ଜାଣନ୍ତୁ! ବୃଷରାଶି ଜାତ ବ୍ୟକ୍ତିଙ୍କ ଆରାଧ୍ୟ ଦେବାଦେବୀ, ଜୀବନମନ୍ତ୍ର, ସମସ୍ୟା ଓ ପ୍ରତିକାର।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବୃଷରାଶି ଜାତ ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ।

ବୃଷ ରାଶିରେ ଚନ୍ଦ୍ରଥିଲେ ଜାତକ ବୃଷରାଶି ହେବ। ଯାହାଫଳରେ ଜାତକ ପରୋପକାରୀ, ପୁଣ୍ୟକର୍ମି, କାର୍ଯ୍ୟକୁଶଳ, ସତ୍କାର୍ଯ୍ୟ କର୍ତ୍ତା, ବୁଦ୍ଧିମାନ, ସୁନ୍ଦର, ରାଜସମ୍ମାନ ପ୍ରାପ୍ତ, ସ୍ତ୍ରୀ, ପୁତ୍ର ଓ ଧନର ସୁଖୀ, ବାହନ ପ୍ରାପ୍ତି, କୁଟୁମ୍ବସୁଖୀ, ଧୈର୍ଯ୍ୟବାନ, ବୀର, ଚତୁର, ଧନୀ, ସୌଭାଗ୍ୟଶୀଳ, ଦୃଢ଼ଶରୀର, ସୁନ୍ଦରରୂପ, କଷ୍ଟ ସହିଷ୍ଣୁ, ମିଷ୍ଟାନ୍ନଭୋଜୀ, ବିଳାସୀ, ସତ୍ୟବାଦୀ, ଦାନୀ, ଅଳଙ୍କାର ପ୍ରିୟ, ବାପା ମା ଓ ଗୁରୁଜନଙ୍କ ଭକ୍ତି, ରାଜପ୍ରିୟ, ପରଦେଶବାସୀ, ସ୍ତ୍ରୀ ଆଜ୍ଞାପାଳନ କରେ, ତିନୋଟି ସ୍ତ୍ରୀସହ ସମ୍ବନ୍ଧ ରଖେ, ଚିତ୍ରକଳା, ସଙ୍ଗୀତ, କାବ୍ୟକଳା, ଆଗ୍ରହୀ, କାମୀ, ପ୍ରାଚୀନଗ୍ରନ୍ଥ, ଅନୁଶୀଳକ, କବି, ଉଦାର, ଉଦବିଘ୍ନ ଚିତ୍ତ, ପଶୁଭୟ, ଆକସ୍ମିକ ଧନଲାଭ, ତ୍ୟାଗୀ, ଦୀର୍ଘାୟୁ, କଫରୋଗୀ, ଅର୍ଜିର୍ଣ୍ଣରୋଗୀ, ଶୀତରୋଗୀ, ନେତ୍ରରୋଗୀ, ବାଲ୍ୟାବସ୍ଥାରେ ଦୁଃଖି ଓ ବୃଦ୍ଧାବସ୍ଥାରେ ସୁଖପାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

<<Vastu>>> | <<< Jataka Bichara >>>

୧, ୧୬, ୫୫, ବର୍ଷ ବୟସରେ ଅଶୁଭଫଳ ପାଇଥାଏ। ତୃତୀୟ ବର୍ଷରେ ଅଗ୍ନିଭୟ, ୭ବର୍ଷରେ ହଇଜାରୋଗ, ୯ବର୍ଷରେ ଶରୀର ପୀଡ଼ା, ୧୦ବର୍ଷରେ ରକ୍ତବିକାର, ୧୨ବର୍ଷରେ ଉଚ୍ଚରୁ ପତନ, ୧୯ବର୍ଷରେ ରୋଗ, ୨୫ବର୍ଷରେ ଜଳଭୟ, ୩୦ ବା ୩୨ବର୍ଷରେ କଫରୋଗ ହୋଇଥାଏ। ଚନ୍ଦ୍ର ଶୁଭଥିଲେ ସମସ୍ତଫଳ ମିଳିବ। ଅଶୁଭ ହୋଇଥିଲେ କିଛିଟାଫଳ ମିଳିବ।

ଅକ୍ଷରରୁ ଜାଣନ୍ତୁ ନିଜର ନକ୍ଷତ୍ର:-

ଇ, ଉ, ଏ- କୃତ୍ତିକା ନକ୍ଷତ୍ର। ଓ, ବ, ବି, ବୁ- ରୋହିଣୀ ନକ୍ଷତ୍ର। ବେ, ବୋ- ମୃଗଶିରା ନକ୍ଷତ୍ର। ଯାହାର ଡାକନାମ ଏହି ଅକ୍ଷରମାନଙ୍କ ମଧ୍ୟରୁ ମୂଳ ଅକ୍ଷର ହୋଇଥିବ, ସେହିମାନେ ବୃଷରାଶିର ଗୋଚରଫଳ ସଂପୂର୍ଣ୍ଣ ଅନୁଭବ କରିପାରିବେ।

ସହଯୋଗୀ ରାଶି-

କର୍କଟ, ସିଂହ, ବିଛା, ମକର, କୁମ୍ଭ ଓ ମୀନ ରାଶିର ବ୍ୟକ୍ତିଙ୍କ ସହ  କୌଣସି ପ୍ରକାର ବ୍ୟବସାୟ ଅଥବା ବିଶ୍ଵାସ ରଖିଲେ ଆପଣ ଶୁଭଫଳ ଓ ଲାଭ ପାଇବେ।

ଆହୁରି ପଢନ୍ତୁ: ଜାଣନ୍ତୁ! ମେଷରାଶି ଜାତ ବ୍ୟକ୍ତିଙ୍କ ଶୁଭ ଅଶୁଭ ସଂଖ୍ୟା, ରତ୍ନ, ରଙ୍ଗ। ସମସ୍ୟା ଓ ସମାଧାନ।ଜାଣନ୍ତୁ! ବୃଷରାଶି ଜାତ ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ଵ କିପରି ହୋଇଥାଏ?

ବୃଷରାଶିର ଶୁଭ ଅଙ୍କ-

୪, ୬ ଓ ୮। ଏହି ଅଙ୍କକୁ ଉପଯୋଗ କଲେ ଆଶାନୁରୂପ ଲାଭପ୍ରାପ୍ତ ହେବେ। ଆପଣଙ୍କର ଭାଗ୍ୟଶାଳୀ ଅଙ୍କ ୬ । ଏହି ଅଙ୍କ ଆପଣଙ୍କ ପାଇଁ ଭାଗ୍ୟଶାଳୀ ଓ ଶୁଭଦାୟକ ହେବ।

ଆପଣଙ୍କର ଶୁଭ ରଙ୍ଗ-

ଧଳା, କ୍ରିମ୍ କଳା ଓ ନୀଳରଙ୍ଗକୁ ସବୁଜାଗାରେ ଉପଯୋଗ କଲେ ଆପଣଙ୍କୁ ସଫଳତା ମିଳିବ।  ଏହି ରଙ୍ଗ ସମ୍ବନ୍ଧିତ ବସ୍ତୁର ବ୍ୟବସାୟ କଲେ ଆପଣ ଉଚିତ୍ ଲାଭ ପାଇବେ।

ଆପଣଙ୍କର ଶୁଭ ରତ୍ନ-

ହୀରା, ପାନ୍ନା ଓ ଫିରୋଜା ଅଟେ। ଏହାକୁ ଧାରଣ କରିଲେ ଗ୍ରହର ଅନୁକୂଳ ପ୍ରଭାବ ପଡିଥାଏ ଏବଂ ପ୍ରତି କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବେ। ଯଦି ପାରୁଛନ୍ତି ତେବେ ହୀରା ଧାରଣ କରିବେ। ଏହା ବହୁତ ଲାଭକାରୀ ହେବ।

ଆହୁରି ପଢନ୍ତୁ: ସଫଳତା ପାଇବାକୁ ହିଁ ଜନ୍ମ ନେଇଥାନ୍ତି ଏହି ତିନିଗୋଟି ରାଶିର ବ୍ୟକ୍ତିମାନେ।

ଆପଣଙ୍କର ଭାଗ୍ୟଶାଳୀ ଉପରତ୍ନ-

ଜିରକନ୍ ଓ ଓପେଲ୍। ଏହା ମଧ୍ୟ ଲାଭକାରୀ ଓ ସିଦ୍ଧି ଅଟେ।

ଶୁଭ ଆରାଧ୍ୟ ଦେବା ଦେବୀ ଓ ପ୍ରଭାବଶାଳି ପ୍ରତିକାର-

ମହାଲକ୍ଷ୍ମୀ ଓ ଧନପତି କୁବେରଙ୍କୁ ପୂଜା ଅର୍ଚ୍ଚନା କଲେ ସୁଖସମୃଦ୍ଧି ଏବଂ ଐସ୍ଵର୍ଜ୍ୟଲାଭ ହେବ। ପ୍ରତି କ୍ଷେତ୍ରରେ ସଫଳତା ନିଶ୍ଚିତଭାବେ ପାଇବେ।

ଶୁଭ ଯନ୍ତ୍ର-

ଶ୍ରୀଯନ୍ତ୍ର ଓ କୁବେରଯନ୍ତ୍ରକୁ ସ୍ଥାପନ କରି ଏହାର ମନ୍ତ୍ର ଜପ କରିଲେ ଆପଣଙ୍କ ପାଇଁ ଅତି ଉତ୍ତମ ହେବ।

ଜୀବନମନ୍ତ୍ର

୧ – ପ୍ରତିଦିନ ଘରେ ଘିଅ ଦୀପ ଜାଳିବେ। ୨ – ଗାଈକୁ ଦାନା ଖାଇବାକୁ ଦେବେ। ୩ – ଗଣପତି ଗଣେଶଙ୍କୁ ପୂଜା ଉପାସନା କରିବେ। ୪ – ଶନିବାର ଦିନ ସୋରିଷ କିମ୍ବା ତିଳ ଦାନ କରିବେ।

ଆହୁରି ପଢନ୍ତୁ: S ନାମର ବ୍ୟକ୍ତିଙ୍କର ବ୍ୟକ୍ତିତ୍ଵ ଓ ତାଙ୍କ ବିଷୟରେ ସବୁ କିଛି।

୫ – ରୁମାଲରେ ଚାଉଳ ଓ ରୂପାଟୁକୁଡା ବାନ୍ଧିକରି ସବୁବେଳେ ସାଥିରେ ରଖିବେ। ୬ – ମଦ୍ୟପାନ କରିବେ ନାହିଁ। ୭ – ମାଟିଘଡି ଭିତରେ ତମ୍ବା ପଇସା ରଖି ତାଉପରେ ଢାଙ୍କୁଣୀ ଦେଇ ଜଳରେ ଭସାଇ ଦେବେ। ୮ – ମିଠା ଖାଇକରି କୌଣସି କାର୍ଯ୍ୟ ଆରମ୍ଭ କରିବେ।

ସମସ୍ୟା ସମାଧାନ –

୧ – ପୈତୃକ ଧନ ସଂପତ୍ତି ପାଇଁ କୁଟୁମ୍ବଙ୍କ ସହିତ କୌଣସି ସମସ୍ୟା ଲାଗିରହିଥିଲେ ଧଳାଅର୍କ ଚେରକୁ ଆଣି ବୁଧବାର ଦିନ ଡାହାଣ ବାହୁରେ ବିଭିନ୍ନ ରଙ୍ଗୀନ ସୂତାରେ ବାନ୍ଧିବେ।

୨ – ଯଦି ଅଧିକ ପରିମାଣରେ ଧନ ଅର୍ଜନ କରିବାକୁ ଚାହୁଁଥାନ୍ତି, ତେବେ ଆପଣ ପକେଟରେ କିମ୍ବା ମନିପର୍ଶ ଭିତରେ ବିଧାରାଚେରକୁ ବୁଧବାର ଦିନ ଆଣି ରଖିବେ।

୩ – ଯଦି ସନ୍ତାନପକ୍ଷରୁ ଚିନ୍ତା କରୁଥାନ୍ତି, ତେବେ ସନ୍ତାନସୁଖ ପାଇଁ ବୁଧବାର ଦିନ ମୌନବ୍ରତ ପାଳନ କରିବେ।

ଆହୁରି ପଢନ୍ତୁ: ଅଗଷ୍ଟ ୧ ପର୍ଯ୍ୟନ୍ତ ସିଂହ ରାଶିରେ ଶୁକ୍ର ରହିବେ, ଜାଣନ୍ତୁ ଗୋଚରରେ ଅନ୍ୟ ରାଶି ମାନଙ୍କ ଉପରେ ପ୍ରଭାବ।

୪ – ଯଦି ବାଦ-ବିବାଦ ଏବଂ ଦୁର୍ଘଟଣା ଆଦିରେ ଧନର ଅପବ୍ୟୟ ହେଉଅଛି, ତେବେ ମାଟି ଦୀପରେ ସୋରିଷତେଲ ଦେଇ ତୁଳାର ବତୀ ଦେଇ ଶନିବାର ଦିନ ସନ୍ଧ୍ୟା ସମୟରେ ଅଶ୍ଵତ୍ଥ ଗଛମୂଳେ ଜଳାଇବେ।

୫ – ଯଦି ଅଶ୍ଵତ୍ଥ ଗଛ ନିରୋଳା ଜାଗାରେ ଥାଏ, ଏହି ଉପାୟ କଲେ ଆକସ୍ମିକ ଧନ-ହାନୀର ସ୍ଥିତି ସୁଧାରୀ ଯାଏ। ଏହି ପ୍ରୟୋଗ ଅତିକମରେ ପାଞ୍ଚମାସ କରିବା ବିଧେୟ।

୬ – ଯଦି କାର୍ଯ୍ୟ କରିବାର ଉତ୍ସାହ କମିଯାଏ, ତେବେ ରୂପାର ବଳା ଡାହାଣ ହାତରେ ଧାରଣ କରିବା ଉଚିତ୍।

୭ – ଯଦି ଆପଣଙ୍କ ମନୋକାମନାର ପୂର୍ତ୍ତି କରିବାକୁ ଚାହୁଁଥାନ୍ତି, ତେବେ ସଂବଧିତ କାମନାକୁ ଭୋଜପତ୍ରରେ ହଳଦିରେ ଲେଖି ପବିତ୍ର ଜଳରେ ବିସର୍ଜନ କରିବେ।

ଆହୁରି ପଢନ୍ତୁ: ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ନିଜ ରାଶି ବିଷୟରେ!

୮ – ଯଦି ଧନମାର୍ଗ ଅବରୁଦ୍ଧ ହୋଇଯାଏ, ତେବେ କେଶର ତଥା ହଳଦୀ ଚନ୍ଦନର ତିଳକ ମୁଣ୍ଡରେ ଲଗାଇଲେ ଧନ ଲାଭର ସ୍ରୋତ ଖୋଲିଯିବ ଓ ରାମ ମନ୍ଦିରକୁ ଯାଇ ରାମଙ୍କ ସମ୍ମୁଖରେ ମୁଣ୍ଡିଆ ମାରିବା ଉଚିତ୍।

୯ – ଯଦି ଶିକ୍ଷାରେ ସମସ୍ୟା  ତଥା ମାନସିକ ଏକାଗ୍ରତା ଭଙ୍ଗ ହୁଏ, ତେବେ ବୁଧବାର ଦିନ ସକାଳେ ମାଟିଆ ରଙ୍ଗର ଗାଈକୁ ମାଟିଆ ରଙ୍ଗର ଦାନା ଖାଇବାକୁ ଦେବେ। ଯଦି ଗାଈ ସଂପୂର୍ଣ୍ଣ ଦାନା ଖାଇଦିଏ, ତେବେ ଆପଣଙ୍କର ଶିକ୍ଷାରେ ଥିବା ସମସ୍ୟା ହଟିଯିବ ନଚେତ ଭବିଷ୍ୟତ ସମୟରେ ଆପଣଙ୍କୁ ବିଭିନ୍ନ ପ୍ରକାର ପରିସ୍ଥିତି ମୁକାବିଲା କରିବାକୁ ପଡିବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!