ସିଂହ ରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ଅଷ୍ଟମ ଭାବରେ ବା ନିଧନ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ଆୟ ଉପାର୍ଜ୍ଜନର ବୃଦ୍ଧିହୋଇ ଆର୍ଥôକ କ୍ଷେତ୍ରରେ ପ୍ରବଳ ଉନ୍ନତି ହେବ । ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ । କଠିନ ପରିଶ୍ରମ କରି କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀ ମାନଙ୍କ ପ୍ରିୟଭାଜନ ହେବେ । ସାଙ୍ଗ ସାଥôମାନେ ସାହାଯ୍ୟ କରିବେ । ବରିଷ୍ଠ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ଆର୍ଥôକ କ୍ଷେତ୍ରରେ ପରିବର୍ତ୍ତନ ହେବ ଏବଂ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବ୍ୟବସାୟର ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାର ପ୍ରଯନô କରିବେ । ବାଦବିବାଦ, କ୍ରିଡା, ପ୍ରତିଦ୍ୱନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ପ୍ରଶଂସିତ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସୁଫଳ ପାଇବେ । ଆୟ ତୁଳନାରେ ବ୍ୟୟ ଅଧôକ ହେବ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି । ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିପାରନ୍ତି । ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।