Yearly Mithuna Rashiphala

Mesha barsika rasifala ମେଷyearly odia rasiphala for brusha ବୃଷMithuna odia rasifala 2018 ମିଥୁନKarkata oriya barshika rashiphala କର୍କଟ
Singha barsika horoscope ସିଂହKanya rashi phal for 2018 କନ୍ୟାLibra odia horoscope Tula ତୁଳାBichha this year rasifala ବିଛା
Dhanu rasi astrology 2018 ଧନୁBarsika Makara oriya horoscope ମକରOdia Kumbha yearly rasifala କୁମ୍ଭOdia Mina 2018 rasifala ମୀନ

 


Yearly Horoscope Mithuna

ମିଥୁନ ରାଶି

ବର୍ଷ ଆରମ୍ଭରୁ ଧନୁ ରାଶିରେ ରବି, ଶୁକ୍ର, ବିଛାରେ ଚନ୍ଦ୍ର, ମଙ୍ଗଳ ଓ କେତୁ, ମକରରେ ଶନି, ବୁଧ, କୁମ୍ଭରେ ଗୁରୁ, ବୃଷରେ ରାହୁ ଅବସ୍ଥାନ କରିଛନ୍ତି ।


 

ବାର୍ଷିକ ରାଶିଫଳ ମିଥୁନ ୨୦୨୨

ବାର୍ଷିକ ଶୁଭାଶୁଭ ଫଳ: 

ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ଓ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ଆଶାରୁ ହିଁ ଜିଜ୍ଞାସା ସୃଷ୍ଟି ହୁଏ । ଏହି ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ? ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ । ତେବେ ଆସନ୍ତୁ ଏବେ ଜାଣିବା ୨୦୨୨ ମସିହାରେ ମିଥୁନରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ।

ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ଶୁକ୍ର, ବିଛାରେ ଚନ୍ଦ୍ର, ମଙ୍ଗଳ ଓ କେତୁ, ମକରରେ ଶନି, ବୁଧ, କୁମ୍ଭରେ ଗୁରୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୨ମସିହା ଏପ୍ରିଲମାସ ୧୩ତାରିଖରେ ମୀନ ରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ୨୦୨୨ ମସିହା ଅପ୍ରେଲ ୨୯ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହେବେ ଓ ଜୁଲାଇ ୧୨ତାରିଖରେ ମକର ରାଶିକୁ ବକ୍ରହୋଇ ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ରାହୁ ମାର୍ଚ୍ଚ ୧୭ ତାରିଖରେ ମେଷ ରାଶିକୁ ଓ କେତୁ ତୁଳାରାଶିକୁ ବକ୍ର ସଂଚାର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ ।

ମିଥୁନ- ମିଥୁନରାଶିର ଜାତକଙ୍କ ପାଇଁ ୨୦୨୨ ମସିହାରେ ବର୍ଷ ଆରମ୍ଭରୁ ବୃହସ୍ପତି ମହାଗ୍ରହ କୁମ୍ଭରାଶିରେ ଗୋଚର କରିବା ଫଳରେ ମିଥୁନ ରାଶିର ନବମ ଭାବରେ ବିରାଜମାନ କରିବେ । ସୁତାର୍ଥ ଲାଭ ନବ ପଞ୍ଚକେସୁ ସୂତ୍ରରେ ସନ୍ତାନ ଭଳି ଦ୍ରବ୍ୟ ପ୍ରାପ୍ତି ହେବ । ଅନେକାଂଶରେ ଶୁଭଫଳ ପ୍ରାପ୍ତି ହେବ । ଆର୍ଥିକ କ୍ଷେତ୍ରରେ ଶୁଭ ପରିଣାମ ମିଳିବ । ହଠାତ୍ ଧନ ଲାଭ ହବାର ସମ୍ଭାବନା ଅଛି । ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ । କିଛି ନୂଆ କାର୍ଯ୍ୟ କରିବେ । ନୂତନ ଗୃହ ବାହନ ଜାଗା ଜମି କ୍ରୟ କରି ପାରିବେ ।

ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି । ବ୍ୟବସାୟୀ ମାନଙ୍କର ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ହେବ ଓ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । ରାଜନୀତି କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଖୁସୀ ହୋଇ ଯିବେ । ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ନିର୍ବାଚନ କ୍ଷେତ୍ରରେ ଶତୃମାନଙ୍କୁ ମୁକାବିଲା କରି ପାରିବେ । ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ବିଶେଷ ଶୁଭଫଳ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଛାତ୍ର ଛାତ୍ରୀମାନେ ପାଠ ପଢାରେ ମନ ଯୋଗଦେବେ । ସ୍ମରଣଶକ୍ତି ବୃଦ୍ଧି ହେବା ସହ ଶିକ୍ଷା କ୍ଷେତ୍ରରେ ଅତି ଶୀଘ୍ର ସଫଳତା ମିଳିଯିବ । ନୂତନ ପ୍ରୋଜେକ୍ଟ ଆରମ୍ଭ କରିବାର ସୁଯୋଗ ପାଇବେ । ପ୍ରତିଯୋଗୀ ପରୀକ୍ଷା ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହୋଇ ପରିବାରରେ ସୁଖଶାନ୍ତି ଦେଖା ଦବ ।

ମାଙ୍ଗଳିକ କାର୍ଯ୍ୟର ଆୟୋଜନ କରି ପାରିବେ । ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ସୁଯୋଗ ପାଇବେ । ଜୀବନସାଥିଙ୍କ ସହ ବୁଝାମଣା ଠିକ୍ ରହିବା ଫଳରେ ବୈବାହିକ ଜୀବନରେ ଶୁଖ ଶାନ୍ତି ବଜାୟ ରହିବ । ଦୁରଯାତ୍ରା କରିବାର ସୁଯୋଗ ପାଇ ବିଶେଷ ଲାଭବାନ ହେବେ । କର୍ମ କ୍ଷେତ୍ରରେ ଊନତି ରାସ୍ତା ଖୋଲିଯିବ ଓ ନିଜର ଯୋଗ୍ୟତା କ୍ଷମତା ଠାରୁ ଅଧିକ କାର୍ଯ୍ୟ କରିବା ଫଳରେ ଆପଣ ପ୍ରଶଂସିତ ହେବେ । ବାଣିଜ୍ୟ କାରବାରରେ ଉତ୍ସାହ ଉଦ୍ଦିପନା ଯୁକ୍ତ ହେବେ । କାର୍ଯ୍ୟଆଳୟରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ । ଉଦାସୀନତା ଓ ନକରାତ୍ମକ ପ୍ରବୃତ୍ତିକୁ ଛାଡିବା ପାଇଁ ପ୍ରୟାସ କରିବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ ଓ ଆଗକୁ ବଢିବା ସମ୍ଭବ ହେବ ।

ଉଚିତ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖା ଦବ । ଆତ୍ମବିଶ୍ଵାସ ବୃଦ୍ଧି ହେବାର ଅନୁଭବ କରିପାରିବେ । କିନ୍ତୁ ଗ୍ରହରାଜ ଶନିଶ୍ଚର ଗୋଚରରେ ସ୍ଵରାଶି ମକର ଓ କୁମ୍ଭ ରାଶିରେ ଗୋଚର କରିବା ଯୋଗେ ମିଥୁନ ରାଶିର ଅଷ୍ଟମ ଓ ନବମ ଭାବକୁ ପ୍ରଭାବିତ କରିବେ । ଗୁରୁ ଅପ୍ରେଲ ୧୩ ତାରିଖରେ ଦଶମ ଭାବକୁ ଗୋଚର ହେଲେ ଆର୍ଥିକ, କ୍ୟାରିୟର ଓ ଶିକ୍ଷା କ୍ଷେତ୍ରରେ ପ୍ରତ୍ୟକ କାର୍ଯ୍ୟକୁ ବୁଝି ବିଚାରୀ କରିବା ଠିକ ହବ । ଆପଣଙ୍କର ଅଧିକ ଖର୍ଚ ହବାର ସମ୍ଭାବନା ଅଛି ।

ଧ୍ୟାନ ଦେବାକୁ ହେବ ଯେ ଅତି ଶୀଘ୍ର କିଛି ନ ବୁଝି ନ ସୁଝି କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହିବା ଆବଶ୍ୟକ । ଶରୀର ଉପରେ ଧ୍ୟାନ ରଖନ୍ତୁ ନଚେତ ଶରୀର ଅସୁସ୍ଥ ହବାର ସମ୍ଭାବନା ଅଛି । ପାରିବାରିକ ଓ ବୈବାହିକ ଜୀବନରେ କିଛି ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇପାରନ୍ତି । ପ୍ରତିକାର:- ୧-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ଓ ପ୍ରଦକ୍ଷିଣ କରନ୍ତୁ । ୨- ପ୍ରତ୍ୟେକ ଗୁରୁବାର ଓ ଶନିବାର ପାଣିରେ ଟିକେ ଗୋମୁତ୍ର ପକାଇ ଘରକୁ ପୋଛନ୍ତୁ । ୩- ସବୁ ସମୟରେ ମୟୂର ଚନ୍ଦ୍ରିକା ପାଖରେ ରଖି ଯାତ୍ରା କରନ୍ତୁ ।