- 5Shares
Yearly Horoscope Mithuna
ମିଥୁନ ରାଶି
ବର୍ଷ ଆରମ୍ଭରୁ ରବି ଶୁକ୍ରଓ ଶନି ସପ୍ତମରେ, ଚନ୍ଦ୍ର ସ୍ଵରାଶିରେ, ମଙ୍ଗଳ ଓ ଗୂରୁ ପଞ୍ଚମରେ, ବୁଧ ଷଷ୍ଠରେ, ରାହୁ ଦ୍ଵିତୀୟରେ ଓ କେତୁ ଅଷ୍ଟମରେ ଅବସ୍ଥାନ କରିଛନ୍ତି।
ବାର୍ଷିକ ରାଶିଫଳ ମିଥୁନ ୨୦୨୦
ବାର୍ଷିକ ଶୁଭାଶୁଭ ଫଳ:
୨୦୨୦ ମସିହା ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ବିଶେଷ ରୂପରେ ଆପଣଙ୍କ ଭାଗ୍ୟ ଧିରେ ଧିରେ ଉନ୍ନତି ପଥରେ ଅଗ୍ରସର ହେବ । ଭାଗ୍ୟୋନ୍ନତି, ଧନଲାଭ ଏବଂ ସନ୍ତାନ କ୍ଷେତ୍ରରେ ଉନ୍ନତି ହେବ । ବେପାର ବଣିଜରେ ପ୍ରଚୁର ଲାଭ ମିଳିବ ଏବଂ ନୂଆ ନୂଆ ଉପାୟ ଚିନ୍ତା କରିବେ । ଅ·ନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ ।
ଉଚ୍ଚସ୍ତରୀୟ ଯାନବାହନ କ୍ରୟକରିବାର ସୁବିଧା ସୁଯୋଗ ପାଇବେ । ବ୍ୟବସାୟୀକ, ଆଧ୍ୟାତ୍ମିକ, ଉଚ୍ଚଶିକ୍ଷା ନିମିତ୍ତ ବିଦେଶଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ । ଦୀର୍ଘଦିନଧରି ଅଧା ହୋଇପଡ଼ିଥିବା କାର୍ଯ୍ୟମାନ ଧିରେ ଧିରେ ପୂର୍ଣ୍ଣ ହୋଇଯିବ । ପୁତ୍ର ରତ୍ନପ୍ରାପ୍ତି ହେବ । ନଷ୍ଟହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୂନର୍ବାର ଫେରିପାଇ ସମ୍ମାନିତ ହେବେ ।
ଆୟର ଯଥେଷ୍ଟ ଅର୍ଥ ମାଙ୍ଗଳିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚକରିବେ । ଧର୍ମାନୁଷ୍ଠାନ, ଯଜ୍ଞାନୁଷ୍ଠାନ, ପଞ୍ଚାୟତକ୍ଷେତ୍ରରେ ଉତ୍ସାହିତ ହେବେ । ଧନଧାନ୍ୟ, ମାନ-ସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧିପାଇବ । ଦାମ୍ପତ୍ୟସୁଖରେ ସୁଖୀହେବେ । ଗୃହରେ ସୁଖଶାନ୍ତି ବିରାଜମାନ କରିବ । ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦିନର କଷ୍ଟ ଦୂରହୋଇ ବର୍ତ୍ତମାନ ସୁଖର ସ୍ୱପ୍ନ ଦେଖିପାରିବେ ।
ପ୍ରଗତି, ଲାଭ, ଭୌତିକ ସଂବୃଦ୍ଧି ବୃଦ୍ଧି ହେବ । ସନ୍ତାନ ଓ ଦାମ୍ପତ୍ୟ ପ୍ରତି ସଜାଗ ରହିବା ଉଚିତ । କମ୍ପାନୀ, ବ୍ୟାଙ୍କ, କମ୍ପୁ୍ୟଟର ଇତ୍ୟାଦି ବିଭାଗରେ ନୂତନ କର୍ମପ୍ରାପ୍ତି ହେବ ଓ ଶିକ୍ଷାର ମଧ୍ୟ ସୁବିଧା ସୁଯୋଗ ପାଇବେ । ରାଜନୈତିକକ୍ଷେତ୍ରରେ ଗ୍ରହ ପ୍ରତିକୂଳ ହେତୁ ପ୍ରତିଯୋଗିତାରେ ପ୍ରବଳ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିବ ।
ଦଶାର ବଳାବଳ ନେଇ ଲୋକ ସମର୍ଥନ ପାଇବେ ଏବଂ ପ୍ରତିଯୋଗିତାରେ ସଫଳହେବେ । ଟାଣୁଆନେତା, ପୁରୁଖାନେତା ଆପଣଙ୍କ ପାଇଁ ପ୍ରତିବନ୍ଧକ ହୋଇ ଦେଖାଦେବେ । କର୍ମକ୍ଷେତ୍ରରେ ଶତ୍ରୁମାନେ ବିପଦରେ ପକେଇବା ପାଇଁ ଚେଷ୍ଟା କରିପାରନ୍ତି । ପ୍ରତିକାର-ଧର୍ମ କାର୍ଯ୍ୟରେ ଯୋଗଦେଇ କିଛି ଦାନକରନ୍ତୁ । ପ୍ରତ୍ୟେକ ଶୁକ୍ରବାରରେ ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ ।
- 5Shares
- 5Shares