Daily Horoscope Makar
ମକର ରାଶି
ନାମର ମୂଳ ଅକ୍ଷର ଭୋ, ଜା, ଜୀ ହୋଇଥିଲେ: ଉତ୍ତରାଷାଢା ନକ୍ଷତ୍ର । ଜୁ, ଜେ, ଜୋ, ଖା ହୋଇଥିଲେ: ଅଭିଜିତ ନକ୍ଷତ୍ର । ଖୂ, ଖୁ, ଖେ, ଖୋ ହୋଇଥିଲେ: ଶ୍ରବଣା ନକ୍ଷତ୍ର । ଗା, ଗୀ, ହୋଇଥିଲେ: ଧନିଷ୍ଠା ନକ୍ଷତ୍ର ।
ଶୁଭରଙ୍ଗ: କଳା, ନୀଳ, ଓ ଆକାଶୀ, ଶୁଭଅଙ୍କ: ୮, ଶୁଭରତ୍ନ: ନୀଳା, ଶୁଭବାର: ଶୁକ୍ର ଓ ଶନିବାର, ଶୁଭଦେବୀ: କାଳୀ, ଶୁଭଦେବତା: ଶନିଦେବ ।
ଘାତବାର: ମଙ୍ଗଳବାର, ଘାତମାସ: ଶ୍ରାବଣ, ଘାତତିଥି: ରିକ୍ତା ବା ୪, ୯, ୧୪, ଘାତନକ୍ଷତ୍ର: ରୋହିଣୀ, ଘାତଚନ୍ଦ୍ର: ସିଂହ, ଘାତଲଗ୍ନ: କୁମ୍ଭ ।
ବ୍ୟକ୍ତିତ୍ୱ: ପ୍ରଶାସକ, କଠୋର ପରିଶ୍ରମୀ, କୃତଜ୍ଞ, ଦୟାଳୁ, ବସ୍ତ୍ରାଭୂଷଣ ପ୍ରେମି, ଆଳସୀ, ଦୁରାଗ୍ରହୀ, ସାହସୀ, କ୍ରୋଧଯୁକ୍ତ,ପରୋପକାରୀ, ଯିଦ୍ଖୋର, ଦାମ୍ଭିକ, ସର୍ବଦା କାର୍ଯ୍ୟତତ୍ପର, କ୍ଷଣକୋପି।
ଦୈନିକ ରାଶିଫଳ ମକର [April 21, 2021]
ସ୍ଵାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ । ପରିବାରରେ ସମ୍ବନ୍ଧରେ ପ୍ରଗାଢତା ଆସିବ ଓ ଶାନ୍ତି ମିଳିବ । ସୁନ୍ଦର ଗୃହ, ଗାଡି, ବାଡି ବଗିଚାର ଯୋଜନା କରିବେ । ବ୍ୟାପାର ବାଣିଜ୍ୟ ଓ କାମକାର୍ଯ୍ୟର ସ୍ଥିତି ସନ୍ତୋଷ ଜନକ ହେବ । ପ୍ରପର୍ଟୀ ସମ୍ବନ୍ଧିୟ ମାମଲା ସତୃଙ୍କ ମଧ୍ୟସ୍ଥତା ଦ୍ଵାରା ଦୂର ହେବ । ଆବଶ୍ୟକୀୟ ନୂତନ ବସ୍ତୁ କ୍ରୟ କରିପାରିବେ । ରାଜନୀତିରେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦାଜନକ ପରିସ୍ଥିତି ସୃଷ୍ଟି କରିବେ । ପ୍ରତିକାର- କଳାରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।
- 1Share