Yearly Kumbha Rashiphala

Mesha barsika rasifala ମେଷyearly odia rasiphala for brusha ବୃଷMithuna odia rasifala 2018 ମିଥୁନKarkata oriya barshika rashiphala କର୍କଟ
Singha barsika horoscope ସିଂହKanya rashi phal for 2018 କନ୍ୟାLibra odia horoscope Tula ତୁଳାBichha this year rasifala ବିଛା
Dhanu rasi astrology 2018 ଧନୁBarsika Makara oriya horoscope ମକରOdia Kumbha yearly rasifala କୁମ୍ଭOdia Mina 2018 rasifala ମୀନ

Yearly Horoscope Kumbha

କୁମ୍ଭ ରାଶି

ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ଶୁକ୍ର, ବିଛାରେ ଚନ୍ଦ୍ର, ମଙ୍ଗଳ ଓ କେତୁ, ମକରରେ ଶନି, ବୁଧ, କୁମ୍ଭରେ ଗୁରୁ, ବୃଷରେ ରାହୁ ଅବସ୍ଥାନ କରିଛନ୍ତି ।


 

ବାର୍ଷିକ ରାଶିଫଳ କୁମ୍ଭ ୨୦୨୨

ବାର୍ଷିକ ଶୁଭାଶୁଭ ଫଳ: 

୨୦୨୨ ମସିହା ଇଂରାଜୀ ନବବର୍ଷ କେମିତି କଟିବ କୁମ୍ଭରାଶିର ଆବାଳବୃଦ୍ଧ ବନିତା ମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା – ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ଓ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ଆଶାରୁ ହିଁ ଜିଜ୍ଞାସା ସୃଷ୍ଟି ହୁଏ । ଏହି ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ?

ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ । ତେବେ ଆସନ୍ତୁ ଏବେ ଜାଣିବା ୨୦୨୨ ମସିହାରେ କୁମ୍ଭରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ।

ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ଶୁକ୍ର, ବିଛାରେ ଚନ୍ଦ୍ର, ମଙ୍ଗଳ ଓ କେତୁ, ମକରରେ ଶନି, ବୁଧ, କୁମ୍ଭରେ ଗୁରୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୨ମସିହା ଏପ୍ରିଲମାସ ୧୩ତାରିଖରେ ମୀନ ରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ୨୦୨୨ ମସିହା ଅପ୍ରେଲ ୨୯ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହେବେ ଓ ଜୁଲାଇ ୧୨ତାରିଖରେ ମକର ରାଶିକୁ ବକ୍ରହୋଇ ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ରାହୁ ମାର୍ଚ୍ଚ ୧୭ ତାରିଖରେ ମେଷ ରାଶିକୁ ଓ କେତୁ ତୁଳାରାଶିକୁ ବକ୍ର ସଂଚାର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ ।

କୁମ୍ଭ- କୁମ୍ଭରାଶିର ଜାତକଙ୍କ ପାଇଁ ୨୦୨୨ ମସିହା ଉତ୍ତମ ଫଳ ପ୍ରାପ୍ତ ହେବ । ୧୬ ଜାନୁୟାରୀ ଠାରୁ ମଙ୍ଗଳ ଧନୁ ରାଶିରେ ପ୍ରବେଶ କରିବେ । ଅଧିକ ଆୟ ଉପାର୍ଜନ କରି ଆର୍ଥିକ କ୍ଷେତ୍ରରେ ବିଶେଷ ଲାଭ ବାନ ହେବେ । ଏହି ବର୍ଷ ଅଲଗା ଅଲଗା ମାଧ୍ୟମରେ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ବିଶେଷ ଲାଭବାନ୍ ହେବେ । ଜାନୁୟାରୀ ମାସରେ ଶାରୀରିକ ସମସ୍ୟା ଦେଖା ଦେଇପାରେ । ମାର୍ଚ୍ଚମାସ ଠାରୁ ରାହୁ ବିକ୍ରମ ଭାବରେ ଓ ଅପ୍ରେଲ ମାସ ଠାରୁ ଗୁରୁ ଧନ କୁଟୁମ୍ବ ଭାବରେ ରହିବା ଫଳରେ ନିଜର ନିର୍ଣ୍ଣୟ କ୍ଷମତା ବୃଦ୍ଧି ହେବ । ଏହି ନିର୍ଣ୍ଣୟ ଜୀବନରେ ଅନେକକିଛି ପରିବର୍ତ୍ତନ କରିପାରେ । କ୍ୟାରିୟରରେ ସଫଳତା ମିଳିବ । ନିଜର ପରିଶ୍ରମରେ ଅନେକ ପରିବର୍ତ୍ତନ ହେବ । ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବା ସହିତ ଋଣ କରଜ ମଧ୍ୟ ସୁଝି ପାରିବେ ।

ନୂତନ ଯାନ କ୍ରୟ, ଗୃହନିର୍ମାଣ ଆଦି କରି ପାରିବେ । ପଡୋଶୀ ବା କୁଟୁମ୍ବଙ୍କ ସହ ମାନମନାନ୍ତର ଥିଲେ ମେଣ୍ଟିଯିବ । ଜାଗାଜମି ଘରବାଡ଼ି ନେଇ ଥିବା ସମସ୍ୟାର ସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ପରିବାରରେ ପରିବର୍ତ୍ତନର ଝଲକ ଦୃଶ୍ୟହେଲେ ମଧ୍ୟ କ୍ଷୟକ୍ଷତି ଘଟିବାର ଆଶଙ୍କା ନାହିଁ । ସମ୍ପର୍କୀୟଙ୍କ କୌଣସି ଘଟଣା ଯୋଗୁ ଶୁଭ ସୂଚନା ପାଇବେ । ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା, ରାଗରୁଷା, ମାନଅଭିମାନ, କଳହ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁ ପ୍ରଭାବ ପଡିବ ନହିଁ । ଶୁଭ ସମ୍ବାଦ ପାଇ ଆମୋଦ ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ ଓ ମନୋରଞ୍ଜନ କାର୍ଯ୍ୟ କ୍ରମରେ ମଜ୍ଜି ରହିବେ ।

ପ୍ରେମ ସମ୍ପର୍କ ବିବାହରେ ପରିଣତ ହେବ । ମିତ୍ରଙ୍କ ସାହାଯ୍ୟରେ ବନ୍ଦ ଥିବା କାର୍ଯ୍ୟ ଚାଲୁ କରିବାକୁ ସକ୍ଷମ ହେବେ । ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା ଜାରି ରଖିବେ ଓ ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପାଇବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ଆଗ୍ରହ ବଢିବ । ବିଦ୍ୟାର୍ଥୀମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ପାଇଁ ଆପ୍ରାଣ ଚେଷ୍ଟା କରିବେ । ଶିକ୍ଷା କ୍ଷେତ୍ରରେ ମାନସିକ ଏକାଗ୍ରତା ବଜାୟ ରହିବା ଯୋଗେ ଆନନ୍ଦିତ ହେବେ । ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା, ପ୍ରତିଦ୍ଵନ୍ଦିତାରେ ସଫଳ ହେବେ । ନୂଆ ନିଯୁକ୍ତି ପାଇ ରୋଜଗାର ପ୍ରାପ୍ତି ହେବାର ସମ୍ଭାବନା ଅଛି ।

ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ମାର୍ଚ୍ଚମାସ ଠାରୁ କିଛି ମହତ୍ଵପୂର୍ଣ୍ଣ କାର୍ଯ୍ୟ କରି କାର୍ଯ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ଲାଭ ପାଇବେ । ପୁରାତନ ରୋଗରୁ ଉପସମ ପାଇବା ସହ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ । କର୍ମକ୍ଷେତ୍ରରେ ସରକାରୀ ସାହାଯ୍ୟ ସହଯୋଗ ହାତଛଡା ହେବାର ନାହିଁ । ଉଚ୍ଚାଧିକାରୀଙ୍କ ସହ ସୁ ସମ୍ପର୍କ ଫଳରେ ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି । କର୍ମ କ୍ଷେତ୍ରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ବରଂ କର୍ମୋନ୍ନତି ହେବ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ଶତୃମାନଙ୍କୁ ମୁକାବିଲା କରି ପାରିବେ । ରାଜନିତୀ କ୍ଷେତ୍ରରେ ସଫଳତା ସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବେ ।

ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ । ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ । ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ । ଭୂମିକ୍ରୟ, ବାହନକ୍ରୟ, ଗୃହନିର୍ମାଣ କରିବାରେ ଖର୍ଚ୍ଚ କରିବାକୁ ପଡ଼ିବ । ପ୍ରତିକାର- ୧- ପ୍ରତ୍ୟେକ ଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ଓ ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ । ୨- କଉଡି ଗୋଟିଏ ପାଖରେ ରଖନ୍ତୁ ଓ ନୀଳରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ । ୩- ପାଣିରେ ଟିକେ ଗୋମୁତ୍ର ପକାଇ ଘରକୁ ପୋଛନ୍ତୁ ।