Yearly Singha Rashiphala

ଶେୟାର କରନ୍ତୁ ଅନ୍ୟମାନକ ସହିତ
  • 3
    Shares

Mesha barsika rasifala
ମେଷ
yearly odia rasiphala for brusha
ବୃଷ
Mithuna odia rasifala 2018
ମିଥୁନ
Karkata oriya barshika rashiphala
କର୍କଟ
Singha barsika horoscope
ସିଂହ
Kanya rashi phal for 2018
କନ୍ୟା
Libra odia horoscope Tula
ତୁଳା
Bichha this year rasifala
ବିଛା
Dhanu rasi astrology 2018
ଧନୁ
Barsika Makara oriya horoscope
ମକର
Odia Kumbha yearly rasifala
କୁମ୍ଭ
Odia Mina 2018 rasifala
ମୀନ

 


Yearly Horoscope Singha

ସିଂହ ରାଶି

ବର୍ଷ ଆରମ୍ଭରୁ ରବି, ଶୁକ୍ର ଓ ଶନି ପଞ୍ଚମରେ, ଚନ୍ଦ୍ର ଏକାଦଶରେ, ମଙ୍ଗଳ ଓ ଗୂରୁ ତୃତୀୟରେ, ବୁଧ ଚତୁର୍ଥରେ, ରାହୁ ଦ୍ଵାଦଶରେ ଓ କେତୁ ଷଷ୍ଠରେ ଅବସ୍ଥାନ କରିଛନ୍ତି ।


 

ବାର୍ଷିକ ରାଶିଫଳ ସିଂହ ୨୦୧୮

ଦୈନିକ ସାପ୍ତାହିକ ମାସିକ ବାର୍ଷିକ

ବାର୍ଷିକ ଶୁଭାଶୁଭ ଫଳ:

ସିଂହରାଶି ଜାତ ବ୍ୟକ୍ତିଙ୍କ ପାଇଁ ଅଶୁଭଫଳର ପରିମାଣ ଅତ୍ୟନ୍ତ ଅଧିକ ହେବ । ଶତକଡା ୮୦ଭାଗ ଅଶୁଭଫଳ ଭୋଗ କରିବେ । ତେଣୁ ବର୍ଷ ଆରମ୍ଭରୁ ଯଥାବିଧି ପ୍ରତିକାର କରିଚାଲିବା ଆବଶ୍ୟକ । କର୍ମ କ୍ଷେତ୍ରରେ ଅଗ୍ରଗତି ହେବ । ଶତୃମାନେ ମୁଣ୍ଡ ଟେକିଲେ ମଧ୍ୟ ତାଙ୍କ ଉପରେ ନଜର ରଖି ଲକ୍ଷସ୍ଥଳ ଆଡକୁ ଗତି କରି ସ୍ଥିରତା ରକ୍ଷା କଲେ କର୍ମ କୁଶଳତା ଯୋଗେ ଆଦୃତି ଓ ପ୍ରତିଷ୍ଠା ଲାଭ ହେବ । ଉଚ୍ଚସ୍ତରୀୟ ସହଯୋଗରୁ ଉପକୃତ ହୋଇପାରନ୍ତି । କେତେକ ଦିଗରୁ ବୈଷୟିକ ଉନ୍ନତି ବାବଦରେ ଆଶା-ଆଶ୍ଵାସନା ବାଣୀ ଶୁଣିବେ ଓ ତଦ୍ଦ୍ୱାରା ଉତ୍ସାହିତ ହେବେ । କିନ୍ତୁ ମନୋବାଞ୍ଛା ପୁରଣରେ ବିଳମ୍ବ ହେବ । ପାରିବାରିକ ସୁଖ-ସଂପନ୍ନତା, ସାମାଜିକ କ୍ଷେତ୍ରରେ ପତିଆରା ବୃଦ୍ଧି ପାଇବ । ଯାନବାହନ ଓ ବିଳାସ ବ୍ୟଶନ ଦିଗରୁ ବି ଉପକୃତ ହେବେ । ବଚନ କୁଶଳତା ଯୋଗେ ଆଦୃତି ଓ ପ୍ରତିଷ୍ଠା ବଢିବ । ଧନ-ସମ୍ପଦ ଦୃଷ୍ଟିରୁ କ୍ଷତି ଘଟିବାର ମଧ୍ୟ ଆଶଙ୍କା ନାହିଁ । ପ୍ରତ୍ୟକ୍ଷ ଶତ୍ରୁପୀଡା ରହିବ ନାହିଁ । ବୁଦ୍ଧି ବିବେକ କଳ କୌଶଳରେ ଲକ୍ଷ୍ୟ ସିଦ୍ଧି ସମ୍ଭବ ହେବ। ଆୟ ଉତ୍ତମ ହେବ; ଶତ୍ରୁଜୟ ବା ବିବାଦୀୟ କାର୍ଯ୍ୟରେ ଜୟଯୁକ୍ତ ହେବେ। ପ୍ରତିଷ୍ଠା ମିଳିବ ଓ ନେତୃତ୍ଵ ଲାଭ ଯୋଗ ରହିଛି । ପରିବାରରେ ମଙ୍ଗୋଳତ୍ସବ, ବନ୍ଧୁଲାଭ ଓ ସୁଖଲାଭ ଓ ସୁଖ ସମ୍ମାନଦାୟକ ହେବ । ଅତି ଶୁଭ ସମୟ ହେଲା ମଇମାସ ୧୫ତାରିଖରୁ ଜୁଲାଇ ୧୫ ତାରିଖ ମଧ୍ୟରେ କର୍ମ ସଂସ୍ଥାନ, ଅର୍ଥଲାଭ , ପାରିବାରିକ ଉନ୍ନତି ଓ ବିବାହୋତ୍ସବ ଆଦି କରାଇବ ।

ମହିଳାମାନଙ୍କ ପାଇଁ: 

ଗୃହିଣୀ ମାନଙ୍କ ପାଇଁ ସୁଖଦାୟକ ହେବ । ଆତ୍ମୀୟ କେହି ଈର୍ଷାକାତର ହେଲେବି ବହୁ ଆପଣାର ଲୋକ ସହାୟତା କରିବେ । ସହନଶୀଳତା ଗୁଣରେ ଆଦର ପାଇବେ । ଦେହ ଓ ମନର ସ୍ଫୁର୍ତ୍ତି ବଢିବ । ସ୍ଵାମୀ ସୋହାଗିନୀ ହେବା ସଙ୍ଗେସଙ୍ଗେ ଉତ୍ତମ ଗୃହିଣୀ ଭାବରେ ସ୍ଵନାମ ଅର୍ଜନ କରିବେ । କର୍ମଜୀବିନୀମାନେ ସର୍ବଦା ସନ୍ତୁଷ୍ଟା ରହି କେତେକ ଦିଗରୁ ସମ୍ମାନ ତଥା ବିତ୍ତଶାଳିନୀ ହେବେ । ପାରିବାରିକ ଜୀବନରେ ଅବହେଳା ଓ ସ୍ଵେଛାଚାରୀତା ଦେଖାଦେବ । ବୈଷୟିକ ଶିକ୍ଷାନୁଷ୍ଠାନରେ ଯୋଗଦେଇପାରନ୍ତି । କୁମାରୀମାନେ ବର୍ଷଟି ସୁଖ ଶାନ୍ତିରେ କାଟିବେ । ମାଙ୍ଗଳିକ ଊତ୍ସବ ସୁରୁଖୁରୁରେ ସମ୍ପନ୍ନ ହେବ । ବର୍ଷର ଶେଷ ଦୁଇମାସ ସୁଖମାୟ ସାବିତ ହେଲେ ବି ବାକି ସମୟରେ ସାର୍ଥକତା ଆସିବ । ସ୍ଥଳବିଶେଷେ ଭବିଷ୍ୟତ ସ୍ଵପ୍ନକୁ ସାକାର କରିବା ନିମନ୍ତେ ଆଶିର୍ବାଦଯୁକ୍ତା ହେବେ । ଆଦୃତି ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ଗୋଷ୍ଠୀସ୍ଵାର୍ଥକୁ ବ୍ୟକ୍ତିଗତମଣି ଅଧିକ ମହାନତା ଦର୍ଶାଇବେ । ଅଧ୍ୟବସାୟର ସୁଫଳ ପାଇ ଖୁସିହେବେ । ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗନେବା ଯୋଗ ରହିଛି ।

ସ୍ଵାସ୍ଥ୍ୟ: 

ଶାରୀରିକ ସ୍ଵାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଜାଗିରଖି ଚାଲିଲେ ଦେହ ପ୍ରାୟ ଭଲ ରହିବ । ନତୁବା ହାଡସମ୍ବନ୍ଧୀୟରୋଗ, ଗ୍ୟାସ ସମ୍ବନ୍ଧୀୟରୋଗ, ଦୁର୍ଘଟଣା ଜନିତ ପୀଡା ଦୈହିକ ଦୁର୍ବଳତାରେ ମନୋବିକାର, ମଧୁମେହ, ରକ୍ତଚାପର ପ୍ରକୋପ ଓ ଅବସନ୍ନତା ବଢିଯିବ । ସତର୍କ ନ ହେଲେ ପୁରୁଣା ରୋଗ ମଧ୍ୟ ଦେଖାଦେବ । ମନୋବଳକୁ ଦୃଢ କରି ନିଜର ସ୍ଥିତିରେ ଆଶାବାଦୀ ହୋଇ ସନ୍ତୁଷ୍ଟ ରହିପାରିଲେ ନିଜର କର୍ମ କ୍ଷେତ୍ରରେ ତିଷ୍ଠି ପାରିବେ ଏବଂ ଲକ୍ଷ୍ୟ ହାସଲ ଦିଗରେ କ୍ଷିପ୍ର ଗତିରେ ଆଗେଇ ଚାଲିବେ । କଲିକ ରୋଗୀମାନେ ତଥା ବହୁମୂତ୍ର ରୋଗୀ ମାନେ ବଡ ଯନ୍ତ୍ରଣା ଭୋଗ କରିବେ।

ଛାତ୍ରଛାତ୍ରୀମାନଙ୍କ ପାଇଁ:

ଶିକ୍ଷାର୍ଥୀମାନଙ୍କ ପାଇଁ କେତେକ ଦିଗରୁ ଆଶୀର୍ବାଦଯୁକ୍ତ ହେବ । ତନ୍ମଧ୍ୟରେ ଶିକ୍ଷାୟତନ ମଧ୍ୟରେ ଯଶ-ପ୍ରଶଂସା ପ୍ରାପ୍ତି ହେବ । ଶିକ୍ଷାର ଗତି ମାର୍ଜିତ ହେବ ଓ ଉତ୍ତରଗୁଣ ପରିସ୍ଫୁଟ କରିପାରିବେ । ବର୍ଷ ଫଳ ବେଶ ଉତ୍ତମ । ପଢାପଢିରେ ଅଗ୍ରଗତି ଘଟିବ । ବିଭିନ୍ନ ସ୍ଥାନ ଭ୍ରମଣ ଯୋଗ ରହିଛି । ପ୍ରତିଯୋଗିତାରେ ଜୟଯୁକ୍ତ ହେବେ । ଶେଷବର୍ଷର ର୍ଛାତ୍ରଛାତ୍ରୀ ମାନେ କଠୋର ପରିଶ୍ରମ କରି ସ୍ଵନାମ ସହ ଉତ୍ତୀର୍ଣ୍ଣ ହେବେ । ଫେଲ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁଭ ସମୟ ଆସିଯାଇଛି । ବହୁ ଦିଗରୁ ସୁବିଧା ସୁଯୋଗ ପାଇ ସମସ୍ତ ପ୍ରକାର ବାଧାବିଘ୍ନକୁ ଆଡେଇ ଦେଇ ଗତି କରିବା ସତ୍ତ୍ୱେ ସ୍ଵାଭିମାନ ଓ ଉଚ୍ଚାକାଂକ୍ଷ। ବଳବତ୍ତର ରହିବ । ସମର ସ୍ରୋତରେ ବର୍ଷର ଆରମ୍ଭ ଭାଗରୁ ଏହି ପ୍ରକାର ସ୍ଥିତି କ୍ରମଶଃ ଆଖିଦୃଶିଆ ହୋଇପାରିବ।  

ପାରିବାରିକ: 

ମନୋବଳର ସଂଯୋଗରେ ସାହସିକ ପଦକ୍ଷେପ ଗ୍ରହଣ କରିବେ । ପାରିବାରିକ ଓ ବନ୍ଧୁବାନ୍ଧବ କ୍ଷେତ୍ରରେ ମର୍ଯ୍ୟାଦାବନ୍ତ ହୋଇପାରିବେ । ପଡୋଶୀ ସମ୍ପର୍କ ମଧୁର ହେବ । ଗୃହସଜ୍ଜା କିମ୍ବା ସଂସ୍କାର ଦିଗକୁ ମନ ବଳାଇବେ । ଭ୍ରମଣ ସୌଖ୍ୟ ମିଳିବ । ନିର୍ମାଣକାର୍ଯ୍ୟରେ ସୁଖ-ସନ୍ତୋଷ ପାଇବେ । ଆୟ ବୃଦ୍ଧିର ସମ୍ଭାବନା ପ୍ରବଳ ରହିଛି । ବ୍ୟୟ ବହୁଳତା ସତ୍ତ୍ୱେ ଅଭାବ-ଅସୁବିଧାକୁ କୌଣସି ମତେ ଚଳାଇ ନେଇ ପାରିବେ । କେତେକାଂଶରେ ଋଣ ପରିଶୋଧ ମଧ୍ୟ କରି ହେବ । ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ବିବହୋତ୍ସବ, ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ । ଆୟ ଉତ୍ତମ ଓ ବ୍ୟୟ ହ୍ରାସ ପାଇବ । ଦାମ୍ପତ୍ୟ ଜୀବନ ସୁଖରେ କଟିବ, କୌଣସି ଅଭାବ ରହିବ ନାହିଁ । ସନ୍ତାନ ସନ୍ତତିଙ୍କର ଉନ୍ନତିରେ ଆନନ୍ଦ ଅନୁଭବ କରିବେ । କେତେବେଳେ ଅର୍ଥାଭାବ ରହିବ ନାହିଁ । ବିଭିନ୍ନ ସୂତ୍ରରୁ ଆୟର ଯୋଗ ଏକ ସଙ୍ଗେ ପ୍ରଚୁର ଅର୍ଥଲାଭ ଯୋଗ ରହିଛି । କୌଣସି ବ୍ୟାଙ୍କରୁ ମଧ୍ୟ ଋଣ ପାଇବା ଯୋଗ ଅଛି। ପରିବାରରେ ଶୃଙ୍ଖଳା ବଜାୟ ରହିବ । ପ୍ରତ୍ୟେକ ବ୍ୟକ୍ତି ନିଜର ଇଚ୍ଛାକୁ ପ୍ରମୁଖତା ଦେବାଦ୍ଵାରା ସ୍ଥିତିର ମୁହୁର୍ମୁହୁ ପରିବର୍ତ୍ତନ ଘଟିବ ଓ ସୁନ୍ଦର ବାତାବରଣ ମଧ୍ୟେ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଥିବାରୁ ବାହାରକୁ ଫୁଟି ବାହାରିବ ନାହିଁ କିମ୍ବା ବୈଷୟିକ କ୍ଷୟକ୍ଷତି ଘଟାଇବ ନାହିଁ । ଆର୍ଥିକ ସମସ୍ୟା ବର୍ଷର ଅଧିକାଂଶ ସମୟ ସାଧାରଣ ସ୍ଵଚ୍ଛଳତା ତଥା ସମ୍ପନ୍ନତାର ସ୍ଥିତି ବଜାୟ ରହିବ ।

ବ୍ୟବସାୟ ଓ ଚାକିରି: 

ବ୍ୟବସାୟୀମାନେ ଚଳିତ ବ୍ୟବସାୟରେ ସନ୍ତୁଷ୍ଟ ହେଲେ ମଧ୍ୟ ତାହାକୁ ନୂଆ ମୋଡ ଦେବେ । କେହି କର୍ମଚାରୀ ମଧୁର ବଚନ କହି ପ୍ରତାରିତ କରି ପାରନ୍ତି । ଯେ କୌଣସି ଯୋଜନାରେ ଅସ୍ଥିରତା ଦେଖାଦେବ । କାରବାରରେ ଚାହିଦା ପୂରଣ କ୍ଷେତ୍ରରେ ତ୍ଵରାନ୍ନିତ ହେତୁ ପ୍ରତିଦ୍ଵନ୍ଦ୍ଵୀମାନଙ୍କ ପାଇଁ ତାହା ହତୋତ୍ସାୟ ସାବ୍ୟସ୍ତ ହେବ । କିଛି ଦ୍ରବ୍ୟ ବିନିମୟରେ ଅନେକ ପ୍ରାପ୍ତି ସମ୍ଭବ ହେବ । ଚାକିରିଜୀବୀମାନେ ଉପରିସ୍ଥଙ୍କ ନିଜର ହୋଇ ଉନ୍ନତିକର ପଥରେ ଆଗୁଆ ହେବେ । ସହକର୍ମୀ କେହି ଚଞ୍ଚଳତା କରିପାରନ୍ତି । କିନ୍ତୁ ବଳକୌଶଳ ହେତୁ ପ୍ରତିଷ୍ଠା ଓ ଆଦୃତିକୁ ରକ୍ଷା କରିପାରିବେ । ସାମୟିକ ବୈରାଗ୍ୟ ଉପୁଜିପାରେ । ଦୈବୀ ସହାୟତା ପ୍ରତି ଉନ୍ମୁଖ ହୋଇପାରନ୍ତି । ଶ୍ରମିକ ଓ କର୍ମଚାରୀ ଶୃଙ୍ଖଳିତ ହେବେ। ଅଭିବୃଦ୍ଧିର ପ୍ରଚେଷ୍ଟା ସୁଫଳପ୍ରଶୁ ହୋଇ ପାରିବ ଓ ଆର୍ଥିକ ବ୍ୟବସ୍ଥା କ୍ରମଶଃ ପ୍ରଭାବ ବିସ୍ତାର କରିବ । ଧନ-ମାନ ଦିଗରୁ ସବଳ ରହି ନିମ୍ନବର୍ଗ ଓ ଉଚ୍ଚବର୍ଗ ମଧ୍ୟଭାଗରେ ରହିବେ । ଚାକିରିରେ ପ୍ରତିଷ୍ଠିତ ହେବେ । ଉପରିସ୍ଥ କର୍ମଚାରୀ ଆପଣଙ୍କର ସହଯୋଗ ଲୋଡିବେ । ପଦୋନ୍ନତି ପାଇ ମାନସମ୍ମାନ ବଜାୟ ରହିବ । କଳକାରଖାନା ଓ ଶିଳ୍ପ ପ୍ରଭୃତିର ମାଲିକମାନେ ବ କଣ୍ଟ୍ରାକ୍ଟରମାନଙ୍କ ପାଇଁ ଏ ବର୍ଷର ଫଳ ଅତି ଉତ୍ତମ ଅଟେ । ମାଲି-ମୋକଦ୍ଦମାରେ ପ୍ରତିପକ୍ଷ ଦୁର୍ବଳ ହେବେ ଓ ଫଇସଲାର ପଥ ପ୍ରଶସ୍ତ ହେବ । ରାଜନୀତିରେ ଭାବମୂର୍ତ୍ତି ରକ୍ଷାକରି ଚଳିବେ। ପ୍ରତିଦ୍ଵନ୍ଦୀମାନେ ପଛରେ ପଡିରହିବେ । କରଜ ଭାରରୁ ମୁକ୍ତି ମିଳିବ । ଆଇନ ଅଦାଲତରେ ଜୟଯୁକ୍ତ ହେବେ । କୃଷିଜୀବୀମାନେ ଅନେକାଂଶରେ ସୁଖ-ସ୍ଵାଛନ୍ଦ୍ୟର ଉପଭୋକ୍ତା ହେବେ। ଚାଷ କାର୍ଯ୍ୟରେ ଉତ୍ପାଦନ ବୃଦ୍ଧି ପାଇବ । ନିଜର ଚେଷ୍ଟାରେ ବହୁ ମୂଲ୍ୟରେ ଦ୍ରବ୍ୟ ବିକ୍ରୟ ହେବ । ଗୁଡ ତଥା ଝୋଟ ଚାଷିମାନେ ଯଥେଷ୍ଟ ଲାଭ ଉଠାଇବେ।

ପ୍ରତିକାର:

ନବଗ୍ରହଙ୍କ ପାଇଁ ପ୍ରତିକାର କରଣୀୟ । ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ନବଗ୍ରହଯନ୍ତ୍ର ପୂଜାକରିବା ସହ ତ୍ରିଶକ୍ତିଙ୍କ କବଚ ଧାରଣ କରିବେ । ଅନ୍ଧ, ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରି ଗୋମାତାର ସେବାକରିବା ଆବଶ୍ୟକ । କୁକୁରକୁ ଖାଦ୍ୟ ଦିଅନ୍ତୁ ।

 


ଶେୟାର କରନ୍ତୁ ଅନ୍ୟମାନକ ସହିତ
  • 3
    Shares
  • 3
    Shares
error: Content is protected !!