Vastu Dosha and Its Remedy (ବାସ୍ତୁ ଦୋଷ ଓ ତାର ପ୍ରତିକାର)

ବାସ୍ତୁ ଦୋଷ ଓ ତାର ପ୍ରତିକାର

ବାସଗୃହ


  କୁଆ ରଡିବା ଆମ୍ବ ପଡିବା’’ଭଳି ପରିସ୍ଥିତି ସୃଷ୍ଟି ହୋଇଛି କାରଣ ଜାତକରେ ଯଦି ଅନପତ୍ୟଦୋଷ ଥାଏ, ଅପୁତ୍ରିକଦୋଷ ଥାଏ, ପିତୃଅଭିଶାପ, ମାତୃ ଅଭିଶାପ, ସାପ ଅଭିଶାପ, ପ୍ରେତ ଅଭିଶାପ ଓ ଗୁରୁ ଅଭିଶାପ ଥିଲେ ପୁତ୍ର ସନ୍ତାନ ଜନ୍ମ ହୁଅନ୍ତି ନାହିଁ । ଏହିଭଳି ଜାତକର ପୁଙ୍ଖାନୁପୁଙ୍ଖ ବିଚାରକରି ଉଚିତ୍ ପ୍ରତିକାର କଲେ ନିଶ୍ଚୟ ପୁତ୍ର ସନ୍ତାନ ହେବ । ଅପୁତ୍ରିକ ବ୍ୟକ୍ତିର ଗୃହ କ୍ରୟକରି କିମ୍ବା ଜାଗା, ଜମି କ୍ରୟ କରି ସେଠାରେ ଗୃହ ନିର୍ମାଣ କଲେ ମଧ୍ୟ ପୁତ୍ରସନ୍ତାନ ହେବେ ନାହିଁ । ଆଉ ମଧ୍ୟ ଆତ୍ମହତ୍ୟା କରିଥିବା କ୍ଷେତ୍ରରେ ଗୃହନିର୍ମାଣ କଲେ ସନ୍ତାନ ଜନ୍ମହୋଇ ନଷ୍ଟ ହୋଇଯାଆନ୍ତି । ଏହିସବୁ ଦୃଷ୍ଟିରୁ ଜାଗା ଏବଂ ଗୃହ ବାସ୍ତୁ ସହିତ ଦୃଢ଼ ସମ୍ପର୍କ ରହିଛି । ଗୃହର ଉତ୍ତର-ପୂର୍ବ ଭାଗରେ ବାସ୍ତୁଦୋଷ ଥିଲେ, ପୁତ୍ର ସନ୍ତାନ ଜନ୍ମରେ ଆଶଙ୍କା ଦେଖା ଦେଇଥାଏ ଯଦି ଙ ପୁତ୍ର ସନ୍ତାନ ଜନ୍ମ ହୁଏ ସେ ସର୍ବଦା ଅସୁସ୍ଥ ରହିଥାଏ । ପୁନଶ୍ଚ ଯଦି ପାଇଖାନା କିମ୍ବା ଶୟନ ଗୃହ କିମ୍ବା ଭଣ୍ଡାର ଗୃହ ଐଶାନ୍ୟକୋଣରେ ରହିଥାଏ, ଐଶାନ୍ୟକୋଣ ଅନ୍ୟାନ୍ୟ ଭାଗଠାରୁ ଯଦି ଉଚ୍ଚ ହୋଇଥାଏ, ଐଶାନ୍ୟକୋଣ ଗୋଲାକାର ହୋଇଥାଏ, ଐଶାନ୍ୟକୋଣ ଖଣ୍ଡିତ ହୋଇଥାଏ ପୁତ୍ର ସନ୍ତାନ ଜନ୍ମରେ ବିଘ୍ନସୃଷ୍ଟି ହେବ । ଗୃହର ବର୍ହିଭାଗରେ, ଐଶାନ୍ୟକୋଣରେ ସେପ୍ଟିକ୍ ଟାଙ୍କି, ସିଡିଗୃହ, ବୈଦୁ୍ୟତିକ ସରଞ୍ଜାମର ଭଣ୍ଡାର ଗୃହଥିଲେ, ପୁତ୍ର ସନ୍ତାନ ଜନ୍ମ ହେଲେମଧ୍ୟ ଅକାଳ ବିୟୋଗ ବା ଅସୁସ୍ଥ ଶରୀରରେ କାଳାତିପାତ କରନ୍ତି । ଏତଦ୍ ବ୍ୟତୀତ, ଦକ୍ଷିଣ ଦିଗରନୈଋତ କୋଣରେ ମୁଖ୍ୟ ପ୍ରବେଶ ଦ୍ୱାରରସ୍ଥିତି ପୁତ୍ର ସନ୍ତାନ ଜନ୍ମରେ ପ୍ରତିବନ୍ଧକ ହୋଇଥାଏ, ଗର୍ଭ ଧାରଣରେ ସମସ୍ୟା ଦେଖାଦେବ ଓ ଗର୍ଭପାତ ହେବ । ଏହିସବୁ ସମସ୍ୟା ଥିଲେ କୁଳଗୁରୁ କିମ୍ବା କୁଳପୁରୋହିତଙ୍କୁ ଡାକି ଯାହାର କ୍ଷେତ୍ର ତାଙ୍କର ତିନିପୁରୁଷକୁ ପିଣ୍ଡଦାନ ଦେଲେ ଉପୋରକ୍ତ ବାସ୍ତୁ ତୃଟି ସଂଶୋଧନ ହେବ ଏବଂ ପୁତ୍ର ସନ୍ତାନ ନିଶ୍ଚୟ ଲାଭ ହେବ । ପ୍ରଥମତଃ ଜାତକ ଦେଖାଇ ଯଥାବିଧି ପ୍ରତିକାର କଲେ ନିଶ୍ଚୟ ପୁତ୍ର ସନ୍ତାନ ହେବ ।ବାସଗୃହ ହେଉ ଅଥବା କାରଖାନା ହେଉ ପୂର୍ବ ଦିଗ ପରିବର୍ତ୍ତେ ପଶ୍ଚିମଦିଗକୁ ଭୂମିର ଢ଼ାଲୁ କ୍ଷତିକାରକ ବିଶେଷଭାବରେ ଆର୍ଥିକ ଅବସ୍ଥାକୁ ଦୁର୍ବଳ କରିଦେଇଥାଏ । ଯଦି ଭୌଗଳିକ ପରିସ୍ଥିତି ଦୃଷ୍ଟିରୁ ଏହା ସମ୍ଭବ ହୋଇପାରୁନାହିଁ, ପ୍ରାଚୀର ଫାଟକକୁ ପୂର୍ବ କିମ୍ବା ଐଶାନ୍ୟକୋଣର ପୂର୍ବଦିଗରେ ରଖିବା ଉଚିତ । ଯଦି ଏହା ମଧ୍ୟ ସମ୍ଭବ ହେଉ ନଥାଏ ତେବେ, ଏହି ମୁଖ୍ୟଦ୍ୱାର ଫାଟକକୁ ଅଗ୍ନିକୋଣର ଦକ୍ଷିଣଦିଗରେ ରଖିବା ହିତକାରକ ।

କାରଖାନା


ଯଦି ସମ୍ଭବ ହୁଏ ଖାଲି ଯାଗାରେ ଭୂମି ପତ୍ତନକୁ ସଂଶୋଧନ କରି ଉତ୍ତରଦିଗକୁ ଢ଼ାଲୁ କରିବା ଆବଶ୍ୟକ । ପଶ୍ଚିମ ଦିଗକୁ ରହିଥିବା ଢ଼ାଲୁକୁ କିଛି ପରିମାଣରେ ଊଣାକରିବା ଉଦେ୍ଦଶ୍ୟରେ ନୈଋତକୋଣର ପ୍ରାଚୀରକୁ ଭୂମିପତ୍ତନଠାରୁ ଦୁଇଫୁଟ କିମ୍ବା ତିନିଫୁଟ ଉଚ୍ଚରେ ବସେଇବା ଉଚିତ । ଏହି ଢ଼ାଲୁ ପଟକୁ ଊଣା କରିବାପାଇଁ ଅନେକ ସ୍ଥାନରେ ସ୍ପିଡବ୍ରେକର ନିର୍ମାଣ କରିବା କିମ୍ବା ଦୁଇଫୁଟ ଉଚ୍ଚର କାନ୍ଥ ନିର୍ମାଣ କରିବା ଆବଶ୍ୟକ । ଏହା ଦ୍ୱାରା କ୍ଷତିର ପରିମାଣ ୫୦ଭାଗ ନିଶ୍ଚିତ ଊଣା ହେବ । କାରଖାନାର ସମସ୍ତ ଓଜନ ପୂର୍ବଦିଗରେ ଆସୁଥିବାରୁ, ଉତ୍ପାଦିତ ଦ୍ରବ୍ୟକୁ ପ୍ରତ୍ୟାଖାନ କରିବାର ଯଥେଷ୍ଟ ସମ୍ଭାବନା ଅଛି । କାରକାନାର ମାଲିକଙ୍କର ସମୃଦ୍ଧି ସୀମିତ ହୋଇଯିବା ସହିତ, କାରଖାନା ଅଚଳ ଅବସ୍ଥାକୁ ଆସିଯିବ । ପ୍ରତିଷ୍ଠା ଓ ଯଶ ସମ୍ମାନରେ ମଧ୍ୟ ଅବନ୍ନତି ହେବ । ପ୍ରତିକାର ବ୍ୟବସ୍ଥା ସ୍ୱରୂପ, ପଶ୍ଚିମରେ ଥିବା ଉନ୍ମୁକ୍ତ ସ୍ଥାନକୁ ସୀମିତ କରିବା ପ୍ରୟୋଜନ ।

ଏଥିନିମିତ୍ତ ଦୁଇ ପ୍ରକାର ପ୍ରତିକାର ବ୍ୟବସ୍ଥା କରାଯାଇପାରେ ।

୧. ପଶ୍ଚିମ ଦିଗରେ ଅନୁ୍ୟନ ଦୁଇଫୁଟ ଖୋଲା ସ୍ଥାନ ଛାଡ଼ି, ଦୁଇଫୁଟ ଉଚ୍ଚର ଗୋଟିଏ କାନ୍ଥ ନିର୍ମାଣ କରିବା ଆବଶ୍ୟକ ଯାହାକି, ଉତ୍ତର ଓ ଦକ୍ଷିଣ ସୀମା ପ୍ରାଚୀରକୁ ସ୍ପର୍ଶ କରିବ । ଏହା ଦ୍ୱାରା, ସମଗ୍ର କ୍ଷେତ୍ରଟି ଦୁଇଟି କ୍ଷେତ୍ରରେ ପରିଣତ ହେବ । ନୂତନ କ୍ଷେତ୍ରରେ ଅନ୍ୟ ଏକ କାରଖାନା ପ୍ରତିଷ୍ଠା କରାଯାଇପାରିବ କିମ୍ବା କର୍ମଚାରୀ ଓ ଶ୍ରମିକମାନଙ୍କ ପାଇଁ ବାସଗୃହ କିମ୍ବା କଞ୍ଚାମାଲ୍ ରଖିବାପାଇଁ ଗୋଦାମ ଗୃହ ନିର୍ମାଣ କରାଯାଇପାରିବ । ଯଦି କୌଣସି କାରଣରୁ, ଏହା ସମ୍ଭବ ନହେଉଥାଏ, ତେବେ ଦକ୍ଷିଣ-ପଶ୍ଚିମ କୋଣରେ ଗୋଟିଏ ଗୃହ ନିର୍ମାଣ କରି ଅଦରକାରୀ ଜିନିଷକୁ ସେହି ଗୃହ ମଧ୍ୟରେ ରଖାଯାଇପାରିବ । ପଶ୍ଚିମ ଦିଗରେ ନିର୍ମିତ ଦୁଇଫୁଟ ଉଚ୍ଚ କାନ୍ଥଦ୍ୱାରା ଯଦି ଯାନ ବାହାନ ଯିବା ଆସିବାରେ ବାଧା ସୃଷ୍ଟି ହୋଇଥାଏ ତେବେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ଲାଇଡିଂ ଗେଟ୍ କିମ୍ବା ଗଡ଼ା ନିର୍ମାଣ କରାଯିବା ଉଚିତ ।

୨.ଐଶାନ୍ୟକୋଣରେ ଜଳଜନୀତ ବସ୍ତୁ ରଖିଲେ ଉନ୍ନତି ହେବ । କିନ୍ତୁ ଅଗ୍ନି ଧାରଣ କରୁଥିବା କିମ୍ବା ଉତ୍ପନ୍ନ କରୁଥିବା ବସ୍ତୁ ରଖିଲେ ପାଣିରେ ଜ୍ୱଳନ୍ତ ଅଗ୍ନିକୁ ପକାଇବା ଦ୍ୱାରା ଯାହାଫଳ ହେବ ଏହି କ୍ଷେତ୍ରରେ ସେହିଭଳି ଫଳପ୍ରାପ୍ତି ହେବ । ସମସ୍ତ ଦ୍ରବ୍ୟ ଅଙ୍ଗାରସ୍ୱରୂପ ହୋଇଯିବ । ଟ୍ରାନ୍ସଫରମର୍ ଓ ଜେନେରେଟର ଏହି ସ୍ଥାନରେ ରଖିଲେ ଆର୍ଥôକ କ୍ଷତି ହେବା ସହ ସମସ୍ତଦ୍ରବ୍ୟ ବ୍ୟବହାର ଅଯୋଗ୍ୟ ହେବାହିଁ ସୁନିଶ୍ଚିତ । ପ୍ରତିକାର ସ୍ୱରୂପ, ଟ୍ରାନ୍ସଫର୍ମର୍ ଓ ଜେନେରେଟରକୁ ଦକ୍ଷିଣ-ପୂର୍ବଦଦିଗକୁ ସ୍ଥାନାନ୍ତର କରିବା ନିତ୍ୟାନ୍ତ ଆବଶ୍ୟକ ନତୁବା ଏହାର ପ୍ରତିକାରର ଅନ୍ୟ ଉପାୟ ନାହିଁ । ଏହାଦ୍ୱାରା କ୍ଷତିର ପ୍ରଶ୍ନ ନାହିଁ । ଯଦି ଏହି ମେସିନ୍କୁ ପଶ୍ଚିମ ଦିଗକୁ ସ୍ଥାନାନ୍ତର କରାଯାଏ, ତେବେ ୭୦ଭାଗ ଲାଭ ହେବ । ଯଦି, ଏହା ମଧ୍ୟ ସମ୍ଭବ ନହୁଏ, ତେବେ ଗୋଟିଏ ବିରାଟ ପାଣି ଟାଙ୍କି, ଐଶାନ୍ୟ କିମ୍ବା ଉତ୍ତର ଦିଗରେ ନିର୍ମାଣ କରନ୍ତୁ । ଏହି ଦିଗରେ ଗୋଟିଏ କୂପ ବା ନଳକୂପ ଖନନ କରି, ଅଗ୍ନି ସମ୍ବନ୍ଧୀୟ ଚୂଲାକୁ ଅଗ୍ନି କୋଣକୁ ସ୍ଥାନାନ୍ତର କରିଦେଲେ ଭାରସାମ୍ୟ ରକ୍ଷାକରାଯାଇପାରିବ ଓ ଏହି ବ୍ୟବସ୍ଥାଦ୍ୱାରା ଅନୁ୍ୟନ ୭୦ଭାଗ ସୁଫଳ ନିଶ୍ଚିତ ମିଳିବ । କାରଖାନାର ମୁଖ୍ୟ ପ୍ରବେଶଫାଟକ, ନୈଋତକୋଣରେ ବା ପଶ୍ଚିମ ଦିଗରେ ଥାଏ ପଶ୍ଚିମକୁ ଭୂମି ଗଡ଼ାଣିଆ ହୋଇଥାଏ ଐଶାନ୍ୟକୋଣ ବକ୍ରଥାଏ ଜଳରବ୍ୟବସ୍ଥା ଅଗ୍ନିକୋଣ, ଦକ୍ଷିଣ ଓ ପଶ୍ଚିମ ଦିଗରେ ଥାଏ ତେବେ ଶ୍ରମିକ ଅଶାନ୍ତି ଦେଖାଦେବା ସହିତ ଶ୍ରମିକମାନେ କାରଖାନାଛାଡ଼ି ଚାଲିଯାଇଥାଆନ୍ତି । ପ୍ରତିକାର ସ୍ୱରୂପ, ନୈଋତ କିମ୍ବା ପଶ୍ଚିମ ଭାଗରେ ଥିବା ପ୍ରବେଶ ଫାଟକକୁ ବନ୍ଦକରି ଦକ୍ଷିଣଦିଗରେ, ପୂର୍ବଦିଗରେ କିମ୍ବା ଉତ୍ତରଦିଗରେ ରଖିଲେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତିହେବାସହ ଲାଭବାନ୍ ହେବେ ।

ଭୂତଳଜଳ ଭଣ୍ଡାରକୁ ଉତ୍ତର-ପୂର୍ବଦିଗରେ ନିର୍ମାଣ କରିବା ଉଚିତ । ଉପୋରୋକ୍ତ ବାସ୍ତୁ ତୃଟି ସଂଶୋଧନପରେ, କାରଖାନାରେ କୌଣସି ଶ୍ରମିକ ସମସ୍ୟା ରହିବ ନାହିଁ । କାରଖାନାର ମୁଖ୍ୟଫାଟକ ନୈଋତକୋଣ କିମ୍ବା ପଶ୍ଚିମରେ ଅବସ୍ଥିତ ହୋଇଥିବାରୁ ଉତ୍ପାଦିତ ଦ୍ରବ୍ୟ ପଠାଇବାେରେ ବିଳମ୍ବ ହେବ ନାହିଁ । କ୍ୟାସ କାଉଟ୍ଟର ଐଶାନ୍ୟକୋଣରେ ଅଛି, କ୍ୟାସିୟର ପୂର୍ବ କିମ୍ବା ଦକ୍ଷିଣଦିଗକୁ ମୁହଁ କରି ବସୁଛନ୍ତି ତେଣୁ ଦ୍ରବ୍ୟମୂଲ୍ୟ ବାବଦଅର୍ଥ ପାଇବାରେ ବିଳମ୍ବ ହେଉଛି । ପ୍ରତିକାର ସ୍ୱରୂପ କ୍ୟାସିୟର ଉତ୍ତରକୁ ମୁହଁକରି ବସିବା ଉଚିତ ଓ କ୍ୟାସ ଆଲମିରାକୁ ଉତ୍ତରଦିଗକୁ ଖୋଲିବାର ବ୍ୟବସ୍ଥାକଲେ ଏପରି ଅସୁବିଧା ଆଉ ହେବନାହିଁ ।

ଚଉରା


ବାସ୍ତୁ ଶାସ୍ତ୍ରରେ ଚଉରା ବା ବୃନ୍ଦାବତୀଙ୍କର ସ୍ଥାନ ବିଶେଷ ଗୁରୁତ୍ୱ ପୂର୍ଣ୍ଣ । ଗୃହ ଦେବତା ପଶ୍ଚିମାଭିମୁଖ ସୂତ୍ରରେ ଘରର ଐଶାନ୍ୟ କୋଣରେ ତୁଳସୀ ଚଉରା ସ୍ଥାପନ କରିବା କଥା କିନ୍ତୁ ଅନେକ କ୍ଷେତ୍ରରେ ଗୃହର ଦ୍ୱାର ଆଗକୁ ଘରୁ ବାହାରିବାର ଡାହାଣପଟେ ବୃନ୍ଦାବତୀଙ୍କୁ ସ୍ଥାପନ କରିଥାନ୍ତି । ସେହି ଦୃଷ୍ଟିରୁ ବିଚାର କଲେ କେବଳ ଉତ୍ତରଦ୍ୱାରରେ ଡାହାଣପଟେ ବୃନ୍ଦାବତୀ ରହିଲେ ଘରୁ ବାହାରିଲାବେଳେ ସମ୍ମୁଖରେ ପ୍ରଣାମକରି ବାହାରକୁ ଯାତ୍ରା କରିହେବ । ଦକ୍ଷିଣ ଦ୍ୱାରରେ ବାମ ପଟରେ ବୃନ୍ଦାବତୀଙ୍କୁ ସ୍ଥାପନ କଲେ ସମ୍ନାରେ ପ୍ରଣାମକରି ଯାତ୍ରା କରିବେ ଏବଂ ପୂର୍ବ ଦ୍ୱାରରେ ବାମପଟେ ବା ଦକ୍ଷିଣପଟେ ଯେଉଁଠି ବୃନ୍ଦାବତୀଙ୍କୁ ସ୍ଥାପନ କରିଲେ ମଧ୍ୟ ସାମ୍ନାରେ ପ୍ରଣାମ କରି ଯାତ୍ରା କରିପାରିବେ । ବାସ୍ତୁ ଅନୁସାରେ ପଶ୍ଚିମଦ୍ୱାର କ୍ଷତିକାରକ ବୋଲି ପ୍ରମାଣିତ ହୋଇଛି ।କିନ୍ତୁ ଅନେକ କ୍ଷେତ୍ରରେ ଅନେକ ଲୋକ ପଶ୍ଚିମ ଦ୍ୱାର ଗୃହ ନିର୍ମାଣ କରିଛନ୍ତି । ଯାହାଫଳରେ ବୃନ୍ଦାବତୀଙ୍କୁ ଦ୍ୱାର ପାଶ୍ୱର୍ରେ ଯେଉଁଠି ରଖିଲେ ମଧ୍ୟ ପଛରୁ ହିଁ ପ୍ରଣାମ କରିବାକୁ ପଡିବ । ବାମରେ ହେଉ ବା ଡାହାଣରେ ହେଉ ପଶ୍ଚିମ ପଟେ ଦେବତା ମାନଙ୍କର ସ୍ଥାନ ନୁହେଁ । ପଶ୍ଚିମ ବୃନ୍ଦାବତୀ ରହିଲେ ମଶାଣିରେ ଉଠିଥିôବା ତୁଳସୀ ଗଛସହ ସମାନ ବୋଲି ଜାଣିବାକୁ ହେବ ।

ତେବେ ଶାସ୍ତ୍ରାନୁସାରେ

“ଦକ୍ଷିଣ ଦରଜା ରଜା, ଉତ୍ତର ଦରଜା ପ୍ରଜା, ପୂରୁବେ ଦରଜା ମଜା, ପଶ୍ଚିମେ ଭୋଗିବ ସଜା”

ଏଥିରୁ ସମୀକ୍ଷା କଲେ ଜଣାଯାଏ ଯେ ଦକ୍ଷିଣ ଦରଜା ସର୍ବଶ୍ରେଷ୍ଠ ଓ ସର୍ବାନୁମୋଦିତ । ଏହି ଦ୍ୱାରରେ ଯଦି ତୁଳସୀ ଚଉରା ସ୍ଥାପନ କରିବାକୁ ହୁଏ ତେବେ ବାମ ପଟରେ ପଶ୍ଚିମକୁ ମୁଖ କରି ଚଉରା ସ୍ଥାପନ କରିବେ । ଏହି ଦ୍ୱାରର ଦକ୍ଷିଣ ପଟରେ ଯଦି ତୁଳସୀ ଚଉରା ରୁହେ ତେବେ ବଂଶନାଶ, ପୁତ୍ରହାନୀ, ବନ୍ଧନଯୋଗ, ଆକସ୍ମିକ ଦୁର୍ଘଟଣା ଗ୍ରସ୍ତ, ହାତ, ଗୋଡ଼ରେ ଆଘାତ, ମାଲିମୋକଦ୍ଦମା ଗ୍ରସ୍ତ, ନୀଚ୍ଚକର୍ମରେ ନିଯୁକ୍ତ, ଦାରିଦ୍ରତା ମଧ୍ୟରେ ଜୀବନ ଅତିବାହିତ ହେବ । କାରଣ ପଶ୍ଚିମଦିଗ ଶନିଙ୍କର, ନୈଋତକୋଣ ରାହୁଙ୍କର ହୋଇଥିବାରୁ ଏହି କ୍ଷେତ୍ରରେ ବିଷ୍ଣୁ ପତ୍ନୀ ବୃନ୍ଦାବତୀ ବାସ କରିଲେ ଶନି ଓ ରାହୁଙ୍କର କୋପରେ ଗୃହକର୍ତ୍ତା ପୀଡିତ ହେବାଟା ହିଁ ସୁନିଶ୍ଚିତ ।

ଗୃହ ବାସ୍ତୁର ପଶ୍ଚିମରେ ଘୋଡ଼ା, ହାତୀ, ଗୋରୁ, ଗାଈ ବାନ୍ଧିବା କଥା । ଯାନ, ବାହନ, ଚାକର ଚାକରାଣୀ ବା ଦାସ ଦାସୀମାନେ ବାସ କରିଲେ ଗୃହ କର୍ତ୍ତାଙ୍କର ଆଜ୍ଞାବହ ହୋଇ ରହିବେ ।

ରଙ୍ଗ ନିର୍ଣ୍ଣୟ


ରଙ୍ଗ ମନୁଷ୍ୟ ଜୀବନକୁ ପ୍ରଭାବିତ କରିଥାଏ । ବାସ୍ତୁ ସିଦ୍ଧାନ୍ତରେ ଗୃହର ରଙ୍ଗ ନିର୍ଣ୍ଣୟର ଅନେକ ଗୁରୁତ୍ୱ ଅଛି । କାରଣ ବାସ୍ତୁ ସହିତ ବା ବାସ କରୁଥିବା ଭୂମି ସହିତ ସୂର୍ଯ୍ୟଙ୍କର ସମ୍ପର୍କ ରହିଛି । ସୂର୍ଯ୍ୟଙ୍କ କିରଣରୁ ସାତଗ୍ରହଙ୍କର ସାତୋଟି ରଙ୍ଗ ଉଦ୍ଗିରଣ ହେଉଛି । ଯାହାଫଳରେ ଗୃହକର୍ତ୍ତାଙ୍କର ଯେଉଁ ଗ୍ରହ ଭାଗ୍ୟପ୍ରଦ, ସୁଖପ୍ରଦ ସେହି ଗ୍ରହର ରଙ୍ଗ ତାଙ୍କ ଶରୀର ଗ୍ରହଣ କରିଥାଏ । ସେହି ଦୃଷ୍ଟିରୁ ବିଚାର କଲେ ଏହି ସାତ ରଙ୍ଗ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁହାଇବ ନାହିଁ । ଗୋଟିଏ କିମ୍ବା ଦୁଇଟି ରଙ୍ଗ ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ ପ୍ରଭାବ ପକାଇଥାଏ । ଏମିତିକି ମନସ୍ତତ୍ୱବିଦ୍ମାନେ ରଙ୍ଗ ଚିକିତ୍ସା ଦ୍ୱାରା ପାଗଳରୋଗୀଙ୍କୁ ଭଲ କରିପାରୁଛନ୍ତି । ସୂର୍ଯ୍ୟ କିରଣର ଚିକିତ୍ସା ପଦ୍ଧତି ଅନୁସାରେ ବ୍ୟକ୍ତିର ରୋଗ ନିର୍ଦ୍ଧାରଣ କରି ରଙ୍ଗ ବୋତଲରେ ପାଣି ପୁରେଇ ସୂର୍ଯ୍ୟ କିରଣରେ ରଖି ଚିକିତ୍ସା କରାଯାଉଛି । ତେଣୁ ଏହି ରଙ୍ଗ ଜାତକରୁ ଲଗ୍ନ ଏବଂ ରାଶି ଅନୁସାରେ ସୂର୍ଯ୍ୟ କିରଣରେ ଥିବା ସାତରଙ୍ଗ ଯଥା- “ବାଘ ନିଶ ହଲାନା” ସୂତ୍ରରେ ସ୍ଥିର କରିବା ଉଚିତ୍ । ଏହି ସୂତ୍ରରେ ଦୁଇଟି ରଙ୍ଗ ନାହିଁ । ଧଳା ଏବଂ କଳା ଏହି ଦୁଇଟି ରଙ୍ଗ ରାହୁ ଓ କେତୁଙ୍କର, ଜଗନ୍ନାଥ ଏବଂ ବଳଭଦ୍ରଙ୍କର, ରାଧା ଓ କୃଷ୍ଣଙ୍କର, ରାତି ଏବଂ ଦିନର ଏହିଭଳି ବିଚାର କଲେ ଏହି ଦୁଇ ରଙ୍ଗର ବିଶେଷତ୍ୱ ସବୁ କ୍ଷେତ୍ରରେ ଅଧିକ । ଏହି ରଙ୍ଗ ଯେକୌଣସି ରଙ୍ଗରେ ମିଶେଇ ଦେଲା ପରେ ନୂତନ ରଙ୍ଗ ସୃଷ୍ଟି ହୁଏ । ଏହା ବ୍ୟକ୍ତି ଉପରେ ବିଶେଷ ପ୍ରଭାବ ପକାଇଥାଏ । ଧଳାରଙ୍ଗ ବା କଳାରଙ୍ଗକୁ ଛାଡି କୌଣସି ରଙ୍ଗର ସ୍ଥିତି ନାହିଁ । ଏହି ଦୁଇଟି ରଙ୍ଗ ପ୍ରକୃତି ଏବଂ ପୁରୁଷ । ମାଟି, ପାଣି, ପବନ, ନିଅାଁ ଓ ସୂର୍ଯ୍ୟଙ୍କର ତେଜ ସହିତ ଏହି ରଙ୍ଗର ସମ୍ପର୍କ ଘନିଭୂତ ହୋଇଛି । ଏହାକୁ କେଉଁ ରଙ୍ଗ ସହିତ ମିଶାଇବା ପରେ କି ରଙ୍ଗ ସୃଷ୍ଟି ହେବ ତାକୁ ବିଚାରକୁ ନେଇ ବ୍ୟକ୍ତିର ରାଶ୍ୟାନୁଯାଇ ରଙ୍ଗ ନିର୍ଦ୍ଧାରଣ କରି ଗୃହରେ ବାସ କରୁଥିବା ସ୍ଥାନ ସେହି ରଙ୍ଗ କରିବା ନିତ୍ୟାନ୍ତ ଆବଶ୍ୟକ । ପ୍ରତିଦିନ ଟି.ଭି.ରେ ବିଭିନ୍ନ ଆକର୍ଷଣୀୟ ରଙ୍ଗରେ ସଜ୍ଜିତ ଘରର ବିଜ୍ଞାପନ ଦେଖାଯାଇଥାଏ । ଏହା ହୁଏତ ସେହି ରଙ୍ଗ ନିର୍ମାଣକାରୀ ସଂସ୍ଥାର ଆର୍ଥିକ ଉନ୍ନତି କରିପାରେ ମାତ୍ର ଏହି ଗୃହରେ ବାସ କରୁଥିବା ବ୍ୟକ୍ତି କ’ଣ ସୁଖରେ ରହି ପାରିବ? ବାସ୍ତୁଶାସ୍ତ୍ରମତେ ଗୃହର ରଙ୍ଗ ଠିକ୍ ଭାବେ ସ୍ଥିର କରି ନପାରିଲେ ଗୃହରେ ସୁଖ ଓ ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ଜୀବନରେ ବ୍ୟାଘାତ ଘଟିବ ।

ରଙ୍ଗ ସ୍ଫୁର୍ତ୍ତୀ, ସୁନ୍ଦରତା ଓ କଲ୍ୟାଣ ମନୁଷ୍ୟ ଜୀବନରେ ପ୍ରଦାନ କରିଥାଏ । ଏହି କାରଣରୁ ରଙ୍ଗର ପ୍ରଭାବରେ ମନୁଷ୍ୟ ଶରୀର ଓ ମନ ନିୟନ୍ତ୍ରିତ ହୋଇଥାଏ । ରଙ୍ଗ ମନୁଷ୍ୟର ମନ ଉପରେ ପ୍ରଭାବ ପକାଇଥାଏ । କେତେକ ରଙ୍ଗ ସମସ୍ତଙ୍କ ଆକର୍ଷଣୀୟ ହୋଇଥାଏ ମାତ୍ର ଏପରି କେତେକ ରଙ୍ଗ ରହିଅଛି ଯାହାକି ହୁଏତ ସମସ୍ତଙ୍କୁ ଭଲ ଲାଗେ ନାହିଁ । ହାଲୁକା ନୀଳ ବା ଆକାଶୀରଙ୍ଗ କାନ୍ଥରେ ଦେଲେ ଘର ଭିତରେ ଶାନ୍ତି ଆସିଥାଏ ଓ ନିଦ ଭଲ ହୁଏ । ସେହିପରି ଧଳାରଙ୍ଗ ଦେଲେ ଶାନ୍ତି ଆସେ । ବିବାହ, ବ୍ରତ, ଜନ୍ମ ଓ ବିଭିନ୍ନ ପୂଜା ଉତ୍ସବରେ ଲାଲରଙ୍ଗର ବ୍ୟବହାର ଅଧିକ ହୋଇଥାଏ । ଲାଲରଙ୍ଗର ଅଳତା ସ୍ତ୍ରୀଲୋକମାନେ ପାଦରେ ଲଗାଇଥାନ୍ତି । ଲାଲରଙ୍ଗ ଦ୍ୱାରା ଆନନ୍ଦର ଭାବନା ଆସିଥାଏ । ଲାଲରଙ୍ଗ ଖୁସୀ ଓ ସୌଭାଗ୍ୟର ପ୍ରତୀକ ହୋଇଥାଏ । ଉଦିତ ସୂର୍ଯ୍ୟଙ୍କର ରଙ୍ଗ ଲାଲ୍ । ସୂର୍ଯ୍ୟ କିରଣରେ ସବୁ ରଙ୍ଗର ମିଶ୍ରଣ ଥାଏ । ଅର୍ଥାତ୍ ନୀଳ, ଲାଲ ଓ ହଳଦିଆ ଭଳି ମୁଖ୍ୟ ରଙ୍ଗ ସହ ଭାଓଲେଟ ଇଣ୍ଡିଗୋ ନାରଙ୍ଗୀ ଆଦି ରଙ୍ଗ । ଲାଲ ଓ ନୀଳ ରଙ୍ଗ ମନୁଷ୍ୟକୁ ଜୀବନ ଦେଇଥାଏ । ଲାଲ ରଙ୍ଗ ଖୁସିର ରଙ୍ଗ ଓ ସବୁଜରଙ୍ଗ ପବିତ୍ରତାର ପ୍ରତୀକ । ତେଣୁ ଗୃହରେ ରଙ୍ଗ ଦେବା ମଧ୍ୟ ବାସ୍ତୁଶାସ୍ତ୍ରର ଅନ୍ୟ ଏକ ଉଲ୍ଲେଖନୀୟ ଦିଗ । ବାସ୍ତୁଶାସ୍ତ୍ର ଅନୁସାରେ ଘରର ରଙ୍ଗ ଦେଲେ ବ୍ୟକ୍ତିଙ୍କର ଦୈନିକ ଜୀବନରେ ଓ ପରିବାରରେ ଶାନ୍ତି ଓ ସୁଖମୟ ଜୀବନଯାପନ ନିମନ୍ତେ ସାହାଯ୍ୟ କରିଥାଏ । ମାତ୍ର ଦେଖାଯାଏ ଯେ ଅନେକ ଲୋକ ନିଜର ବିକୃତ ଚିନ୍ତା ଓ ଅନ୍ୟର ଉପଦେଶ ଦ୍ୱାରା ବିକୃତ ରଙ୍ଗ କରିଥାନ୍ତି । ଏହି ଭୁଲ ରଙ୍ଗ ପରିବାରରେ କ୍ଷତି କରିଥାଏ । ବାସ୍ତୁଶାସ୍ତ୍ର ମତରେ ବ୍ୟକ୍ତିର ରାଶି ନକ୍ଷତ୍ରରୁ ସହାୟକ ରଙ୍ଗ ଓ ବିରୋଧୀ ରଙ୍ଗ ସ୍ଥିର କରାଯାଇଥାଏ । କେତେକ ବ୍ୟକ୍ତି ଲଗ୍ନ ଅନୁସାରେ ଶୁଭରଙ୍ଗ ସ୍ଥିର କରିଥାନ୍ତି । ତେଣୁ ଗୃହର ସର୍ବାଧିକ ସଦସ୍ୟଙ୍କର ସହାୟକ ରଙ୍ଗ ଓ କ୍ଷତିକାରୀ ରଙ୍ଗ ସ୍ଥିର କରି ରଙ୍ଗର ଚୟନ କରିପାରିଲେ ଗୃହବାସୀମାନେ ଖୁସିରେ ରହିପାରିବେ । ହୁଏତ ଅନେକ ସମୟରେ ବାସ୍ତୁବିତ୍ ଚିହ୍ନଟ କରିଥିବା ରଙ୍ଗ ଘର ବାସିନ୍ଦାମାନଙ୍କୁ ଭଲ ନ ଲାଗିପାରେ କିନ୍ତୁ ଏହାଦ୍ୱାରା ସେମାନେ ଲାଭବାନ ହେବେ । ତେବେ ବିଭିନ୍ନ କୋଠରୀର ରଙ୍ଗ ବ୍ୟବହାରକାରୀ ବ୍ୟକ୍ତିଙ୍କ ଶୁଭରଙ୍ଗ ଅନୁସାରେ ହେବା ନିତ୍ୟାନ୍ତ ଆବଶ୍ୟକ । କାରଣ ବ୍ୟକ୍ତି ତାଙ୍କର ସର୍ବାଧିକ ସମୟ ନିଜ ରୁମ୍ରେ ବିତାଉଥିବାରୁ ରୁମରୁ ଶୁଭ ଶକ୍ତି ଅଧିକରୁ ଅଧିକ ପାଇବା ଆବଶ୍ୟକ ।

error: Content is protected !!