ବାସ୍ତୁ ଶାସ୍ତ୍ର ଅନୁସାରେ ଅଶୁଭତ୍ଵ ଆଣିଥାଏ ଏହି ୭ଟି ଚିତ୍ର। କ’ଣ ଆପଣ ବି ଲଗାଇଛନ୍ତି କି ଏହା ମଧ୍ୟରୁ କିଛି? No.6 ନିଶ୍ଚୟ ଦେଖନ୍ତୁ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଏହି ୭ଟି ଚିତ୍ର ଆଣିଥାଏ ଅଶୁଭତ୍ଵ! ଜାଣନ୍ତୁ ସେହି ଚିତ୍ର ସମ୍ବନ୍ଧରେ ଯାହାକୁ ଘରେ ଭୁଲ୍ ରେ ବି ଲଗାଇବା ମନା।

ଆମେ ନିଜ ଘରର ଶୋଭା ବଢାଇବା ପାଇଁ ବେଳେ ବେଳେ କେତେ ପ୍ରକାରର ସାଜସଜା ଜିନିଷରେ ଘରକୁ ସଜାଇ ଥାଉ। କିନ୍ତୁ ଲୋକମାନେ ଭୁଲବଶତଃ ବେଳେ ବେଳେ ଏଭଳି କିଛି ଜିନିଷ ରେ ଘର ସଜାଇଥାନ୍ତି ଯାହାକି ବାସ୍ତୁ ଶାସ୍ତ୍ର ଅନୁସାରେ ଖରାପ ପ୍ରଭାବ ପକାଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଭୁଲ ଚିତ୍ର ବା ଫୋଟୋ ଲଗାଇବା ଦ୍ଵାରା ଗୃହରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

<<Vastu>>> | <<< Jataka Bichara >>>

ଆସନ୍ତୁ ଜାଣିବା ସେଇଭଳି କିଛି ଚିତ୍ର ସମ୍ବନ୍ଧରେ ଯାହା ବାସ୍ତୁ ଶାସ୍ତ୍ର ଅନୁସାରେ ଦୁର୍ଭାଗ୍ୟର କାରଣ ଅଟେ:-

୧- ଘରେ କେବେବି ମହାଭାରତ ଯୁଦ୍ଧର ଫୋଟୋ ଲଗାନ୍ତୁ ନାହିଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଦ୍ଵାରା ଗୃହରେ ବାଦ ବିବାଦ ଦେଖା ଦିଏ ଓ ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି ହୁଏ।

ଆହୁରି ପଢନ୍ତୁ: ଜାଣନ୍ତୁ! ମେଷରାଶି ଜାତ ବ୍ୟକ୍ତିଙ୍କ ଶୁଭ ଅଶୁଭ ସଂଖ୍ୟା, ରତ୍ନ, ରଙ୍ଗ। ସମସ୍ୟା ଓ ସମାଧାନ।ଜାଣନ୍ତୁ! ବୃଷରାଶି ଜାତ ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ଵ କିପରି ହୋଇଥାଏ?

୨- ଗୃହର କାନ୍ଥରେ ଭୁଲ ରେ ବି କୌଣସି ହିଂସ୍ର ପଶୁର ଛବି ଲଗାନ୍ତୁ ନାହିଁ, ଏହା ଦ୍ୱାରା ଘରେ ଝଗଡା ବଢିଥାଏ।

୩- କେବେବି ଭାଙ୍ଗିଯାଇଥିବା, ବୁଡିଯାଇଥିବା ବା ଅଟକିଥିବା ଜାହାଜର ଚିତ୍ର ଲଗାନ୍ତୁ ନାହିଁ, ଏହା ଦ୍ଵାରା ଜୀବନରେ ମାନସିକ ଅଶାନ୍ତି ବଢିଥାଏ।

ଆହୁରି ପଢନ୍ତୁ: ଜାଣନ୍ତୁ! ବୃଷରାଶି ଜାତ ବ୍ୟକ୍ତିଙ୍କ ଆରାଧ୍ୟ ଦେବାଦେବୀ, ଜୀବନମନ୍ତ୍ର, ସମସ୍ୟା ଓ ପ୍ରତିକାର।

୪- ଘରେ ତାଜମହଲ ବା କୌଣସି ସମାଧିର ଫୋଟୋ ଲଗାନ୍ତୁ ନାହିଁ, ଏହା ଦ୍ୱାରା ମନରେ ନାକାରାତ୍ମକ ଚିନ୍ତା ସୃଷ୍ଟି ହୁଏ।

୫- କୌଣସି ନଦୀ, ଝରଣା, ସମୁଦ୍ର ଆଦି ବହିଯାଉଥିବା ପାଣିର ଚିତ୍ର ଲଗାଇଲେ ଅଯଥା ଖର୍ଚ୍ଚ ବଢେ ଓ ଅନେକ ସମସ୍ୟା ଦେଖାଦିଏ।

ଆହୁରି ପଢନ୍ତୁ: ଅଗଷ୍ଟ ୧ ପର୍ଯ୍ୟନ୍ତ ସିଂହ ରାଶିରେ ଶୁକ୍ର ରହିବେ, ଜାଣନ୍ତୁ ଗୋଚରରେ ଅନ୍ୟ ରାଶି ମାନଙ୍କ ଉପରେ ପ୍ରଭାବ।

୬- ଭଗବାନଙ୍କର କୌଣସି ପୁରୁଣା ବା ଚିରାଫଟା ଚିତ୍ର, ଭଙ୍ଗା ମୂର୍ତ୍ତୀ ଗୃହରେ ରଖନ୍ତୁ ନାହିଁ ଏହା ଦ୍ୱାରା ବହୁତ କ୍ଷତି ହୋଇଥାଏ। ଗୃହରେ ଦାରିଦ୍ର୍ୟ ଦେଖା ଦିଏ, ମାନସିକ ଅଶାନ୍ତି, କଳି ଝଗଡା ଲାଗିରୁହେ, ସନ୍ତାନ ମାନଙ୍କର କ୍ଷତି ହୁଏ।

୭- ବାସ୍ତୁ ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ସମୟର ଛବି ଲଗାନ୍ତୁ ନାହିଁ, ଏହା ଅଶୁଭ ଅଟେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!