Vastu Gruha Prabesha

VASTU SHASTRA

ଗୃହ ପ୍ରବେଶ ବିଧି

ନୂତନ ଗୃହ ପ୍ରବେଶର ନିୟମ ଓ ବିଧି

ଗୃହ ପ୍ରବେଶ ବିଧି!

ଏହାଛଡ଼ା ଗୃହ ପ୍ରବେଶ ପୂର୍ବରୁ ବାସ୍ତୁ ଶାନ୍ତି କରିବ। ଗୃହ ପ୍ରବେଶ ସମୟରେ ଇଷ୍ଟଦେବତା, ଗୁରୁଜନଙ୍କୁ ସମ୍ମାନ ଓ ପରିଜନଙ୍କୁ ଭୋଜନ ଦେବା ଦରକାର। ଏହାଛଡ଼ା ମଙ୍ଗଳଧ୍ୱନି ସହିତ ଗୃହ ପ୍ରବେଶ କରିବା ଉଚିତ। ଶୁଭ ସମୟରେ ଆରମ୍ଭ ହୋଇଥିବା କାର୍ଯ୍ୟ ନିର୍ବିଘ୍ନରେ ଶେଷ ହୁଏ। ଶୁଭାଶୁଭ ନିର୍ଣ୍ଣୟ ବିନା ଆରମ୍ଭ ହୋଇଥିବା ଅନେକ ଗୃହ ଅଧା ତିଆରି ହୋଇ ପଡିରହେ କିମ୍ବା ତିଆରି ସରିବା ପରେ ସେଥିରେ କେହି ରୁହନ୍ତି ନାହିଁ। ସେହି କାରଣରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ମହାସମାରୋହରେ ଶିଳାନ୍ୟାସ ହୋଇ ଅନେକ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ପଡି ରହିଥିବାର ପରିଦୃଷ୍ଟ ହୁଏ। ସେଥିପାଇଁ ଗୃହନିର୍ମାଣ ନିମିତ୍ତ ଶୁଭଦିନ ଓ ଶୁଭ ମୁହୁର୍ତ୍ତ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏଥିପାଇଁ ବିଦ୍ୱାନ୍ ଜ୍ୟୋତିଷଙ୍କ ସାହାଯ୍ୟ ନେବା ଉଚିତ୍।