Daily Dhanu

Mesha
ମେଷ

Brusha
ବୃଷ

Mithuna
ମିଥୁନ

Karkata
କର୍କଟ

Singha
ସିଂହ

Kanya
କନ୍ୟା

Tula
ତୁଳା

Bichha
ବିଛା

Dhanu
ଧନୁ

Makara
ମକର

Kumbha
କୁମ୍ଭ

Mina
ମୀନ

Create New Janma Patrika | Jataka Bichara

Daily Horoscope Dhanu

ଧନୁ ରାଶି

ନାମର ମୂଳ ଅକ୍ଷର ଯେ, ଯୋ, ଭା, ଭି ହୋଇଥିଲେ : ମୂଳା ନକ୍ଷତ୍ର । ଭୂ, ଧା, ଫା, ଢ ହୋଇଥିଲେ: ପୂର୍ବାଷାଢା ନକ୍ଷତ୍ର । ଭେ ହୋଇଥିଲେ: ଉତ୍ତରାଷାଢା ନକ୍ଷତ୍ର ।

ଶୁଭରଙ୍ଗ: ହଳଦୀ, ଶୁଭଅଙ୍କ: ୩, ଶୁଭରତ୍ନ: ପିତ୍ତପୋଖରାଜ, ଶୁଭବାର: ରବି, ଗୁରୁ, ମଙ୍ଗଳବାର, ଶୁଭଦେବୀ: ତାରା, ତାରିଣୀ, ଶୁଭଦେବତା: ଜଗନ୍ନାଥ ।

ଘାତବାର: ଶୁକ୍ରବାର, ଘାତମାସ: ଆଷାଢ, ଘାତତିଥି: ଜୟା ବା ୩, ୮, ୧୩, ଘାତନକ୍ଷତ୍ର: ରେବତୀ, ଘାତଚନ୍ଦ୍ର: ବୃଷ, ଘାତଲଗ୍ନ: ବିଛା ।

ବ୍ୟକ୍ତିତ୍ୱ: ଆଦର୍ଶବାଦୀ, ଉତ୍ସାହୀ, ସରଳ, ଲାଳାୟିତ, ତର୍କଶାସ୍ତ୍ରୀ, ପ୍ରେରଣାତ୍ମକ, ପ୍ରଶାସକ, କଠୋରପରିଶ୍ରମୀ, କୃତଜ୍ଞ, ଦୟାଳୁ, ବସ୍ତ୍ରାଭୂଷଣ ପ୍ରେମି, ଆଳସୀ, ଦୁରାଗ୍ରହୀ, ସାହସୀ, କ୍ରୋଧଯୁକ୍ତ, ପରୋପକାରୀ, ଦାମ୍ଭିକ, ବୁଦ୍ଧିମାନ, ଚତୁର, ଉଦାର ପ୍ରକୃତି, ଅଭିଳାଷୀ, ଆକ୍ରମଣକାରୀ, ଏକାଗ୍ରତାର ଅଭାବ, ଅତିବିଶ୍ୱାସପୂର୍ଣ୍ଣ, ଅସଂଗତ ।


ଦୈନିକ ରାଶିଫଳ ଧନୁ [September 24, 2020]

ଦୈନିକ ସାପ୍ତାହିକ ମାସିକ ବାର୍ଷିକ

ବ୍ୟବସାୟ ପାଇଁ ଯୋଗାଯୋଗ କରିଥିବା କ୍ଷେତ୍ରରୁ ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ। ଅଧ୍ୟୟନ, ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ। କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଲେ ମଧ୍ୟ ସଫଳତା ହାସଲ କରିବେ। ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ। ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ଵସ୍ତି ଅନୁଭବ କରିବେ। ମନୋକାମନା ପୂରଣ ହୋଇ ଲାଭର ମାର୍ଗ ପ୍ରଶସ୍ଥ ହେବ। ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ। ପରୀକ୍ଷା ଓ ସାକ୍ଷାତ କାରରେ ସଫଳତା ମିଳିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Create New Janma Patrika | Jataka Bichara

  • 2
    Shares
error: Content is protected !!