Yearly Brusha Rashiphala

Mesha barsika rasifala ମେଷyearly odia rasiphala for brusha ବୃଷMithuna odia rasifala 2018 ମିଥୁନKarkata oriya barshika rashiphala କର୍କଟ
Singha barsika horoscope ସିଂହKanya rashi phal for 2018 କନ୍ୟାLibra odia horoscope Tula ତୁଳାBichha this year rasifala ବିଛା
Dhanu rasi astrology 2018 ଧନୁBarsika Makara oriya horoscope ମକରOdia Kumbha yearly rasifala କୁମ୍ଭOdia Mina 2018 rasifala ମୀନ

 


Yearly Horoscope Brusha

ବୃଷ ରାଶି

ବର୍ଷ ଆରମ୍ଭରୁ ଧନୁ ରାଶିରେ ରବି, ଶୁକ୍ର, ବିଛାରେ ଚନ୍ଦ୍ର, ମଙ୍ଗଳ ଓ କେତୁ, ମକରରେ ଶନି, ବୁଧ, କୁମ୍ଭରେ ଗୁରୁ, ବୃଷରେ ରାହୁ ଅବସ୍ଥାନ କରିଛନ୍ତି ।


 

ବାର୍ଷିକ ରାଶିଫଳ ବୃଷ ୨୦୨୨

ବାର୍ଷିକ ଶୁଭାଶୁଭ ଫଳ:-

ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ଓ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ଆଶାରୁ ହିଁ ଜିଜ୍ଞାସା ସୃଷ୍ଟି ହୁଏ । ଏହି ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ? ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ । ତେବେ ଆସନ୍ତୁ ଏବେ ଜାଣିବା ୨୦୨୨ ମସିହାରେ ବୃଷରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ।

ବର୍ଷ ଆରମ୍ଭରୁ ଧନୁ ରାଶିରେ ରବି, ଶୁକ୍ର, ବିଛାରେ ଚନ୍ଦ୍ର, ମଙ୍ଗଳ ଓ କେତୁ, ମକରରେ ଶନି, ବୁଧ, କୁମ୍ଭରେ ଗୁରୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୨ମସିହା ଏପ୍ରିଲମାସ ୧୩ତାରିଖରେ ମୀନ ରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ୨୦୨୨ ମସିହା ଅପ୍ରେଲ ୨୯ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହେବେ ଓ ଜୁଲାଇ ୧୨ତାରିଖରେ ମକର ରାଶିକୁ ବକ୍ରହୋଇ ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ରାହୁ ମାର୍ଚ୍ଚ ୧୭ ତାରିଖରେ ମେଷ ରାଶିକୁ ଓ କେତୁ ତୁଳାରାଶିକୁ ବକ୍ର ସଂଚାର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ ।

ବୃଷ- ବୃଷରାଶିର ଜାତକଙ୍କ ପାଇଁ ୨୦୨୨ ମସିହା ଶିକ୍ଷା, ସ୍ୱାସ୍ଥ୍ୟ, କ୍ୟାରିୟର, ରାଜନୀତି, ଦାମ୍ପତ୍ୟ ଓ ପାରିବାରିକ କ୍ଷେତ୍ରରେ ଉତ୍ଥାନ ପତ୍ତନ ପରିସ୍ଥିତି ଦେଖା ଦେଇପାରେ ବା ମିଶ୍ରିତ ଫଳ ପ୍ରାପ୍ତି ହେବ । କ୍ୟାରିୟର କ୍ଷେତ୍ରରେ କର୍ମଭାବର ସ୍ଵାମୀ ଗ୍ରହରାଜ ଶନିଶ୍ଚର ଆପଣଙ୍କ ରାଶିପାଇଁ ମଇମାସ ଠାରୁ କର୍ମଭାବରେ ଭଲ ସ୍ଥିତିରେ ରହିବେ । ଯାହା ଫଳରେ ଯେଉଁ ବ୍ୟକ୍ତିମାନେ ନୂତନ ଚାକିରୀ କରିବାକୁ ଚାହୁଛନ୍ତି ବା ନୂତନ ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି ସେମାନେ ଏଥିରେ ସଫଳତା ପାଇବେ । କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ ।

କର୍ମକ୍ଷେତ୍ରରେ ପଦୋନ୍ନତି ପାଇ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ପାଇବେ । ରାଜନୀତି କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା ବ୍ୟକ୍ତିରୁପେ ପ୍ରଶଂସା ପାଇବେ । ରାଜନୀତି କ୍ଷେତ୍ରରେ ସୁଯୋଗ ହାତ ପାହାନ୍ତାରେ ପାଇ ପାରିବେ । ସହଯୋଗୀମାନେ ସହଯୋଗ କରିବେ ଓ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ । ନିଜର କର୍ମ ଦ୍ଵାରା ସମାଜରେ ମାନ ସମ୍ମାନ ମଧ୍ୟ ଅର୍ଜିତ କରିପାରିବେ । ଅପ୍ରେଲ ୧୩ତାରିଖରେ ଗୁରୁ ଗ୍ରହଙ୍କ ଗୋଚର ମୀନରାଶିରେ ବା ଲାଭ ଭାବରେ ସ୍ଥିତ ହେଉ ଥିବାରୁ ଆର୍ଥିକ ସ୍ଥିତିରେ ପ୍ରବଳ ପରିବର୍ତ୍ତନ ହେବାର ସମ୍ଭାବନା ଅଛି ।

ଅର୍ଥାତ୍ ଆର୍ଥିକ ସ୍ଥିତି ପ୍ରତି ବିଶେଷ ଧ୍ୟାନ ରଖିବା ଜରୁରୀ ଅଟେ । ଯେ କୌଣସି ଗତିବିଧିରେ ଟଙ୍କା ନିବେଶ କରିଲେ ଆଶାତୀତ ଲାଭ ପାଇବେ । ବ୍ୟବସାୟିକ କ୍ଷେତ୍ରରେ ଭାଗୀଦାରୀମାନଙ୍କ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବାର ସମ୍ଭାବନା ଅଛି । ବ୍ୟବସାୟୀ ମାନଙ୍କର କାରବାର ବଢିବା ସହ ମନମୁତାବକ ଲାଭବାନ ହୋଇ ପାରିବେ । ବ୍ୟବସାୟ କ୍ଷେତ୍ରରେ ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦା ଜନକ ପରିସ୍ଥିତି ସୃଷ୍ଟି କରିବେ । ଧନ ସମ୍ପତିର ଅବାଭ ଦେଖା ଦବ ନାହିଁ । ଏହି ବର୍ଷ ଶେଷରେ ସନ୍ତାନ ସୁଖ ମିଳିବାର ସମ୍ଭାବନା ଅଛି ।

ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ଅତ୍ୟନ୍ତ ଶୁଭ ଫଳ ପାଇବେ । ପ୍ରତିଯୋଗୀ ପରୀକ୍ଷା ପାଇଁ ଯଦି ଆପଣ ପ୍ରସ୍ତୁତ ହେଉଛନ୍ତି ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ । ଯେ କୌଣସି ଶିକ୍ଷାରେ ଶୁଭଫଳ ପ୍ରାପ୍ତି ହେବ । ଯେଉଁମାନେ ବିଦେଶରେ ରହି ଉଚ୍ଚ ଶିକ୍ଷା ଲାଭ କରିବାକୁ ଚାହୁଁଛନ୍ତି ବା ବିଦେଶରେ ରହି ପାଠ ପଢୁଛନ୍ତି ସେମାନେ ମଧ୍ୟ ଶୁଭଫଳ ପାଇବେ । ନୂତନ ଉଚ୍ଚଶିକ୍ଷା ପ୍ରାପ୍ତି ହେବାର ସମ୍ଭାବନା ରହିଛି । ପରିବାରରେ ଆଶା କରୁଥିବା ଖବର ପାଇ ଖୁସୀ ହୋଇ ଯିବେ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ ।

ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । ସାମ୍ବାଦିକ ମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ଅନେକ ସୁଯୋଗ ହାତ ପାହାନ୍ତାରେ ପାଇବା ଫଳରେ ଉତ୍ସାହ ଉଦ୍ଦିପନା ବୃଦ୍ଧି ପାଇବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ ।

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ରୁଣ, ରୋଗ, ସତୃଙ୍କର ସାମ୍ନା କରିବାକୁ ପଡିପାରେ ତେଣୁ ପ୍ରତିକାର:-୧- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ । ୨- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ । ୩- ହଳଦୀ ଟିକେ ପାଣିରେ ମିଶେଇ ଗାଧାନ୍ତୁ ।