Yearly Mina Rashiphala

Mesha barsika rasifala ମେଷyearly odia rasiphala for brusha ବୃଷMithuna odia rasifala 2018 ମିଥୁନKarkata oriya barshika rashiphala କର୍କଟ
Singha barsika horoscope ସିଂହKanya rashi phal for 2018 କନ୍ୟାLibra odia horoscope Tula ତୁଳାBichha this year rasifala ବିଛା
Dhanu rasi astrology 2018 ଧନୁBarsika Makara oriya horoscope ମକରOdia Kumbha yearly rasifala କୁମ୍ଭOdia Mina 2018 rasifala ମୀନ

Yearly Horoscope Mina

ମୀନ ରାଶି

ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ଶୁକ୍ର, ବିଛାରେ ଚନ୍ଦ୍ର, ମଙ୍ଗଳ ଓ କେତୁ, ମକରରେ ଶନି, ବୁଧ, କୁମ୍ଭରେ ଗୁରୁ, ବୃଷରେ ରାହୁ ଅବସ୍ଥାନ କରିଛନ୍ତି ।


 

ବାର୍ଷିକ ରାଶିଫଳ ମୀନ ୨୦୨୨

ବାର୍ଷିକ ଶୁଭାଶୁଭ ଫଳ: 

୨୦୨୨ ମସିହା ଇଂରାଜୀ ନବବର୍ଷ କେମିତି କଟିବ ମୀନରାଶିର ଆବାଳବୃଦ୍ଧ ବନିତା ମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା – ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ଓ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ଆଶାରୁ ହିଁ ଜିଜ୍ଞାସା ସୃଷ୍ଟି ହୁଏ । ଏହି ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ?

ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ । ତେବେ ଆସନ୍ତୁ ଏବେ ଜାଣିବା ୨୦୨୨ ମସିହାରେ ମୀନରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ।

ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ଶୁକ୍ର, ବିଛାରେ ଚନ୍ଦ୍ର, ମଙ୍ଗଳ ଓ କେତୁ, ମକରରେ ଶନି, ବୁଧ, କୁମ୍ଭରେ ଗୁରୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୨ମସିହା ଏପ୍ରିଲମାସ ୧୩ତାରିଖରେ ମୀନ ରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ୨୦୨୨ ମସିହା ଅପ୍ରେଲ ୨୯ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହେବେ ଓ ଜୁଲାଇ ୧୨ତାରିଖରେ ମକର ରାଶିକୁ ବକ୍ରହୋଇ ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ରାହୁ ମାର୍ଚ୍ଚ ୧୭ ତାରିଖରେ ମେଷ ରାଶିକୁ ଓ କେତୁ ତୁଳାରାଶିକୁ ବକ୍ର ସଂଚାର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ ।

ମୀନ- ମୀନ ରାଶିର ଜାତକଙ୍କ ପାଇଁ ୨୦୨୨ ମସିହାରେ ଅତ୍ୟନ୍ତଶୁଭ ଫଳ ପ୍ରାପ୍ତ ହେବ । ଭାଗ୍ୟର ପରିବର୍ତ୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ । ଧନଧାନ୍ୟ, ମାନସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ । ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ ହେବେ । ସମାଜ କଲ୍ୟାଣ, ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ ଯୋଗଦାନ କରି ପ୍ରଶଂସିତ ହେବେ । ସମୟକୁ ସତ୍ ଉପଯୋଗ କରିବାକୁ ଆପ୍ରାଣ ଚେଷ୍ଟା କରିବା ଉଚିତ । ବିଶେଷ କରି ବିଦ୍ୟାର୍ଥୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ପ୍ରତିଯୋଗୀ ପରୀକ୍ଷାରେ ପ୍ରଶାସନିକ ସେବାପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବ । ପରାକ୍ରମ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ଏହି ବର୍ଷ ପରିବାରରେ ଶୁଭକାର୍ଯ୍ୟ ଅନୁଷ୍ଟିତ ହେବ । ଗୃହକୁ ସମ୍ପର୍କୀୟ ମାନଙ୍କର ଆଗମନ ହେବ ।

ଗୃହରେ କୌଣସି ବ୍ୟକ୍ତିଙ୍କ ଠାରୁ ସୁଖ ସମ୍ବାଦ ପାଇବେ । ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ସୁଯୋଗ ପାଇବେ । ଗୃହର ସମସ୍ତ ସଦସ୍ୟଙ୍କ ମନ ଆନନ୍ଦିତ ରହିବ । ଯଦି ପୂର୍ବରୁ କୌଣସି ବ୍ୟକ୍ତିଙ୍କ ସହ ବାଦ ବିବାଦ ହେଇଥିଲା ତାହାମଧ୍ୟ ସମାଧାନ ହେଇଯିବ । ଗୃହରେ କୌଣସି ଧର୍ମ କାର୍ଯ୍ୟ ଅନୁଷ୍ଠିତ ହେବ । ପୈତୃକ ସମ୍ପତ୍ତିକି ନେଇ ଲାଗିଥିବା ବିବାଦର ସମାଧାନ ହୋଇଯିବ । ପରିବାରରେ ସୁଖ ଶାନ୍ତି ଦେଖା ଦବ । ଗୃହରେ ମାଙ୍ଗଳିକ କାର୍ଯ୍ୟ ହବାର ସମ୍ଭାବନା ଅଛି । ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇ ଯିବେ । ଜାଗା, ଜମି, ଗୃହଆଦି କ୍ରୟ କରିବାର ସୁଯୋଗ ଅଛି । ନିଜର ଆଚରଣ ଉଚ୍ଚାରଣ ବା କଥା କହିବା ଉପରେ ଧ୍ୟାନ ରଖନ୍ତୁ । ଗୁରୁଜନ ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ଵ ଦେବା ନିତ୍ୟାନ୍ତ ଆବଶ୍ୟକ । ନିଜର କ୍ରୋଧଉପରେ ନିୟନ୍ତ୍ରଣ ରଖନ୍ତୁ ।

ଗୁରୁ ଗ୍ରହଙ୍କ ଦୃଷ୍ଟି ବିବାହ ଭାବକୁ ହେଉଥିବାରୁ ବୈବାହିକ ଜୀବନ ସୁଖମୟ ହେବାର ଅନୁଭବ କରି ପାରିବେ । ବିଶେଷ କରି ଜୀବନସାଥୀ ଖୁସିର ମୁଖ୍ୟ କାରଣ ହେବେ । ଗୁରୁଙ୍କ ଅସୀମ କୃପା ପ୍ରେମ ଭାବରେ ରହିବା ଫଳରେ ପ୍ରେମ ସମ୍ପର୍କକୁ ନେଇ ମନରେ କୌଣସି ଆଶଙ୍କା ରହିବ ନାହିଁ । ବେଳେବେଳେ ଛୋଟ ଛୋଟ କଥାକୁ ନେଇ ପ୍ରେମି ଯୁଗଳଙ୍କର ମତାନ୍ତର ହୋଇ ପାରେ । ସେଥିପାଇଁ ସବୁ ପରିସ୍ଥିତିରେ ସଂଯମତା ରଖିବା ଉଚିତ୍ । ଶନି ଓ ରହୁ ମହାଗ୍ରହଙ୍କ ପ୍ରଭାବରେ କ୍ୟାରିୟରରେ ପ୍ରବଳ ଉନ୍ନତି ହେବ । ଚାକିରୀ ଖୋଜୁଥିବା ବ୍ୟକ୍ତିମାନଙ୍କୁ ନିଜର ଚେଷ୍ଟା ଓ ପରିଶ୍ରମର ପରିଣାମ ମିଳିବ । କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିଣାମ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ । ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ ।

ମଙ୍ଗଳ ଗ୍ରହଙ୍କ ପ୍ରଭାବରେ ସୁଖ ସୁବିଧାରେ ବୃଦ୍ଧି ହେବ କିନ୍ତୁ ନିଜର ଧ୍ୟାନ ଭ୍ରମିତ ହୋଇପାରେ । ବିଦ୍ୟାର୍ଥୀମାନେ ପଢା ଲେଖାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖିବା ଜରୁରୀ ଅଟେ । ସାଙ୍ଗ ସାଥିଙ୍କ ସହ ଦୁରସ୍ଥାନକୁ ଭ୍ରମଣ କରିବାକୁ ଯାଇ ପାରନ୍ତି । ଉଚ୍ଚଶିକ୍ଷା ନିମିତ୍ତ ବିଦେଶ ଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ । ଦୀର୍ଘଦିନ ଧରି ଅଧା ହୋଇ ପଡ଼ିଥିବା କାର୍ଯ୍ୟମାନ ଧିରେ ଧିରେ ପୂର୍ଣ୍ଣ ହୋଇଯିବ । ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୂନର୍ବାର ଫେରିପାଇ ସମ୍ମାନିତ ହେବେ । ଆୟର ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରି ପାରନ୍ତି । ନୂଆ ନୂଆ ଉପାୟ ଚିନ୍ତା କରିବେ ।

ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ । ନେଇଥିବା ଲୋକ କିମ୍ବା ଦେଉନଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇଯିବ । ସମ୍ପର୍କୀୟ ବନ୍ଧୁଙ୍କ ସାହାଯ୍ୟ ସହଯୋଗରେ ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ପ୍ରତିକାର- ୧- ହଳଦୀରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ନତୁବା ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ । ୨-ପ୍ରତ୍ୟେକ ଦିନ କଦଳୀଗଛ ମୂଳରେ ହଳଦୀ ପାଣି ଦିଅନ୍ତୁ ଓ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ । ୩- ପ୍ରତ୍ୟେକ ଗୁରୁବାର ଦିନ ଗୋମାତାକୁ ଗୁଡ, ବୁଟ, ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ ।