Daily Horoscope Brusha
ବୃଷ ରାଶି
ନାମର ମୂଳ ଅକ୍ଷର ଇ,ଉ,ଏ ହୋଇଥିଲେ: କୃତ୍ତିକା ନକ୍ଷତ୍ର । ଓ,ବା,ବି,ବୁ ହୋଇଥିଲେ: ରୋହିଣୀ ନକ୍ଷତ୍ର । ବେ,ବୋ ହୋଇଥିଲେ: ମୃଗଶିରା ନକ୍ଷତ୍ର ।
ଶୁଭରଙ୍ଗ: ଧଳା, ଶୁଭଅଙ୍କ: ୬, ଶୁଭରତ୍ନ: ହୀରା ଓ ଶ୍ୱେତପୋଖରାଜ, ଶୁଭବାର: ଶୁକ୍ର ଓ ଶନିବାର, ଶୁଭଦେବୀ: କମଳା ଓ ଶ୍ରୀଲକ୍ଷ୍ମୀ, ଶୁଭଦେବତା: ଋଦ୍ରଦେବ
ଘାତବାର: ଶନିବାର, ଘାତମାସ: ମାର୍ଗଶିର, ଘାତତିଥି: ପୂର୍ଣ୍ଣା ବା ୫,୧୦,୧୫, ଘାତନକ୍ଷତ୍ର: ହସ୍ତା, ଘାତଚନ୍ଦ୍ର: ମେଷ, ଘାତଲଗ୍ନ: ବୃଷ ।
ବ୍ୟକ୍ତିତ୍ୱ: ଗୁରୁଭକ୍ତ, କୃତଜ୍ଞ, ଦୟାଳୁ, ବସ୍ତ୍ରାଭୂଷଣ, ପ୍ରେମି, ଆଳସୀ, ଦୁରାଗ୍ରହୀ, ସାହସୀ, କ୍ରୋଧଯୁକ୍ତ, ପରୋପକାରୀ, ଯିଦ୍ଖୋର, ଦାମ୍ଭିକ, ସର୍ବଦା କାର୍ଯ୍ୟତତ୍ପର, ଏକବୁଝା, କ୍ଷଣକୋପିି ।
ଦୈନିକ ରାଶିଫଳ ବୃଷ [ August 11, 2022]
ଶତ୍ରୁବାଧା ଦୂରେଇ ଯିବ, ଆୟରସ୍ରୋତ ବୃଦ୍ଧିହେବ, ଋଣରୁ ମୁକ୍ତି ମିଳିବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ଉତ୍ତମ ରୋଜଗାର କରି ପାରିବେ । ସୁଖ, ସମ୍ପତ୍ତି ଲାଭ ଓ ମିଷ୍ଠାନ୍ନ ଭୋଜନ ପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।