Vastu Mandira

ମନ୍ଦିର ନିର୍ମାଣ ନିମନ୍ତେ ବାସ୍ତୁ


ଯଦି ପରିବାରର କୌଣସି ସଦସ୍ୟ ମନ୍ଦିର ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରନ୍ତି ତେବେ ଏହାର ସ୍ଥିତି କ୍ଷେତ୍ରର ପଶ୍ଚିମ ଦିଗରେ ହେବା ଉଚିତ, ଓ ଏହି ମନ୍ଦିର ମଧ୍ୟରେ ଦେବତା ଗଣେଶ, ଶିବ, ଶ୍ରୀରାମ, ଶ୍ରୀକୃଷ୍ଣ, ବିଷ୍ଣୁ ଓ ଲକ୍ଷ୍ମୀ ପୂର୍ବମୁଖାହୋଇ ପ୍ରତିଷ୍ଠା ହୋଇ ପାରିବେ। ଏହି ମନ୍ଦିରରେ, ଦେବ-ଦେବୀଙ୍କର ଦୈନନ୍ଦିନ ପୂଜା ବିଧିବିଧାନ ମତେ ହେବା ଉଚିତ।ଗୃହର ମୁଖ୍ୟ ପ୍ରବେଶଦ୍ୱାର ସମ୍ମୁଖରେ, ମନ୍ଦିରର ମୁଖ୍ୟଦ୍ୱାର ରହିଥିଲେ, ବଂଶ ନାଶ ହେବାସହ ଦାରିଦ୍ରତା ଭୋଗ କରିବାକୁ ପଡ଼େ ତେଣୁ ଏହା ଅତ୍ୟନ୍ତ କ୍ଷତିକାରକ। ଯଦି ମନ୍ଦିର ରାସ୍ତାର ଅପରପାଶ୍ୱର୍ରେ ଥାଏ ଓ ମନ୍ଦିରର ଦେବତା ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖାଯାଉଥାନ୍ତି, ଏହା ଅତ୍ୟନ୍ତ ଅଶୁଭ। ମନ୍ଦିରର ବାହାର ପ୍ରାଚୀରକୁ ଉଚ୍ଚକରିବା ଆବଶ୍ୟକ। ଯଦି, ଏହା ସମ୍ଭବ ନହୁଏ, ତେବେ ନିଜ କ୍ଷେତ୍ରର ସୀମା ପ୍ରାଚୀରକୁ ଉଚ୍ଚ କରିବା ସହ ଗୃହର ମୁଖ୍ୟ ପ୍ରବେଶ ଦ୍ୱାରରେ ସର୍ବଦା ପରଦା ବ୍ୟବହାର କରିବା ଉଚିତ୍।

error: Content is protected !!