Yearly Singha Rashiphala

Mesha barsika rasifala ମେଷyearly odia rasiphala for brusha ବୃଷMithuna odia rasifala 2018 ମିଥୁନKarkata oriya barshika rashiphala କର୍କଟ
Singha barsika horoscope ସିଂହKanya rashi phal for 2018 କନ୍ୟାLibra odia horoscope Tula ତୁଳାBichha this year rasifala ବିଛା
Dhanu rasi astrology 2018 ଧନୁBarsika Makara oriya horoscope ମକରOdia Kumbha yearly rasifala କୁମ୍ଭOdia Mina 2018 rasifala ମୀନ

 


Yearly Horoscope Singha

ସିଂହ ରାଶି

ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ଶୁକ୍ର, ବିଛାରେ ଚନ୍ଦ୍ର, ମଙ୍ଗଳ ଓ କେତୁ, ମକରରେ ଶନି, ବୁଧ, କୁମ୍ଭରେ ଗୁରୁ, ବୃଷରେ ରାହୁ ଅବସ୍ଥାନ କରିଛନ୍ତି ।


 

ବାର୍ଷିକ ରାଶିଫଳ ସିଂହ ୨୦୨୨

ବାର୍ଷିକ ଶୁଭାଶୁଭ ଫଳ:

୨୦୨୨ ମସିହା ଇଂରାଜୀ ନବବର୍ଷ କେମିତି କଟିବ ସିଂହରାଶିର ଆବାଳବୃଦ୍ଧ ବନିତା ମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା – ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ଓ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ଆଶାରୁ ହିଁ ଜିଜ୍ଞାସା ସୃଷ୍ଟି ହୁଏ । ଏହି ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ?

ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ । ତେବେ ଆସନ୍ତୁ ଏବେ ଜାଣିବା ୨୦୨୨ ମସିହାରେ ସିଂହରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ।

ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ଶୁକ୍ର, ବିଛାରେ ଚନ୍ଦ୍ର, ମଙ୍ଗଳ ଓ କେତୁ, ମକରରେ ଶନି, ବୁଧ, କୁମ୍ଭରେ ଗୁରୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୨ମସିହା ଏପ୍ରିଲମାସ ୧୩ତାରିଖରେ ମୀନ ରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ୨୦୨୨ ମସିହା ଅପ୍ରେଲ ୨୯ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହେବେ ଓ ଜୁଲାଇ ୧୨ତାରିଖରେ ମକର ରାଶିକୁ ବକ୍ରହୋଇ ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ରାହୁ ମାର୍ଚ୍ଚ ୧୭ ତାରିଖରେ ମେଷ ରାଶିକୁ ଓ କେତୁ ତୁଳାରାଶିକୁ ବକ୍ର ସଂଚାର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ ।

ସିଂହ- ସିଂହ ରାଶିର ଜାତକଙ୍କ ପାଇଁ ୨୦୨୨ ମସିହାରେ ଉତ୍ତମ ଫଳ ପ୍ରାପ୍ତ ହେବ । ଗୃହରେ ସବୁ ସଦସ୍ୟଙ୍କ ଧ୍ୟାନ ରଖିଲେ ସକାରାତ୍ମକ ପରରିବେଶ ସୃଷ୍ଟି ହେବ । ପରିବାରର କୌଣସି ସଦସ୍ୟଙ୍କ ନୂତନକର୍ମ ନିଯୁକ୍ତି ହେବ । ସରକାରୀ କ୍ଷେତ୍ରରେ ପରୀକ୍ଷା ଦେଲେ ଉତିର୍ଣ୍ଣ ହେବେ । ପରିବାର, ଦାମ୍ପତ୍ୟ ଜୀବନ ଓ ପ୍ରେମ ସମ୍ପର୍କରେ ସଫଳ ହେବେ । ଆର୍ଥିକ, କ୍ୟାରିୟର, ଶିକ୍ଷା କ୍ଷେତ୍ରରେ ଉତ୍ତମ ପରିଣାମ ପ୍ରାପ୍ତ ହେବ । ଧନ ସମ୍ବନ୍ଧୀୟ ମାମଲାରେ ବୁଦ୍ଧି ଓ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ । ଦୃଢସଂକଲ୍ପ ଓ ଆତ୍ମବିଶ୍ଵାସରେ ଭରପୁର ହେବ ।

ଚିତ୍ତପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବ । ରାଜକୀୟ ମାମଲାରେ ସମସ୍ୟା ଦୂରହୋଇ ଉଚ୍ଚ ଆଶାରେ ଆଗେଇବେ । ଭବିଷ୍ୟତରେ ମିଳିବାକୁ ଥିବା ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ସମାଧାନ ହେବ । ଭାଇ ଭଉଣୀ ମାନଙ୍କ ସହ ମନୋ ମାଳିନ୍ୟ ଦୂର ହେବ । ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । ପଡୋଶୀ ବା କୁଟୁମ୍ବଙ୍କ ସହ ମାନମନାନ୍ତର ଥିଲେ ମେଣ୍ଟିଯିବ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ-ବିବାହ, ଚାକିରୀ ଇତ୍ୟାଦି ସଂପୂର୍ଣ୍ଣ ହେବ । ଜୀବନ ସାଥିଙ୍କ ସହ ସୁଖ ଶାନ୍ତିରେ ସମୟ ବିତେଇବେ । ଶାରୀରିକ କ୍ଷେତ୍ରରେ ଉନ୍ନତି ହେବ । ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରୀ କ୍ଷେତ୍ରରେ ଉନ୍ନତି କରି ପାରିବେ । କର୍ମକ୍ଷେତ୍ରରେ ସୁଖ-ସୌଭାଗ୍ୟ ତଥା ଯଶ-ପ୍ରସିଦ୍ଧି ଆଶା କରି ହେବ ଓ କର୍ମକ୍ଷେତ୍ରରେ ପ୍ରମୋଶନ ପାଇବା ଫଳରେ ପରିବର୍ତ୍ତନ ଆସିବ ।

ବରିଷ୍ଠ କର୍ମଚାରୀଙ୍କ ସହିତ ସୁସମ୍ପର୍କ ସ୍ଥାପିତ ହୋଇ କର୍ମ କ୍ଷେତ୍ରରେ ଶାନ୍ତି ମିଳିବ । ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ବିଦ୍ୟାର୍ଥୀମାନଙ୍କର ଶିକ୍ଷାରେ ଭଲ ପରିଣାମ ମିଳିବ, କିନ୍ତୁ ଶିକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ । ଯେଉଁମାନେ ବିଦେଶରେ ରହି ପାଠ ପଢିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ସକାରାତ୍ମକ ପରିଣାମ ପାଇବାର ସମ୍ଭାବନା ଅଛି । ବୁଦ୍ଧିଜୀବି ମାନଙ୍କ ସହିତ ସମ୍ପର୍କ ମଜବୁତ୍ କରିବାରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ ଉଚ୍ଚ ସମ୍ପର୍କରୁ ଲାଭବାନ ହେବେ ଓ କୌଣସି ବରିଷ୍ଠ ରାଜନେତାଙ୍କ ପରାମର୍ଶରେ ନିର୍ବାଚନର ସୁଯୋଗ ପାଇପାରନ୍ତି । ରାଜନୈତିକ କ୍ଷେତ୍ରରେ ଲୋକଙ୍କ ପ୍ରତି ଉଦାର ଓ ଦୟାଳୁ ପ୍ରବୃତି ଜାଗ୍ରତ ହେବା ଫଳରେ ଲକ୍ଷ୍ୟ ସିଦ୍ଧିହେବ । ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ କୃତକାର୍ଯ୍ୟ ହେବେ ।

ବ୍ୟବସାୟରେ ପ୍ରେରଣା ଓ ଆର୍ଥିକ ସହାୟତାରେ ଉଚିତ୍ ଲାଭ ପ୍ରାପ୍ତ ହେବା ସହ କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରି ପାରିବେ । ଲକ୍ଷପ୍ରତି ଯଥାର୍ଥବାଦୀ ହୋଇ ଶତୃଙ୍କ ସହିତ ମୁକାବିଲା କରିପାରିବେ । ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚ ମାନ୍ୟତାରେ ବୃଦ୍ଧି ହେବ । ଆର୍ଥିକ ମାମଲା ସୁଧୁରି ଯାଇ ଋଣ ଭରଣାର ଯୋଜନା କରିଲେ ସଫଳତା ମିଳିବ । ନିଜ ଆତ୍ମୀୟ ଲୋକଙ୍କ ପ୍ରୋତ୍ସାହନ ପାଇ ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ନିଜର ରଚନାତ୍ମକତା ଚରମ ହେବ ତଥା ଲୋକଙ୍କୁ ନିଜର କରିପାରିବେ । ମାର୍ଚ୍ଚ ୧୭ ତାରିଖରେ ରାହୁ ମେଷ ରାଶିରେ କେତୁ ତୁଳା ରାଶିରେ ପ୍ରବେଶ କରିବେ ।

ଏପ୍ରିଲ ମାସ ପର ଠାରୁ ଗୁରୁ ଅଷ୍ଟମ ଭାବରେ ରହିବେ ଓ ଶନି ଶପ୍ତା ଆରମ୍ଭ ହେବ ଯାହା ଫଳରେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖିବା ଜରୁରୀ କାରଣ ଶାରୀରିକ ସମସ୍ୟା ଦେଖା ଦବ । ଶତୃଙ୍କଠାରୁ ଦୂରେଇ ନରହିଲେ ମନସ୍ତାପ ବଢିଯିବ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କାରଣ କିଛି ସମୟ ପାଇଁ ନିଜର ଧ୍ୟାନ ଭ୍ରମିତ ହୋଇପାରେ । କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ସମସ୍ୟା ହେତୁ ମାନସିକ ଚିନ୍ତା ବୃଦ୍ଧି ହେବ । ପରିବାରରେ କିମ୍ବା କୁଟୁମ୍ବରେ ଶୁଭ କାର୍ଯ୍ୟର ଦାୟିତ୍ଵ ନେଇ ଧାଦୌଡ କରିବା ଫଳରେ କଷ୍ଟ ସ୍ଵୀକାର କରିବେ । ପ୍ରତିକାର:- ୧- ପ୍ରତ୍ୟେକ ଦିନ କଦଳୀଗଛ ମୂଳରେ ହଳଦୀ ପାଣି ଦିଅନ୍ତୁ । ୨- ପାଣିରେ କିଛି ଫିଟିକିରି ପକାଇ ଘରକୁ ପୋଛନ୍ତୁ । ୩- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।