ଶନି ଦେବଙ୍କୁ ପ୍ରଶନ୍ନ କରିବାକୁ ଚାହୁଁଥିଲେ ନିଶ୍ଚିନ୍ତ ପଢନ୍ତୁ ଏହି ଉପାୟ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶନି ଦେବଙ୍କୁ ପ୍ରଶନ୍ନ କରିବାକୁ ଚାହୁଁଥିଲେ ନିଶ୍ଚିନ୍ତ ପଢନ୍ତୁ ଏହି ଉପାୟ।

ଶନିଦେବଙ୍କୁ କର୍ମର ଦେବତା କୁହାଯାଏ। ସେଥିପାଇଁ ଯେବେ କାହା ଜାତକରେ ଶନିଙ୍କ ଦ୍ରୁଷ୍ଟି ପଡେ ତେବେ ତାକୁ ତାର କର୍ମ ନେଇ ଫଳ ମିଳିଥାଏ। ଯଦି ଜାତକ ଭଲ କାମ କରନ୍ତି ତେବେ ଶନି ସାଢେଷାତିରେ ଶନି ତାଙ୍କୁ ପୀଡିତ କରନ୍ତି ନାହିଁ। ଶନିକୁ କୃର ଗ୍ରହ ବୋଲି କୁହାଯାଏ ଏବଂ ଅଧିକାଂଶ ଲୋକ ଶନିଦେବଙ୍କୁ ଡରନ୍ତି ମଧ୍ୟ। କିନ୍ତୁ ଶାସ୍ତ୍ରରେ ତାଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପ୍ରାଚୀନ କଥା ଅନୁସାରେ ରାବଣ ଶନିଙ୍କୁ ନିଜ ଦରବାରରେ ଓଲଟା ଟାଙ୍ଗୀ ଦେଇଥିଲେ। ଲଙ୍କାପୋଡି ସମୟରେ ହନୁମାନ ତାଙ୍କୁ ବନ୍ଧନ ମୁକ୍ତ କରିଥିଲେ। ସେତେବେଳେ ଶନି ଦେବ ତାଙ୍କୁ ବରଦାନ ଦେଇଥିଲେ ଯେ ସେ ହନୁମାନ ଭକ୍ତଙ୍କୁ କେବେ କଷ୍ଟ ଦେବେ ନାହିଁ।

ଆହୁରି ପଢନ୍ତୁ: ଅଁଳାରେ ଅଛି ଏହି ୧୩ଟି ଚମତ୍କାରୀ ଔଷଧୀୟ ଗୁଣ। ୧୧ ନଂଟି ନିଶ୍ଚିନ୍ତ ପଢନ୍ତୁ।  

ଶନି ପୂଜାରେ ଏହି ସବୁ କଥା ଧ୍ୟାନରେ ରଖନ୍ତୁ-

  • ଶନି ପୂଜା ପାଇଁ ରାତ୍ରି ସମୟ ବା ସନ୍ଧ୍ୟା ସମୟ ସବୁଠୁ ଶ୍ରେଷ୍ଠ ଅଟେ।
  • ଦାନରେ ଲୁହା, ବିରି ଡାଲି, ତେଲ, ଛଣା ହୋଇଥିବା ଖାଦ୍ୟ ବା ପୁରୁଣା ବସ୍ତ୍ର ଆଦି ଆସହାୟଙ୍କୁ ଦାନ କରନ୍ତୁ।

ଶନି ଦେବଙ୍କୁ ପ୍ରଶନ୍ନ କରିବା ପାଇଁ ଉପାୟ-

  • ଶାସ୍ତ୍ରରେ ଅଛି ଯେ ହନୁମାନ ଭକ୍ତଙ୍କୁ ଶନି କଷ୍ଟ ଦିଅନ୍ତି ନାହିଁ। ଅର୍ଥାତ ହନୁମାନଙ୍କ ହନୁମାନ ଚାଳିଶା ସର୍ବଦା ପାଠ କରିବା ଦ୍ଵାରା ଶନି ଦେବ ପ୍ରଶନ୍ନ ହୁଅନ୍ତି।
  • ଯେଉଁ ବ୍ୟକ୍ତିଙ୍କୁ କଠିନ ପରିଶ୍ରମ କରି ମଧ୍ୟ ମନ ଚାହୁଁଥିବା ଫଳ ମିଳୁ ନାହିଁ, ସେମାନେ ସବୁ ଶନିବାର ତେଲର ମାଲିସ କରନ୍ତୁ, ଏହା ଦ୍ଵାରା ସ୍ୱାସ୍ଥ୍ୟ ଠିକ ରହିବ ଓ ଅଟିକି ଥିବା କାର୍ଯ୍ୟ ମଧ୍ୟ ଭଲରେ ହୋଇଯିବ।
  • କଳା ରଙ୍ଗର ଗାଈଙ୍କ ସେବା କରିଲେ ମଧ୍ୟ ଶନି କୃପା ପ୍ରାପ୍ତ ହୋଇଥାଏ।

ଆହୁରି ପଢନ୍ତୁ: ଆପଣଙ୍କ ସମସ୍ତ ରୋଗର ଗୋଟିଏ ଔଷଧ ହେଉଛି ଏହି Special ମନ୍ତ୍ର।

ଶନି କୃପା ପ୍ରାପ୍ତିର ଲାଭ-

  • ଶନିଙ୍କର କୃପା ଲାଭ ହେଲେ ଜାତକରେ ଥିବା ସମସ୍ତ ପ୍ରକାର ଶନିଦୋଷର ପ୍ରଭାବ ସମାପ୍ତ ହୋଇଯାଏ।
  • କାର୍ଯ୍ୟରେ ଆସୁଥିବା ବାଧା ବନ୍ଧନ ଦୂର ହୁଏ।
  • ବ୍ୟବସାୟୀ ମାନଙ୍କର ଲାଭ ହୁଏ।
  • ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳେ।
  • ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବଢେ।
  • ଯେଉଁ ମାନଙ୍କର ବାରମ୍ବାର ଦୁର୍ଘଟଣା ହେଉଛି, ସେମାନେ ଶନିଙ୍କୁ ଶାନ୍ତି କରିବା ପାଇଁ ପୂଜା କରିବା ଆବଶ୍ୟକ।

ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!