S ନାମର ବ୍ୟକ୍ତିଙ୍କର ବ୍ୟକ୍ତିତ୍ଵ ଓ ତାଙ୍କ ବିଷୟରେ ସବୁ କିଛି।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆସନ୍ତୁ ଜାଣିବା ସେହି ବ୍ୟକ୍ତି ମାନଙ୍କ ବିଷୟରେ ଯେଉଁ ମାନଙ୍କ ନାମ ଇଂରାଜୀ ଅକ୍ଷର ‘S’ ରୁ ଆରମ୍ଭ ହୋଇଥାଏ।

ଯେତେବେଳେ ଛୁଆଟି ଜନ୍ମ ହୁଏ ସେତେବେଳେ ବହୁତ ଜ୍ୟୋତିଷ ଙ୍କ ପରାମର୍ଶ ରେ ତାର ନାମକରଣ ହୋଇଥାଏ ତେଣୁ ବନ୍ଧୁଗଣ ଏହି ନାମକୁ ଆପଣ ସାଧାରଣ ଭାବନ୍ତୁ ନାହିଁ। ଏହି ନାମରୁ ଅତି ସହଜରେ ଗୋଟେ ବ୍ୟକ୍ତିଙ୍କ ରାଶି ଜାଣି ହୋଇଥାଏ। ଆଉ ଏହି ରାଶିରୁ ବ୍ୟକ୍ତି ର ସ୍ୱଭାବ, ଭବିଷ୍ୟତ ବିଷୟରେ ବହୁତ କିଛି ଜାଣି ହୋଇଯାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

<< Odia Calendar 2018 >>> | <<< Jataka Bichara >>>

ତେବେ ଆସନ୍ତୁ ଜାଣିବା ଇଂରାଜୀ ଅକ୍ଷର ‘S’ ରୁ ଆରମ୍ଭ ହୋଇଥିବା ବ୍ୟକ୍ତି ମାନଙ୍କ ବ୍ୟକ୍ତିତ୍ଵ ବିଷୟରେ:-

ଏହି ଅକ୍ଷରରେ ଥିବା ବ୍ୟକ୍ତି ବହୁତ ସରଳ ସ୍ୱଭାବର ହୋଇଥାନ୍ତି। ନିଜଠୁ ଅଧିକ ଅନ୍ୟ ମାନଙ୍କ ପାଇଁ ସର୍ବଦା ଭାବନ୍ତି। ସେଥିପାଇଁ ସବୁବେଳେ ଅସୁବିଧା ରେ ପଡନ୍ତି। ନୂଆ ନୂଆ ସାଙ୍ଗ ବନେଇବାରେ ଏମାନେ ପାରଙ୍ଗମ। ସେଥିପାଇଁ ଏମାନେ ବହୁତ ସାଙ୍ଗ ମାନଙ୍କ ଅଧିକାରୀ ହୋଇଥାନ୍ତି।

ନିଜ ଭବିଷ୍ୟତ କୁ ନେଇ ଏମାନେ ସର୍ବଦା ଚିନ୍ତିତ ରୁହନ୍ତି। କିନ୍ତୁ ପରିଶ୍ରମୀ ହୋଇଥିବାରୁ ନିଶ୍ଚିତ ସଫଳତା ପାଇଥାନ୍ତି। ଈଶ୍ୱରଙ୍କ ସେବା କରିବା ପାଇଁ ପସନ୍ଦ କରିଥାନ୍ତି।ଏମାନେ ଯେପରି ସୁନ୍ଦର ସ୍ୱଭାବର ହୋଇଥାନ୍ତି ତାଙ୍କ ହୃଦୟ ମଧ୍ୟ ସେମିତି ସୁନ୍ଦର ହୋଇଥାଏ। ଏମାନେ ନିଜ ମନ କଥା ସମସ୍ତଙ୍କୁ କହି ପାରନ୍ତି ନାହିଁ।

ଆହୁରି ପଢନ୍ତୁ: ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ନିଜ ରାଶି ବିଷୟରେ!

ଏମାନେ ଯାହାକୁ ଥରେ ଭଲ ପାଆନ୍ତି ତାଙ୍କ ପାଇଁ ଜୀବନ ମଧ୍ୟ ଦେଇପାରନ୍ତି। ଏମାନେ ସହଜରେ ସମସ୍ତଙ୍କୁ ବିଶ୍ୱାସ କରିଯାନ୍ତି। ସେଥିପାଇଁ ସବୁବେଳେ ଧୋକା ପାଆନ୍ତି।ଜ୍ଞାନ ଆହରଣ କରିବା ପାଇଁ ଏମାନେ ବହୁତ ଭଲ ପାଆନ୍ତି। ଏମାନେ ବହୁତ ପ୍ରତିଭା ଶାଳୀ ଅଟନ୍ତି। ଯେଉଁ କାର୍ଯ୍ୟ ଆରମ୍ଭ କରନ୍ତି ତାକୁ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚାଇବା ପରେ ଯାଇ ନିଶ୍ୱାସ ମାରନ୍ତି।

ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି। ବହୁତ ଜିଦିଆ ସ୍ୱଭାବର ହୋଇଥାନ୍ତି ଏମାନେ। ଥରେ କୋଉ କଥା ଲାଗି ଜିଦ୍ କଲା ମାନେ ସେଇଟା ପୂରଣ ନହେବା ଯାଏ କାହା କଥା ଶୁଣନ୍ତିନି। ଏମାନେ ବହୁତ ମିଷ୍ଟ ଭାଷୀ ହୋଇଥାନ୍ତି। ନିଜ କଥାରେ କାହାକୁ ବି ଆକର୍ଷଣ କରେଇ ନିଅନ୍ତି।

ଆହୁରି ପଢନ୍ତୁ: ଅଗଷ୍ଟ ୧ ପର୍ଯ୍ୟନ୍ତ ସିଂହ ରାଶିରେ ଶୁକ୍ର ରହିବେ, ଜାଣନ୍ତୁ ଗୋଚରରେ ଅନ୍ୟ ରାଶି ମାନଙ୍କ ଉପରେ ପ୍ରଭାବ।

ସାଧାରଣ ଭାବରେ ଏମାନେ ପ୍ରେମ ବିବାହ କରିବାକୁ ପସନ୍ଦ କରନ୍ତି। ନିଜ ଭଲ ପାଇବା କୁ ବହୁତ ଯତ୍ନଶୀଳ ଭାବରେ ସାଇତି ରଖନ୍ତି। ଏମାନେ ଅଧିକାଂଶ ବଡ଼ଖର୍ଚ୍ଚ କରନ୍ତି। ଏମାନେ ଅଳ୍ପ ଖାଇବାକୁ ଭଲପାନ୍ତି କିନ୍ତୁ ସ୍ଵାଦ ଯୁକ୍ତ ନିହାତି ହୋଇଥିବା ଦରକାର।

ଆହୁରି ପଢନ୍ତୁ: ଜାଣନ୍ତୁ! ମେଷରାଶି ଜାତ ବ୍ୟକ୍ତିଙ୍କ ଶୁଭ ଅଶୁଭ ସଂଖ୍ୟା, ରତ୍ନ, ରଙ୍ଗ। ସମସ୍ୟା ଓ ସମାଧାନ।

ନିଜ ପରିବାରକୁ ଏମାନେ ବହୁତ ଭଲ ପାଆନ୍ତି। ନିଜ ପରିବାର ପାଇଁ କିଛି ବି କରିବେ କିନ୍ତୁ ତାଙ୍କର କେବେ କିଛି ହବାକୁ ଦେବେନି। ଏମାନେ ବହୁତ ଚାଲାକ ହୋଇଥାନ୍ତି।ନିଜର ସମସ୍ତ କାର୍ଯ୍ୟ କୌଶଳ କ୍ରମେ ସମ୍ପାଦନ କରିଥାନ୍ତି।

ଏମାନେ ଯୋଉଠି ବି ରୁହନ୍ତୁ ନିଜ ପାଖ ଆଖ ଖବର ରଖିବାକୁ ରୁଚି ରଖନ୍ତି। ତେଣୁ ଏମାନଙ୍କୁ ସବୁ କିଛି ଜଣା ଥାଏ। ଏମାନେ ଈଶ୍ୱର ପ୍ରେମୀ ହୋଇଥାନ୍ତି। ଏମାନେ ଦୟାଳୁ ଓ ପରୋପକାରୀ ମଧ୍ୟ ଅଟନ୍ତି।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!