Yearly Horoscope Kumbha
କୁମ୍ଭ ରାଶି
ବର୍ଷ ଆରମ୍ଭରୁରବି ଶୁକ୍ର ଓ ଶନି ଏକାଦଶରେ, ଚନ୍ଦ୍ର ପଞ୍ଚମରେ, ମଙ୍ଗଳ ଓ ଗୂରୁ ନବମରେ,ବୁଧ ଦଶମରେ, ରାହୁ ଷଷ୍ଠରେ ଓ କେତୁ ଦ୍ଵାଦଶରେ ଅବସ୍ଥାନ କରିଛନ୍ତି ।
ବାର୍ଷିକ ରାଶିଫଳ କୁମ୍ଭ ୨୦୨୦
ବାର୍ଷିକ ଶୁଭାଶୁଭ ଫଳ:
୨୦୨୦ ମସିହା ଆପଣଙ୍କପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ଆୟ ଉପାର୍ଜ୍ଜନ ପାଇଁ ଅନେକ ଉପାୟ ଚିନ୍ତାକରି ସଫଳ ହେବେ । ବ୍ୟବସାୟ ବଢ଼େଇବାପାଇଁ ବନ୍ଧୁମିତ୍ରଙ୍କର ସହଯୋଗ, ବ୍ୟାଙ୍କ ଆଦିରୁ ଋଣ ପ୍ରାପ୍ତି ହେବ । ସେୟାରବଜାର, ଜୁଆ, ଲଟେରୀ, ପ୍ଲାଷ୍ଟିକ୍, ଚମଡ଼ା, ଠିକାଦାରୀ, ରାସ୍ତାଗୃହନିର୍ମାଣ, ମଟରପାର୍ଟସ୍, ପେଟ୍ରୋଲିୟମ୍ ପଦାର୍ଥ, କୋରିଅର, କୋଇଲା, କୋଳଥ, ଖାଦ୍ୟଦ୍ରବ୍ୟ, ଖାଇବାତେଲ, ଘିଅ, ଖାଦ୍ୟସାମଗ୍ରୀ, କାଚ, ବିଦୁ୍ୟତ୍ସାମଗ୍ରୀ, ଧାତୁ, ବସ୍ତ୍ର, ଔଷଧ, ଚଳଚିତ୍ର ଇତ୍ୟାଦି ବ୍ୟବସାୟ କରୁଥିଲେ ବିଶେଷ ଲାଭବାନ୍ ହେବେ ।
ନ୍ୟାୟଧୀଶ, ପ୍ରଶାସନିକସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା, ଡାକ୍ତର ଇତ୍ୟାଦି ହୋଇଥିଲେ କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତରର ଆଶା ଅଭିଳାଷ ପୂରଣ ହେବ ।
ପ୍ରତିଯୋଗିତା ପରୀକ୍ଷା ପ୍ରୟାସୀ ହୋଇଥିଲେ ନୂତନ କର୍ମରେ ନିଯୁକ୍ତି ପାଇବେ । ପରିବାରିକ ସମସ୍ୟା, ଗୃହରେ କଳହ, ପତି-ପତ୍ନୀ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତାଭାବ ଦୂରେଇ ଯିବ । ଶିକ୍ଷାକ୍ଷେତ୍ରରେ ତେଜସ୍ୱୀ, ବ୍ୟବହାରକୁଶଳ, ଅନୁଶାସନପି୍ରୟ, ଗୁଣିଜ୍ଞାନୀ ଯୋଗ୍ୟ, ଆଜ୍ଞାପାଳକ, ସୌଭାଗ୍ୟଶାଳୀ ହେବେ ।
ବିଭାଗୀୟପରୀକ୍ଷା, ପ୍ରତିଯୋଗିପରୀକ୍ଷାର ପରିଣାମ ମନ ଅନୁକୂଳ ହେବ । ବିଦେଶଯାତ୍ରାକରି ଅଧ୍ୟୟନପାଇଁ ଇଚ୍ଛୁକଥିବା ଛାତ୍ରଛାତ୍ରୀଙ୍କର ମନସ୍କାମନା ଅବଶ୍ୟ ପୂର୍ଣ୍ଣହେବ ।
ମନୋବାଞ୍ଛିତ ଶିକ୍ଷା ପ୍ରାପ୍ତି ହେବ । ବ୍ୟବସାୟୀମାନେ ଆବଶ୍ୟକତା ଠାରୁ ଅଧିକ ସତର୍କ ରହି ଯାତାୟାତ କରିବା ଉଚିତ୍ । ନତୁବା କର୍ମ·ରୀମାନେ କ୍ଷୟକ୍ଷତିର ସମ୍ମୁଖୀନ କରିପାରନ୍ତି । ଅର୍ଥ ଆଦାନ-ପ୍ରଦାନ କଲେ ପ୍ରଚୁର ଲାଭବାନ୍ ହେବେ । କୌଣସି ନୂତନକାର୍ଯ୍ୟ ଆରମ୍ଭ କରିବା ଶୁଭଦାୟକ ହେବ ।
ପ୍ରତିକାର-ବାଡିଅଁଳା ମୂଳ କଳାସୂତାରେ ଗୁଡେଇ ଶନିବାର ଦିନ ପୁରୁଷମାନେ ଦକ୍ଷିଣ ବାହୁରେ ଓ ମହିଳାମାନେ ବାମବାହୁରେ ଧାରଣ କରନ୍ତୁ । ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ । ମାଦକ ଦ୍ରବ୍ୟ ସଂପୂର୍ଣ୍ଣ ତ୍ୟାଗ କରନ୍ତୁ ।