ଅଁଳାରେ ଅଛି ଏହି ୧୩ଟି ଚମତ୍କାରୀ ଔଷଧୀୟ ଗୁଣ। ୧୧ ନଂଟି ନିଶ୍ଚିନ୍ତ ପଢନ୍ତୁ।
ପରିଚୟ ଓ ଦେଶଭେଦରେ ନାମ
ଏହାକୁ ସମସ୍ତେ ଚିହ୍ନିଛନତି । ଏହାକୁ ଉକ୍ରଳରେ ଅଁଳା, ବଙ୍ଗଳାରେ ଆମଲା, ଆଲମକୀ, ହିନ୍ଦିରେ ଅଶୋରା, ତେଲୁଗୁରେ ଉଷରକାୟ ଏବଂ ସଂସ୍କୃତରେ ଧାତ୍ରୀ, ଆମଳକୀ, ଅମୃତ, ତିଷ୍ୟଫଳା ପ୍ରଭୃତି କୁହାଯାଏ ।
ଶାସ୍ତ୍ରୋକ୍ତ ଗୁଣ ଓ ମାତ୍ର
ଅଁଳା କଷାୟ, ଅମ୍ଳ ମିଶ୍ରିତ ଅଳ୍ପ ମଧୁର ରସ, ରସାୟନ ଶୀତଳ, ମସ୍ତିଷ୍କ ଶୀତଳ କାରକ, କେଶମୂଳ ଶକ୍ତିକର ଓ ବର୍ଦ୍ଧକ ଏବଂ ବାୟୁ, ପିତ୍ତ, କଫ, ତୃଷ୍ଣା, ମୋହ, କ୍ଷତ, ବ୍ରଣ, ଅଜୀର୍ଣ୍ଣ, ଦାହ, ଅମ୍ଳପିତ୍ତ, ବମନ ଓ ଜରାରୋଗର ନାଶକ । ଏହାର ମାତ୍ରା ସାଧାରଣତଃ ଚାରିଅଣା ଓଜନଠାରୁ ଏକତୋଳା ପର୍ଯ୍ୟନ୍ତ ।
ଆହୁରି ପଢନ୍ତୁ: ଆପଣଙ୍କ ସମସ୍ତ ରୋଗର ଗୋଟିଏ ଔଷଧ ହେଉଛି ଏହି Special ମନ୍ତ୍ର।
ରୋଗରେ ବ୍ୟବହାର ବିଧି
୧. ଅଁଳାକୋଳି ରସ ସାଙ୍ଗରେ ଅଳ୍ପ ହଳଦୀଗୁଣ୍ଡ ମିଶାଇ ସେବନ କଲେ ସମସ୍ତ ପ୍ରକାର ମେହ, ପ୍ରମେହ ପ୍ରଭୃତି ଭଲ ହୋଇଯାଏ ।
୨. ଅଁଳା ରସକୁ ଆଖୁରସ ସହିତ ମିଶାଇ ବାରମ୍ବାର ପିଇଲେ ମୂତ୍ରକୃଚ୍ଛ୍ର ଓ ଅଶ୍ମରୀ ରୋଗ ଭଲ ହୁଏ ।
୩. ଅଁଳାକୋଳିକୁ ପ୍ରତ୍ୟେହ ଚୋବାଇ କରି ଖାଇଲେ ସମସ୍ତ ପ୍ରକାର ଧାତୁଦୋଷ, ସ୍ୱପ୍ନଦୋଷ, ମେହ, ପ୍ରମେହ, କ୍ଷତ, ବ୍ରଣ, ଭଗନ୍ଦର, ବିସର୍ପ ଓ ଧାତୁ ଦୌର୍ବଲ୍ୟ ନଷ୍ଟ ହୁଏ ଏବଂ ଦୃଷ୍ଟିଶକ୍ତି ବଢ଼େ ଓ ଦାନ୍ତ ମୁଖାଦିର ପୀଡ଼ା ନିବାରିତ ହୁଏ ।
୪. ଅଁଳା ଫଳକୁ ରାଶିତେଲ, ଜଡାତେଲ କିମ୍ବା ନଡ଼ିଆ ତେଲରେ ନିତାନ୍ତ ପକ୍ଷେ ସାତଦିନ ପର୍ଯ୍ୟନ୍ତ ଭିଜାଇ ସେହି ତେଲକୁ ମୁଣ୍ଡରେ ଲଗାଇଲେ ସମସ୍ତ ପ୍ରକାର ମୁଣ୍ଡର ବ୍ୟଥା ମୁଣ୍ଡଭ୍ରମ, ମସ୍ତିଷ୍କ ଗରମ ହେବା, କେଶ ଉପୁଡିବା ପ୍ରଭୃତି ଭଲ ହୁଏ ।
୫. ପ୍ରତ୍ୟେହ ଭୋଜନ କରିସାରିଲା ପରେ କଞ୍ଚାଅଁଳା କୋଳିରୁ ଗୋଟିଏ ଲେଖାଏଁ ଚୋବାଇ ତାହାର ରସ ଢ଼ୋକିଲେ ଦେହରେ ବଳ ବିଶେଷ ଭାବରେ ହୁଏ । ଶୁକ୍ରବୃଦ୍ଧି ହୁଏ ଏବଂ ଯୁବକମାନଙ୍କର ଅଶ୍ୱତୁଲ୍ୟ ରତିଶକ୍ତି ଜନ୍ମେ ।
୬. ଅଁଳାଫଳ ରସ ସହିତ ଅଳ୍ପ ମହୁ ମିଶାଇ କିଛିଦିନ ସେବନ କଲେ ସମସ୍ତ ପ୍ରକାର ଉଦରପୀଡା, ଅଜୀର୍ଣ୍ଣ ଓ ରକ୍ତବିକୃତି ରୋଗ ସବୁ ଦୂରହୁଏ ।
୭. ଅଁଳାକୁ ଆଖୁରସ ସହିତ ବାଟି ମୁଣ୍ଡରେ ପ୍ରତ୍ୟେହ ଲଗାଇଲେ ଏକମାସରେ ଶୁକ୍ଳକେଶ କୃଷ୍ଣବଣ୍ଣଁ ହୁଏ ।
୮. ଅଁଳାଫଳ ରସ ସହିତ ଯବକ୍ଷାର ମିଶାଇ ପାନକଲେ ମୂତ୍ରରୋଧ ନିବାରିତ ହୁଏ ।
ଆହୁରି ପଢନ୍ତୁ: ୧୫ ଅଗଷ୍ଟ ନାଗପଞ୍ଚମୀ, ଜାଣନ୍ତୁ କେମିତି କରିବେ ଏହି ପର୍ବର ପାଳନ…
ତାନ୍ତ୍ରିକ ପ୍ରୟୋଗ ବିଧି
୯. ଯେକୌଣସି ଦିନ ଅଁଳାଗଛର ପୂର୍ବପାଖରୁ ଚେର ଖଣ୍ଡିଏ ଆଣି ସେ ଚେରକୁ ଛୋଟ ଛୋଟ କାଟି ସ୍ତ୍ରୀ ପୁରୁଷଙ୍କୁ ଅଜାଣତରେ ଖୁଆଇଲେ ସେ ଦୁହିଙ୍କର ଅମେଳ ଭାଙ୍ଗି ଭଲ ହୋଇଯାଏ ।
୧୦. ଶନିବାର କିମ୍ବା ରବିବାର ଦିନ ପ୍ରଭାତରୁ ଅଁଳାଗଛର ମଲାଙ୍ଗ ନଚେତ୍ ଖଣ୍ଡେ ଚେର ଆଣି ଧାନ୍ୟପ୍ରଭୃ କିମ୍ବା ଯେ କୌଣସି ଫସଲ କିଆରୀରେ ପୋତିଲେ ସେ କିଆରୀରେ ଭଲ ଫସଲ ହୁଏ ।
୧୧. ପ୍ରତ୍ୟେହ ସନ୍ଧ୍ୟାଦେଇ ଅଁଳାଗଛକୁ ନମସ୍କାର କରିବ । ସକାଳେ ତା ମୂଳରେ ଜଳଦେଇ ନମସ୍କାର କରିବ । ଏରୂପେ ଏକୋଇଶି ଦିନ ପର୍ଯ୍ୟନ୍ତ କରିଲେ ଅଭିଳାଷ ସିଦ୍ଧି ହୁଏ । ଦେହରୁ ସବୁରୋଗ ଦୂର ହୁଏ । ଅକସ୍ମାତ ବହୁତ ଧନ ମିଳେ ।
୧୨. ଚନ୍ଦ୍ରଗ୍ରହଣ ବେଳେ ଅଁଳାଚେର ନିମନ୍ତ୍ରିତ ଆଣି ରଖିବ । ଏହି ଚେରକୁ ସଙ୍ଗରେ ନେଇ ବିବାଦ ସ୍ଥାନକୁ ଗଲେ ବିବାଦ ଭାଙ୍ଗିଯାଏ । ସବୁ ସ୍ଥାନରୁ ଯଶ ମିଳେ ଏବଂ ସମସ୍ତେ ବଶୀଭୂତ ହୁଅନ୍ତି ।
୧୩. ଶନିବାର ଦନି ପ୍ରଭାତରୁ ସ୍ନାନ କରି ସାତୋଟି ଅଁଳାପତ୍ର ହସ୍ତରେ ତୋଳି ଆଣିବ । ଏହି ପତ୍ର ସାତୋଟିକୁ ହାତରେ ମଳି ଶୁଙ୍ଘାଇଲେ ପିଲାଙ୍କଠାରୁ ପିହୁଳାରୋଗ ଦୂର ହୁଏ ।