Yearly Horoscope Dhanu
ଧନୁ ରାଶି
ବର୍ଷ ଆରମ୍ଭରୁରବି ଶୁକ୍ର ଓ ଶନି ସ୍ଵରାଶିରେ, ଚନ୍ଦ୍ର ସପ୍ତମରେ, ମଙ୍ଗଳ ଓ ଗୂରୁ ଏକାଦଶରେ,ବୁଧ ଦ୍ଵାଦଶରେ, ରାହୁ ଅଷ୍ଟମରେ ଓ କେତୁ ଦ୍ଵିତୀୟରେ ଅବସ୍ଥାନ କରିଛନ୍ତି ।
ବାର୍ଷିକ ରାଶିଫଳ ଧନୁ ୨୦୨୦
ବାର୍ଷିକ ଶୁଭାଶୁଭ ଫଳ:
୨୦୨୦ ମସିହା ଆପଣଙ୍କପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ନୂତନ ବ୍ୟବସାୟ ଆରମ୍ଭ, ଭାଗିଦାରୀ ବ୍ୟବସାୟରେ ସଫଳ, ବ୍ୟବସାୟରେ ଅଟକିଥିବାଧନ, ଦେଇଥିବାଧନ, ସେୟାର ବଜାର, ଲଟେରୀ, ଜୁଆ ଆଦିରେ ବିଶେଷ ଲାଭବାନ୍ ହେବେ । ବ୍ୟବସାୟକୁ ପ୍ରସାରିତ କରିବାକୁ ·ହୁଁଥିଲେ ଆବଶ୍ୟକ ଅର୍ଥ ବନ୍ଧୁମିତ୍ରଙ୍କର ସହଯୋଗ, ବ୍ୟାଙ୍କଋଣ ପ୍ରାପ୍ତି ହେବ ।
କୌଣସି ଏକ ଅଭିନ୍ନ ମିତ୍ରସହ ଏକ୍ସପୋର୍ଟ, ଇନ୍ପୋର୍ଟ, ହାଣ୍ଡିକ୍ରାଫ୍ଟ, ଫର୍ଣ୍ଣିଚର, ସିଜିନ୍ ବ୍ୟବସାୟରେ ମଧ୍ୟ ଅତ୍ୟନ୍ତ ଲାଭାନ୍ୱିତ ହୋଇ ସମ୍ପତ୍ତିି କ୍ରୟ କରିବେ । ନୂତନ କର୍ମ ବା ପରୀକ୍ଷା, ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହୋଇଥିଲେ ସଫଳତା ଲାଭ ହେବ । ପ୍ରଶାସନିକ ସେବା ସଂବନ୍ଧିତ ପରୀକ୍ଷାପାଇଁ ପ୍ରସ୍ତୁତ ହେବା ଉଚିତ୍ କିମ୍ବା ଡାକ୍ତରୀପାଠ ପଢ଼ୁଥିଲେ ବିଶେଷ ଉନ୍ନତି ହୋଇପାରିବ ।
ଭାଗ୍ୟର ପ୍ରବଳତାହେତୁ ସମସ୍ତକାର୍ଯ୍ୟ ପୂର୍ଣ୍ଣ ହେବ । କର୍ମକ୍ଷେତ୍ରରେ ପଦୋନ୍ନତି, ଇଚ୍ଛିତସ୍ଥାନରେ ସ୍ଥାନାନ୍ତରଣ, ବିଭାଗିୟ ଅଧିକାରୀ କିମ୍ବା ସହକର୍ମୀଙ୍କସହ ମଧୁରସମ୍ପର୍କ ସ୍ଥାପନ ହେବ । ସନ୍ତାନ, ଜୀବନସାଥୀ ଓ ପିତୃକ୍ଷେତ୍ରରେ ସର୍ବଶ୍ରେଷ୍ଠ ଫଳପାଇବେ । ଦାମ୍ପତ୍ୟଜୀବନ ସୁଖମୟ ହେବ । ନୂତନଗୃହ, ନୂତନଯାନ, ନୂତନବ୍ୟବସାୟ, ନୂତନଜାଗା ଜମି ପ୍ରାପ୍ତି ହେବ ।
ଉଚ୍ଚଶିକ୍ଷା ପାଇଁ ବିଦେଶଯାତ୍ରା କରିବେ । ଚାକିରୀ ପାଇଁ ଚେଷ୍ଟା କରୁଥିଲେ ଶିକ୍ଷାକ୍ଷେତ୍ର, ଧର୍ମାନୁଷ୍ଠାନ, ଭୋଜନାଳୟ, ପ୍ରଶାସନ ବିଭାଗ, ଖାଦ୍ୟସଂବନ୍ଧୀୟ ବିଭାଗ, ଖାଦ୍ୟପ୍ରସ୍ତୁତି କରୁଥିବା କାରଖାନାରେ ଯୋଗାଯୋଗ କଲେ କର୍ମ ନିଯୁକ୍ତିରେ ସଫଳତା ଲାଭ କରିବେ । ରାଜନୀତି କ୍ଷେତ୍ରରେ ବିରୋଧୀଙ୍କୁ ପରାସ୍ତ କରିବାରେ ସଫଳ ହେବେ ।
ସରକାରୀ ଖର୍ଚ୍ଚରେ ବିଦେଶ ଯାତ୍ରା କରିବେ । ଗୁରୁ-ଗୁରୁଜନମାନଙ୍କର ଆଶୀର୍ବାଦ ଲାଭକରିବେ । ପ୍ରତିକାର-ବୃହସ୍ପତି ଯନ୍ତ୍ର ପୂଜା କରନ୍ତୁ । ବାଡିଅଁଳା ମୂଳ କଳାସୂତାରେ ଗୁଡେଇ ଶନିବାର ଦିନ ପୁରୁଷମାନେ ଦକ୍ଷିଣ ବାହୁରେ ଓ ମହିଳାମାନେ ବାମବାହୁରେ ଧାରଣ କରନ୍ତୁ । ଗୋମାତାକୁ ପ୍ରତ୍ୟେକ ଦିନ କିଛି ଖାଇବାକୁ ଦିଅନ୍ତୁ ।