- 8Shares
Yearly Horoscope Mina
ମୀନ ରାଶି
ବର୍ଷ ଆରମ୍ଭରୁ ରବି, ଶୁକ୍ର ଓ ଶନି ଦଶମରେ, ଚନ୍ଦ୍ର ଚତୁର୍ଥରେ, ମଙ୍ଗଳ ଓ ଗୂରୁ ଅଷ୍ଟମରେ, ବୁଧ ନବମରେ, ରାହୁ ପଞ୍ଚମରେ ଓ କେତୁ ଏକାଦଶରେ ଅବସ୍ଥାନ କରିଛନ୍ତି ।
ବାର୍ଷିକ ରାଶିଫଳ ମୀନ ୨୦୨୦
ବାର୍ଷିକ ଶୁଭାଶୁଭ ଫଳ:
୨୦୨୦ ମସିହା ଆପଣଙ୍କପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ବିଦେଶୀଦ୍ରବ୍ୟ ବ୍ୟବସାୟରେ ବ୍ୟବସାୟିକ ସ୍ଥିତି ମଜବୁତ୍ ହେବ । ଆଦାନ ପ୍ରଦାନରେ ବିଶେଷ ଲାଭବାନ୍ ହେବେ । ନୂତନ ବ୍ୟବସାୟ ବିସ୍ତାର କରିବା ଫଳରେ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ପୂର୍ବଋଣ ପରିଶୋଧ କରିବାପାଇଁ ସାମର୍ଥ୍ୟ ହେବେ । ଅନେକ ଦିଗରୁ ଧନାଗମ ହେବ ।
ଗୃହନିର୍ମାଣ, ଜମିଜମା କ୍ରୟ ବିକ୍ରୟ, ସେୟାରବଜାର, ଜୁଆ, ଲଟେରୀ, ମଧ୍ୟସ୍ଥତା କରୁଥିବା ବ୍ୟକ୍ତିମାନେ ଆଶାତୀତ ଲାଭ ପାଇବେ । ଆକସ୍ମିକ ଧନ ପ୍ରାପ୍ତି ହେବ । ଆୟପନ୍ଥାର ପରିବର୍ତ୍ତନ ଆସିବ । ବିଦୁ୍ୟତବିଭାଗ, ପ୍ରଶାସନବିଭାଗ, ଜ୍ୟୋତିଷ, ବି·ରବିଭାଗ, ଡାକ ଓ ତାର ବିଭାଗ, ବୈଜ୍ଞାନିକ, ନୃତ୍ୟ ଓ ସଙ୍ଗୀତବିଭାଗ, ଆୟୁର୍ବେଦବିଭାଗ, ଜଳଦାୟବିଭାଗ, ସମାଜସୁଧାରକ, ଶିକ୍ଷାବିଭାଗ, ସମାଚାରପତ୍ର ବିଭାଗରେ କର୍ମରତଥିଲେ ବିଶେଷ ଲାଭବାନ୍ ହେବେ ।
କର୍ମକ୍ଷେତ୍ରରେ ପଦୋନ୍ନତି ଓ ସ୍ଥାନାନ୍ତରଣ ସମ୍ଭବ ହେବା ଯୋଗୁ ମନ ଖୁସି ରହିବ । ସହକର୍ମୀ ଓ ବିଭାଗୀୟ ଅଧିକାରୀମାନଙ୍କ ସହସମ୍ବନ୍ଧରେ ଆତ୍ମିୟତା ସୃଷ୍ଟି ହେବ । ନୂତନକର୍ମ ପ୍ରୟାସରତ ଯୁବକ ଯୁବତୀମାନେ ପ୍ରତିଯୋଗଗିତା ମୂଳକ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇ ନୂତନ କର୍ମରେ ନିଯୁକ୍ତି ପାଇବେ । ଶିକ୍ଷାକ୍ଷେତ୍ରରେ ମନୋବା‚ôତ ସ୍ଥାନରେ ପଢ଼ିବାର ସୁଯୋଗ ପାଇବେ ।
ଉଚ୍ଚଶିକ୍ଷା ପାଇଁ ବିଦେଶଯାତ୍ରା କରିବାର ଆଶାୟୀଥିବା ଛାତ୍ରଛାତ୍ରୀମାନେ ବିଦେଶଯାତ୍ରା କରିପାରିବେ । ସନ୍ତାନ ସନ୍ତତିଙ୍କ କାର୍ଯ୍ୟକଳାପରେ ଖୁସି ହେବେ । ଶିକ୍ଷା ସଦ୍ଗୁଣ, ଆଜ୍ଞାପାଳନ, ମହତ୍ତ୍ୱାକାଂକ୍ଷା ଦେଖି ଆନନ୍ଦ ଅନୁଭବ କରିବେ । ଧନାଢ଼୍ୟବ୍ୟକ୍ତି, ପ୍ରତିଷ୍ଠାବାନ୍ବ୍ୟକ୍ତି ଓ ବରିଷ୍ଠବ୍ୟକ୍ତିଙ୍କ ସହ ସମ୍ପର୍କସ୍ଥାପନ ଫଳରେ ବିଶେଷ ଉପକୃତ ହେବେ ।
ଧର୍ମାନୁଷ୍ଠାନରେ ଦାନ ଧର୍ମ କରିବା ଫଳରେ ଯଶ, ମାନ ପ୍ରତିଷ୍ଠା ବୃଦ୍ଧିପାଇବ । ରାଜନୈତିକ ବ୍ୟକ୍ତିମାନଙ୍କର ସାଙ୍ଗଠନିକ କାର୍ଯ୍ୟରେ ଶତ୍ରୁମାନେ ମଥାନତ କରିବେ । ତ୍ୟାଗ ଓ ମହତ୍ତ୍ୱାକାଂକ୍ଷା ପାଇଁ ପ୍ରଶଂସିତ ହେବେ । ନୂତନ ରୋଗ କିଛି ପ୍ରକାଶ ହେବାର ସମ୍ଭାବନା ନାହିଁ । ବୃଥା ଭ୍ରମଣ ଦ୍ୱାରା ପୁରାତନ ରୋଗର ପ୍ରକୋପ ବୃଦ୍ଧି ପାଇପାରେ ।
ପ୍ରତିକାର-ଅଶ୍ୱସ୍ଥବୃକ୍ଷ ମୂଳରେ ପ୍ରତ୍ୟେକ ଦିନ ପାଣି ଢ଼ାଳନ୍ତୁ । କେଶର ହଳଦୀ ଚନ୍ଦନ ମଥାରେ ଲଗାନ୍ତୁ । ବୁଲା କୁକୁରଙ୍କୁ କିଛି ଖାଇବାକୁ ଦିଅନ୍ତୁ ।
- 8Shares
- 8Shares