ଜାଣନ୍ତୁ! ମେଷରାଶି ଜାତ ବ୍ୟକ୍ତିଙ୍କ ଶୁଭ ଅଶୁଭ ସଂଖ୍ୟା, ରତ୍ନ, ରଙ୍ଗ। ସମସ୍ୟା ଓ ସମାଧାନ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷରାଶି ଜାତ ବ୍ୟକ୍ତିଙ୍କ ଶୁଭ ଅଶୁଭ ସଂଖ୍ୟା, ରତ୍ନ, ରଙ୍ଗ। ସମସ୍ୟା ଓ ସମାଧାନ।

ମେଷ ରାଶିରେ ଚନ୍ଦ୍ରଥିଲେ ଜାତକ ମେଷରାଶି ହେବ। ଯାହାଫଳରେ ଜାତକ ପୁତ୍ରବାନ, ସ୍ୱଜନ ରହିତ, ଆପଣା ଦକ୍ଷତାରେ ଯଶ ଅର୍ଜନ କରିଥାଏ। ସ୍ତ୍ରୀଠାରୁ ପରାଜିତ, ଦେବ, ବ୍ରାହ୍ମଣଭକ୍ତି, ଚଞ୍ଚଳ, ଦୟାଳୁ ହୃଦୟ, ସୁଶୀଳ, ଗୁଣୀ, ରାଜପ୍ରିୟ, ସେବାପ୍ରିୟ, ଶୀଘ୍ରଗାମୀ, କଠୋରଚିତ୍ତ, ଦୃଢ଼ଶରୀର, ମାନୀ, ବୃଥା ଭ୍ରମଣ, ସୁରବୀର, ଚିଡିଚିଡ଼ାସ୍ୱଭାବ, ସ୍ୱତନ୍ତ୍ରବ୍ୟବସାୟୀ, ଶୁଭଖର୍ଚ୍ଚି, ମାତୃସୁଖହୀନ, ଦ୍ୱିଭାର୍ଯ୍ୟା ଯୋଗ, ଉଚ୍ଚରୁ ପତ୍ତନ, ଜଳଭୟ, ଯୁଦ୍ଧବିଭାଗ, କିମ୍ବା ଶାସନ ବିଭାଗରେ କର୍ମକରିବାକୁ ଭଲପାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଚୁ, ଚେ, ଚୋ, ଲା- ଅଶ୍ଵିନୀ ନକ୍ଷତ୍ର। ଲି, ଲୁ, ଲେ, ଲୋ- ଦ୍ଵିଜା ନକ୍ଷତ୍ର। ଅ- କୃତ୍ତିକା ନକ୍ଷତ୍ର। ଯାହାର ଡାକନାମ ଏହି ଅକ୍ଷରମାନଙ୍କ ମଧ୍ୟରୁ ମୂଳଅକ୍ଷର ହୋଇଥିବ, ସେହି ମାନେ ମେଷରାଶିର ଗୋଚରଫଳ ସଂପୂର୍ଣ୍ଣ ଅନୁଭବ କରିପାରିବେ। ଏହିରାଶିର ବ୍ୟକ୍ତିମାନେ ଆପଣଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ହେବେ।

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ସହଯୋଗୀ ରାଶି-

ମେଷ, ସିଂହ, ତୁଳା, କୁମ୍ଭ, ଧନୁ ଓ ମୀନ। ତୁଳା ଓ କୁମ୍ଭରାଶି ବ୍ୟକ୍ତିଙ୍କଠାରୁ ସହଯୋଗ ଏବଂ  ପ୍ରେମର ପରିପୂର୍ଣ୍ଣତା ସମ୍ବନ୍ଧ ରହିବ। ଧନୁ ଓ ମୀନ, ମେଷ ଓ ସିଂହରାଶି ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସହଯୋଗ, ମାନସିକ ସ୍ଥିରତା ରହିବ।

ମେଷରାଶିର ଶୁଭ ଅଙ୍କ-

୧, ୨, ୩, ୬ ଓ ୯। ଏହି ଶୁଭଦିନ ମାନଙ୍କରେ ଯଦି ଆପଣ କାର୍ଯ୍ୟ କରନ୍ତି, କିମ୍ବା ଏହି ଅଙ୍କର ବ୍ୟକ୍ତିମାନଙ୍କ ସହିତ ବ୍ୟବସାୟ ଓ ମିତ୍ରତା କଲେ ଆପଣ ସଫଳତା ପାଇବାର ପୂର୍ଣ୍ଣ ସମ୍ଭାବନା ଅଛି। ବିଶେଷତଃ ୧ ଓ ୯ ଆପଣଙ୍କର ଭାଗ୍ୟଶାଳୀ ଅଙ୍କ ଓ ଶୁଭଦାୟକ ହେବ।

ଆପଣଙ୍କର ଶୁଭ ରଙ୍ଗ-

ନାଲି, ହଳଦିଆ, ନାରଙ୍ଗୀ ଓ ଗୋଲ୍ଡେନ।

ଆପଣଙ୍କର ଶୁଭ ରତ୍ନ-

ପ୍ରବାଳ, ମୋତି ଓ ପୋଖରାଜ। ଏହାକୁ ଧାରଣ କରି ନିଜର ଭାଗ୍ୟରେ ସଫଳତା ଆଣିପାରିବେ।

ଆପଣଙ୍କର ଭାଗ୍ୟଶାଳୀ ଉପରତ୍ନ-

ମୁକ୍ତା, କ୍ରିଷ୍ଟାଲ।

ଶୁଭ ଆରାଧ୍ୟ ଦେବା ଦେବୀ ଓ ପ୍ରଭାବଶାଳି ପ୍ରତିକାର –

କାର୍ତ୍ତିକେୟ ଓ ହନୁମାନଙ୍କୁ ପୂଜା ଅର୍ଚ୍ଚନା କଲେ ବିଶେଷଭାବେ ଲାଭପ୍ରଦ ହେବେ।

ଆହୁରି ପଢନ୍ତୁ: ଜାଣନ୍ତୁ! ବୃଷରାଶି ଜାତ ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ଵ କିପରି ହୋଇଥାଏ?

ଶୁଭଯନ୍ତ୍ର-

ମଙ୍ଗଳ ଯନ୍ତ୍ର ଓ ସଂପୂର୍ଣ୍ଣ ବଗଳାମୁଖୀ ଯନ୍ତ୍ର ପୂଜା ଉପାସନା କରିବା ଅତି ଶ୍ରେୟସ୍କର ହେବ। ଜୀବନରେ ଶୁଭତା ଲାଭ କରିବାକୁ ଚାହୁଁଥିଲେ ଏହି ଯନ୍ତ୍ର ପୂଜା କରିବା ଉଚିତ୍।

ଜୀବନମନ୍ତ୍ର-

୧- ଜାନୁୟାରୀ ମାସର ପ୍ରତ୍ୟେକ ମଙ୍ଗଳବାର ରୁଟି ଗାଈକୁ ଖାଇବାକୁ ଦେବେ। ୨- ଫେବୃୟାରୀ ମାସର ପ୍ରତ୍ୟେକ ମଙ୍ଗଳବାର କୌଣସି ବସ୍ତୁ ବା ଦ୍ରବ୍ୟ ବିନା ପଇସାରେ ଗ୍ରହଣ କରିବେ ନାହିଁ। ୩ – ମାର୍ଚ୍ଚମାସର ପ୍ରତ୍ୟେକ ମଙ୍ଗଳବାର ଲାଲରଙ୍ଗର ରୁମାଲ ସବୁବେଳେ ସାଥିରେ ରଖିବେ। ୪ – ଅପ୍ରେଲମାସର ପ୍ରତ୍ୟେକ ମଙ୍ଗଳବାର ବିଧବା ସ୍ତ୍ରୀଲୋକଙ୍କୁ ସହାୟତା କରିବେ ଓ ଆଶୀର୍ବାଦ ପ୍ରାପ୍ତ କରିବେ।

ଆହୁରି ପଢନ୍ତୁ: ଅଗଷ୍ଟ ୧ ପର୍ଯ୍ୟନ୍ତ ସିଂହ ରାଶିରେ ଶୁକ୍ର ରହିବେ, ଜାଣନ୍ତୁ ଗୋଚରରେ ଅନ୍ୟ ରାଶି ମାନଙ୍କ ଉପରେ ପ୍ରଭାବ।

୫ – ମଇମାସର ପ୍ରତ୍ୟେକ ମଙ୍ଗଳବାର ମିଠାଦ୍ରବ୍ୟର ବ୍ୟବସାୟ କରିବେ ନାହିଁ। ୬ – ବର୍ଷର ପ୍ରତ୍ୟେକ ମଙ୍ଗଳବାର ମଦ୍ୟପାନ ଓ ନିଶାରୁ ନିବୃତ ରହିବେ। ୭ – ଜୁନ୍ ଜୁଲାଇ ମାସର ପ୍ରତ୍ୟେକ ମଙ୍ଗଳବାର ଦିନ ଶେଷହେବା ପୂର୍ବରୁ ଗହମ, ଗୁଡ ବାଳକମାନଙ୍କୁ ଦାନ କରିବେ। ୮ – ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବରମାସର ପ୍ରତ୍ୟେକ ମଙ୍ଗଳବାର ଲାଲଚନ୍ଦନ ଓ ମସୁରଡାଲି ଧର୍ମସ୍ଥାନରେ ଦେବେ। ସକାଳେ ଧର୍ମସ୍ଥାନକୁ ସଫା କରିବେ।

୯ – ନଭେମ୍ବର, ଡିସେମ୍ବରମାସର ପ୍ରତ୍ୟେକ ଦିନ ଯୋଡା ହୋଇ ନଥିବା ରୂପାର ବଳା ବାମ ହାତରେ ଧାରଣ କରିବେ। ୧୦ – ନଭେମ୍ବରମାସରୁ ଜୁନ୍ ମାସ ମଧ୍ୟରେ  ଦ୍ଵାରରେ ଫୁଲଗଛ ଲଗାଇ ପ୍ରତ୍ୟେକଦିନ ପାଣିଛିଞ୍ଚିବେ। ଉପରୋକ୍ତ ଉପାୟରେ ଜୀବନରେ ସ୍ଥିରତା ଆଣିବା ପାଇଁ ଆପଣଙ୍କ ରାଶିରେ ରହିଥିବା ମଙ୍ଗଳ ଗ୍ରହର ଦୁଷ୍ପ୍ରଭାବ କମିଯିବ ଓ ଶାନ୍ତି ଅନୁଭବ କରିବେ।

ସମସ୍ୟା ସମାଧାନ –

ଦାମ୍ପତ୍ୟ ଜୀବନରେ ଅଶାନ୍ତି ହେଉଥିଲେ ଓ ଦୂର କରିବାକୁ ହେଲେ ଆପଣ ଶୁକ୍ରବାର ଦିନ କୌଣସି କନ୍ୟାକୁ ଡାକିଆଣି ଧଳାମିଠା ଖାଇବାକୁ ଦେବେ ତଥା ଏହି ତଥ୍ୟ ଏଗାରଥର ପ୍ରୟୋଗ କରିବେ। ପ୍ରତି ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ବୁନ୍ଦିକୁ ନେଇ ପ୍ରସାଦ କରି ବାଣ୍ଟିବା ଶୁଭଦାୟକ ହେବ। ଏହାଦ୍ଵାରା ଜୀବନରେ ଅକସ୍ମାତ୍ ଦୁଃଖ ଆସିବ ନାହିଁ।  

ଆହୁରି ପଢନ୍ତୁ: ସଫଳତା ପାଇବାକୁ ହିଁ ଜନ୍ମ ନେଇଥାନ୍ତି ଏହି ତିନିଗୋଟି ରାଶିର ବ୍ୟକ୍ତିମାନେ।

ଜୀବନରେ  ଉନ୍ନତି ପାଇଁ  ଆପଣ ଲାଲରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ। ଆପଣଙ୍କର ସ୍ଵଭାବ ଯଦି ଉଗ୍ରଭାବ ହୋଇଥାଏ, ତେବେ ଲାଲରଙ୍ଗର ବସ୍ତ୍ର ପିନ୍ଧିବା ପରିତ୍ୟାଗ କରିବା ଉଚିତ ତଥା ଉପହାର ସ୍ୱରୂପ ଲାଲରଙ୍ଗର ବସ୍ତ୍ର ଓ ଲାଲରଙ୍ଗର ବସ୍ତୁକୁ ଗ୍ରହଣ କରନ୍ତୁ ନାହିଁ।  କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ମଙ୍ଗଳବାର ଦିନ କରିବେ ଓ ଶ୍ରେଷ୍ଠଫଳ ପ୍ରାପ୍ତି ହେବ।

ଶିକ୍ଷାରେ ସଫଳତା ପାଇଁ ବଗିଚାରେ ଲାଲରଙ୍ଗର ଫୁଲ ଫୁଟିଥିବା ଗଛ ଲଗାଇବା ଉଚିତ। ଯଦି ଆପଣଙ୍କର ଉତ୍ସାହ କମ୍ ହେଉଛି, ତେବେ ମଙ୍ଗଳବାର ଦିନ ଲାଲଚନ୍ଦନ ମସ୍ତକରେ ଲଗାଇବା ଉଚିତ। ଯଦି ଆପଣଙ୍କର ଚାକିରୀରେ ବ୍ୟବଧାନ ଆସୁଥାଏ, ତେବେ ସବୁପ୍ରକାର ରଙ୍ଗର ଫୁଲ ଏବଂ ପନ୍ତିୟ ବୃକ୍ଷ ଘର ସାମ୍ନାରେ ଲଗାଇବେ ଓ ନିୟମପୂର୍ବକ ପାଣି ଛିଞ୍ଚିବେ। ଜୀବନରେ ସମସ୍ତ ପ୍ରକାର ଉନ୍ନତି ପାଇଁ ପ୍ରତି ସୋମବାର ଦିନ କଞ୍ଚା କ୍ଷୀର ଶିବମନ୍ଦିରରେ ଢାଳିବା ବିଧେୟ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!