Vastu Rasi Gruha

ରାଶି ଅନୁଯାୟୀ ଗୃହାରମ୍ଭ:


  ଗୃହ କର୍ତ୍ତାଙ୍କ ରାଶିଠାରୁ ଦ୍ୱାଦଶ ଓ ଜନ୍ମରାଶିରେ ରବିଥିଲେ ସ୍ଥାନନାଶ, ଗୃହକର୍ତ୍ତା ସେ ଗୃହରେ ରହି ପାରିବେ ନାହିଁ। ଦ୍ୱିତୀୟରେ ରବି ଥିଲେ ୧୩ଦିନ ମଧ୍ୟରେ ଶୁଭଦେଲେ ମୃତୁ୍ୟବତ୍ ପୀଡ଼ା ଭୋଗ କରିବାକୁ ହେବ। ଦ୍ୱିତୀୟ ରବିର ୧୪ଦିନଠାରୁ ତୃତୀୟ ରବି ଶେଷ ପର୍ଯ୍ୟନ୍ତ ଗୃହାରମ୍ଭ କଲେ ଧନ, ପଶୁ, କୁଟୁମ୍ବ ଓ ଭୂମିଲାଭ ହେବ। ଚତୁର୍ଥରେ ରବି ଥିଲେ ଓ ପଞ୍ଚମ ରବି ତେରଦିନ ପର୍ଯ୍ୟନ୍ତ ଅଶୁଭ ହୋଇଥିôବାରୁ ଏହି ସମୟରେ ଗୃହାରମ୍ଭ କଲେ ଧନ, ପଶୁ ହାନୀ ହେବା ସହ ମାତୃସୁଖ, ମାତୃଭୂମି ସୁଖରୁ କର୍ତ୍ତା ବଞ୍ଚିତ ହେବେ। ପଞ୍ଚମ ରବିର ୧୪ଦିନଠାରୁ ଷଷ୍ଠରବିର ଶେଷ ପର୍ଯ୍ୟନ୍ତ ଯଦି ଗୃହାରମ୍ଭ କରିବେ ତେବେ ସେ ଗୃହରେ କର୍ତ୍ତାଙ୍କର ରୋଗ, ଋଣ,ଶତୃ ନାଶ ହେବେ,ସନ୍ତାନମାନେ ରାଜାଭଳି ସମ୍ମାନ ପାଆନ୍ତିି ଏବଂ ଗୃହକର୍ତ୍ତା ରାଜଭୋଗ କରନ୍ତି। ସପ୍ତମ, ଅଷ୍ଟମ ଓ ନବମର ୧୩ଦିନ ପର୍ଯ୍ୟନ୍ତ ରବି ଅଶୁଭ ହୋଇଥିôବାରୁ ଏହି ସମୟରେ ଗୃହାରମ୍ଭ କଲେ ଅକାଳମୃତୁ୍ୟ ନୃପତିଭତ୍ତି,ଧନକ୍ଷୟ, ଶୋକାତୁର, ଦାରିଦ୍ରତା, ସ୍ତ୍ରୀନାଶ, ସୁଖବିନାଶ, ମାନସିକ ଅସ୍ଥିରତା ଓ ଚୌରଭୟ ସୃଷ୍ଟି ହେବ। ନବମ ରବିର ୧୪ଦିନଠାରୁ ଦଶମ, ଏକାଦଶରେ ରବି ରହିଥିôବା ସମୟରେ ଯଦି ଗୃହାରମ୍ଭ ହେବ ତେବେ ସେ ଗୃହକର୍ତ୍ତାଙ୍କର ଧନ, ଜନ, ସମ୍ପଦ ବୃଦ୍ଧି ହେବ, ଶତୃମାନେ ବିନାଶ ହେବେ, ଋଣମୁକ୍ତ, ପାପମୁକ୍ତ, ଆତ୍ମାର ମୋକ୍ଷପ୍ରାପ୍ତି, ଲୋଭ, ମୋହ, ମାୟା ଗ୍ରାସ କରିପାରିବ ନାହିଁ, ରୋଗରେ ପୀଡ଼ିତ ହେବେ ନାହିଁ, ମାନସିକ ଶାନ୍ତି, ଆର୍ଥିକ ସ୍ଥିତିରେ ଉନ୍ନତି, ଦାସ ଦାସୀ, ଯାନ ବାହନ ଆଦି ଯୁକ୍ତ ହୋଇ ବିଳାସ ବ୍ୟସନରେ ଦିନ କାଟିବେ। ସମସ୍ତ କାର୍ଯ୍ୟରେ ସବୁଗ୍ରହଙ୍କର ଅଶୁଦ୍ଧି ଥିଲେ ମଧ୍ୟ ଯଦି ଚନ୍ଦ୍ରଶୁଦ୍ଧି ଥାଏ ତାହାହେଲେ ଶୁଭକାର୍ଯ୍ୟ ନିର୍ବିଘ୍ନରେ ହୋଇପାରିବ। କର୍ତ୍ତାଙ୍କର ଜନ୍ମରାଶିଠାରୁ ତୃତୀୟ, ଷଷ୍ଠ, ସପ୍ତମ, ଦଶମ ଓ ଏକାଦଶ ଏହି ରାଶିରେ ଚନ୍ଦ୍ରଥିବା ସମୟରେ ଗୃହାରମ୍ଭ କଲେ ସମସ୍ତ ପ୍ରକାର ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଏତଦ୍ ବ୍ୟତୀତ ଅନ୍ୟ ଯେ କୌଣସି ରାଶିରେ ଚନ୍ଦ୍ରଥିବା ସମୟରେ ଯଦି ଗୃହାରମ୍ଭ କରନ୍ତି ତେବେ ସମସ୍ତ ପ୍ରକାର ପୀଡ଼ା ଭୋଗ କରିବା ସହ ମାନସିକସ୍ଥିତି ଠିକ୍ ରହିବ ନାହିଁ, ଆର୍ଥିକସ୍ଥିତି ଦୁର୍ବଳ ହେବ, ଚୌରଭୟ, ଶୋକାତୁର, ଅକାଳବିୟୋଗ ଆଦି ଘଟଣାମାନ ଘଟି ଚାଲିବ। ତେଣୁ ପାଞ୍ଜିରେ ଗୃହାରମ୍ଭଥିବା ଦିନ ଆପଣଙ୍କ ରାଶିପାଇଁ ଭଲ କି ମନ୍ଦ ତାହା ଜ୍ୟୋତିଷମାନଙ୍କର ମତ ନେଇ ଗୃହାରମ୍ଭ କରିବା ଉଚିତ୍।

error: Content is protected !!