Yearly Makar Rashiphala

Mesha barsika rasifala ମେଷyearly odia rasiphala for brusha ବୃଷMithuna odia rasifala 2018 ମିଥୁନKarkata oriya barshika rashiphala କର୍କଟ
Singha barsika horoscope ସିଂହKanya rashi phal for 2018 କନ୍ୟାLibra odia horoscope Tula ତୁଳାBichha this year rasifala ବିଛା
Dhanu rasi astrology 2018 ଧନୁBarsika Makara oriya horoscope ମକରOdia Kumbha yearly rasifala କୁମ୍ଭOdia Mina 2018 rasifala ମୀନ

 


Yearly Horoscope Makar

ମକର ରାଶି

ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ଶୁକ୍ର, ବିଛାରେ ଚନ୍ଦ୍ର, ମଙ୍ଗଳ ଓ କେତୁ, ମକରରେ ଶନି, ବୁଧ, କୁମ୍ଭରେ ଗୁରୁ, ବୃଷରେ ରାହୁ ଅବସ୍ଥାନ କରିଛନ୍ତି ।


 

ବାର୍ଷିକ ରାଶିଫଳ ମକର ୨୦୨୨

ବାର୍ଷିକ ଶୁଭାଶୁଭ ଫଳ:

୨୦୨୨ ମସିହା ଇଂରାଜୀ ନବବର୍ଷ କେମିତି କଟିବ ମକରରାଶିର ଆବାଳବୃଦ୍ଧ ବନିତା ମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା-ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ଓ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ଆଶାରୁ ହିଁ ଜିଜ୍ଞାସା ସୃଷ୍ଟି ହୁଏ । ଏହି ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ?

ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ । ତେବେ ଆସନ୍ତୁ ଏବେ ଜାଣିବା ୨୦୨୨ ମସିହାରେ ମକରରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ।

ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ଶୁକ୍ର, ବିଛାରେ ଚନ୍ଦ୍ର, ମଙ୍ଗଳ ଓ କେତୁ, ମକରରେ ଶନି, ବୁଧ, କୁମ୍ଭରେ ଗୁରୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୨ମସିହା ଏପ୍ରିଲମାସ ୧୩ତାରିଖରେ ମୀନ ରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ୨୦୨୨ ମସିହା ଅପ୍ରେଲ ୨୯ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହେବେ ଓ ଜୁଲାଇ ୧୨ତାରିଖରେ ମକର ରାଶିକୁ ବକ୍ରହୋଇ ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ରାହୁ ମାର୍ଚ୍ଚ ୧୭ ତାରିଖରେ ମେଷ ରାଶିକୁ ଓ କେତୁ ତୁଳାରାଶିକୁ ବକ୍ର ସଂଚାର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ ।

ମକର- ମକରରାଶିର ଜାତକଙ୍କ ପାଇଁ ୨୦୨୨ ମସିହାରେ ଶୁଭାଶୁଭ ମିଶ୍ରିତ ଫଳ ପ୍ରାପ୍ତ ହେବ । ଜୀବେ ଦ୍ଵିତୀୟେ ଧନଧାନ୍ୟ ଭୋଗ ଦୃଷ୍ଟିରୁ ଆକସ୍ମିକ ଧନ ପ୍ରାପ୍ତି ହେବ । ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ବ୍ୟସ୍ତ ରହିବେ । ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି । ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତପାହାନ୍ତାରେ ପହଞ୍ଚିବ । ପରିବାର ତଥା କୁଟୁମ୍ବରେ ମାଙ୍ଗଳିକ କାର୍ଯ୍ୟ ଓ ଧାର୍ମିକ କାର୍ଯ୍ୟର ଆୟୋଜନ କରିପାରିବେ । ପରିବାରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପରିବାରରେ ଆଶା କରୁଥିବା ଖବର ପାଇ ଖୁସୀ ହୋଇ ଯିବେ । ପରିବାରରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ ।

ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରେମ କ୍ଷେତ୍ରରେ ଥିବା ସମସ୍ୟା ଆତ୍ମୀୟ ସ୍ଵଜନଙ୍କ ମଧ୍ୟସ୍ଥତା ଦ୍ଵାରା ଦୂର ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ବାଦବିବାଦ, ମାଲିମକଦ୍ଦମାରେ ସଫଳତା ପ୍ରାପ୍ତି ହେବ । ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । କାର୍ପାସ, ଚିତ୍ରକଳା, ଷ୍ଟେସ୍ନାରୀ, ଚଳଚିତ୍ର, ମିଠାଦ୍ରବ୍ୟ ବା ମିଷ୍ଠାନ୍ନ ଭଣ୍ଡାର, ଚାନ୍ଦି, ଚାଉଳ, ଗହମ, ବସ୍ତ୍ର, ଫଟୋଗ୍ରାଫି, ଶୃଙ୍ଗାର ପ୍ରସାଧନୀ ବ୍ୟବସାୟୀମାନେ ବା ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ ।

ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ । ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟ ଦାୟକ ହେବ । ଶ୍ରମିକ ଓ କର୍ମଚାରୀମାନଙ୍କୁ ସଠିକ ପରାମର୍ଶଦେଇ ଧନମାନ ଦିଗରୁ ସୁରକ୍ଷିତ ରହିବା ସହ ସମୟ ଯୋଗପ୍ରଦ ଥିବାରୁ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ । ଶିକ୍ଷାକ୍ଷେତ୍ରରେ ମନୋବାଞ୍ଛିତ ସ୍ଥାନରେ ପଢ଼ିବାର ସୁଯୋଗ ପାଇବେ । ଉଚ୍ଚଶିକ୍ଷାପାଇଁ ବିଦେଶଯାତ୍ରା କରିବାର ଆଶାୟୀଥିବା ଛାତ୍ରଛାତ୍ରୀମାନେ ବିଦେଶଯାତ୍ରା କରି ପାରିବେ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ । କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ ।

ରାଜନୈତିକ କ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ । ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ ଓ ସହନଶୀଳତା ଯୋଗେ ପ୍ରଶଂସା ମିଳିବ । ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହୋଇ ପ୍ରତିଦ୍ଵନ୍ଦିତା କରିବାର ସୁଯୋଗ ହାତ ପାହାନ୍ତାରେ ପାଇ ପାରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । କର୍ମ ସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇବେ । କର୍ମ କ୍ଷେତ୍ରରେ ଦାୟିତ୍ଵ ବଢିବା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ । ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ । କର୍ମକ୍ଷେତ୍ରରେ ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ ଓ ମାନସିକ ଶାନ୍ତି ପାଇବେ ।

ସାମାଜିକ କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଏପ୍ରିଲ ମାସରେ ଗୁରୁ ମୀନ ରାଶିକୁ ଗୋଚର ହେବେ ବା ବିକ୍ରମ ଭାବରେ ରହିବେ, ଶନି ଧନଭାବରେ, ରାହୁ ସୁଖସୁବିଧା ସୁଯୋଗ ଭାବରେ ଅବସ୍ଥାନ କରିବା ଫଳରେ କେତେକ କାର୍ଯ୍ୟରେ ବାଧା ଦେଖାଦେବ । ବିଶେଷତଃ ଗୃହ, ବାହନ, ମାତୃସୁଖ, ଜାଗାଜମି, ପ୍ରେମ ଓ ଶିକ୍ଷା କ୍ଷେତ୍ରରେ ଅଶୁଭ ପ୍ରଭାବ ପଡିବ । ଛୋଟ ଛୋଟ ସମସ୍ୟାର ଅଣ ଦେଖା ନକରିବା ଭଲ ହେବ । ଅନେକ ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବେ ଯାହାକି ସମ୍ଭବ ହେବ ନାହିଁ । ମାଆଙ୍କର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ମାନସିକ ଚିନ୍ତା ଲାଗିରହିବ । ବିଦ୍ୟାର୍ଥୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ସେଥିପାଇଁ ଅଧିକ ପରିଶ୍ରମ କରିବା ସହିତ ଅନ୍ୟଥା ଚିନ୍ତା ନ କରିବା ଉଚିତ୍ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ କିଛି ସମସ୍ୟା ମଧ୍ୟ ଦେଖା ଦେଇପାରେ । ସେଥିପାଇଁ ପାଚନ ତନ୍ତ୍ର ଓ ପେଟ ସମସ୍ୟା ପ୍ରତି ସାବଧାନ ରହିବା ଆବଶ୍ୟକ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- ୧- ସର୍ବଦା ମୟୂର ଚନ୍ଦ୍ରିକାଟିଏ ପାଖରେ ରଖି ଯାତ୍ରା କରନ୍ତୁ ଓ ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ । ୨- ପ୍ରତ୍ୟେକ ଶନିବାର ଦିନ ନୀଳ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ଓ ଅଶ୍ୱସ୍ଥ ବୃକ୍ଷମୂଳରେ ରାଶିତେଲର ଦୀପ ଜାଳି ପ୍ରଣାମ କରନ୍ତୁ । ୩-ପ୍ରତ୍ୟେକ ଦିନ ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ଓ ପାଣିରେ କିଛି ଅଟାଚୂନା ପକେଇ ଦିଅନ୍ତୁ ।