୧୫ ଅଗଷ୍ଟ ନାଗପଞ୍ଚମୀ, ଜାଣନ୍ତୁ କେମିତି କରିବେ ଏହି ପର୍ବର ପାଳନ, ପଢନ୍ତୁ କିଛି ବିଶେଷ ମନ୍ତ୍ର।

ଶେୟାର କରନ୍ତୁ ଅନ୍ୟମାନକ ସହିତ

୧୫ ଅଗଷ୍ଟ ନାଗପଞ୍ଚମୀ, ଜାଣନ୍ତୁ କେମିତି କରିବେ ଏହି ପର୍ବର ପାଳନ, ପଢନ୍ତୁ କିଛି ବିଶେଷ ମନ୍ତ୍ର।

ଆମ ସନାତନ ଧର୍ମରେ ସମସ୍ତଙ୍କ ରୂପରେ ଆମେ ଈଶ୍ଵରଙ୍କୁ ଦେଖିଥାଉ। କେବଳ ମନୁଷ୍ୟ ନୁହେଁ ବରଂ ସମସ୍ତ ପଶୁ ପକ୍ଷୀ ଆଦିଙ୍କ ମଧ୍ୟରେ ଇଶ୍ଵର ଅଛନ୍ତି ବୋଲି ଆମେ ମାନିଥାଊ। ଏହି କାରଣରୁ ଆମେ ସମସ୍ତ ଜଡ-ଚେତନରେ ପରତ୍ମାଙ୍କୁ ପ୍ରତ୍ୟକ୍ଷ ମାନି ତାଙ୍କର ଆରାଧନା କରିଥାଊ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆମ ଧାର୍ମିକ ପରମ୍ପରାରେ ବେଳେ ବେଳେ ପଶୁ ପକ୍ଷୀଙ୍କର ଦର୍ଶନ ବା ପୂଜାର ବିଧାନ ଅଛି। ତନ୍ମଧ୍ୟରୁ ନାଗପଞ୍ଚମୀ ପର୍ବ ଏକ ବଡ ପର୍ବ ରୂପେ ପାଳନ କରାଯାଏ। ନାଗଙ୍କୁ ଶାସ୍ତ୍ରରେ କାଳ(ମୃତ୍ୟୁ)ର ପ୍ରତ୍ୟକ୍ଷ ସ୍ୱରୂପ କୁହାଯାଏ। ଏହି ବର୍ଷ ନାଗପଞ୍ଚମୀ ୧୫ ଅଗଷ୍ଟ ଦିନ ପାଳନ କରାଯିବ।

ଆହୁରି ପଢନ୍ତୁ: ଆପଣଙ୍କ ସମସ୍ତ ରୋଗର ଗୋଟିଏ ଔଷଧ ହେଉଛି ଏହି Special ମନ୍ତ୍ର।

ଆସନ୍ତୁ ଜାଣିବା ନାଗପଞ୍ଚମୀ କେମିତି ପାଳନ କରିବା-

ନାଗପଞ୍ଚମୀ ଦିନ ପ୍ରାତଃରୁ ଉଠି ସ୍ନାନ କରି, ଶୁଦ୍ଧପୂତ ହୋଇ ଯଥାଶକ୍ତି(ସ୍ଵର୍ଣ, ପିତ୍ତଳ, ତମ୍ବା) ଦୁଇଟି ନାଗଙ୍କୁ ପ୍ରତିଷ୍ଠା କରି ତାଙ୍କୁ ଦୀପ। ଧୂପ, ନୈବେଦ୍ୟ ଆଦି ଦେଇ ପୂଜା କରନ୍ତୁ। ଏହାପରେ ପ୍ରତିଷ୍ଠା କରିଥିବା ନାଗ ଦେବତାଙ୍କର କ୍ଷୀରରେ ଅଭିଷେକ କରନ୍ତୁ। ଅଭିଷେକ ପରେ ହାତ ଯୋଡି ନିମ୍ନଲିଖିତ ପାର୍ଥନା କରିବା ଉଚିତ୍ –

“ଅନନ୍ତଂ ବାସୁକିଂ ଶେଷଂ ପଦ୍ମନାଭଂ ଚ କମ୍ବଲମ୍
ଶଂଖପାଲଂ ଧାର୍ତରାଷ୍ଟ୍ରଂ ତକ୍ଷକଂ କାଳିୟଂ ତଥା
ଏତାନି ନବ ନାମାନି ନାଗାନାଂ ଚ ମହାତ୍ମନାମ୍
ସାୟଂକାଲେ ପଠେନ୍ନିତ୍ୟ ପ୍ରାତଃ କାଳେ ବିଶେଷତଃ
ତସ୍ମୈ ବିଷଭୟଂ ନାସ୍ତି ସର୍ବତ୍ର ବିଜୟୀ ଭବେତ୍॥”

ଉକ୍ତ ପ୍ରାର୍ଥନା କରିବା ପରେ ଶ୍ରଦ୍ଧାପୁର୍ବକ ପ୍ରଣାମ କରି ଗୋଟିଏ ନାଗକୁ କୌଣସି ଶିବ ମନ୍ଦିରରେ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ। ତଥା ଅନ୍ୟ ନାଗଟିକୁ କ୍ଷୀର ଥିବା ଦୁଇଟି ପାତ୍ରରେ ରଖି କୌଣସି ଏକ ପବିତ୍ର ନଦୀ ବା ପ୍ରବାହିତ ଜଳରେ ନିମ୍ନ ବିସର୍ଜିତ ପ୍ରାର୍ଥନା କରି ପ୍ରବାହିତ କରି ଦିଅନ୍ତୁ।

ବିସର୍ଜନ ପ୍ରାର୍ଥନା-

“ସର୍ବେ ନାଗାଃ ପ୍ରୀୟନ୍ତାଂ ମେ ୟେ କେଚିତ୍ ପୃଥିବୀତଳେ
ୟେ ଚ ହେଲିମରୀଚିସ୍ଥା ୟେନ୍ତରେ ଦିବି ସଂସ୍ଥିତାଃ
ୟେ ନଦୀଷୁ ମହାନାଗା ୟେ ସରସ୍ଵତିଗାମିନଃ
ୟେ ଚ ବାପୀତାଗେଷୁ ତେଷୁ ସର୍ବେଷୁ ବୈ ନମଃ॥”

ଆହୁରି ପଢନ୍ତୁ: ଜାଣିଲେ ଆଶ୍ଚର୍ଯ୍ୟ ହେବେ! ଡାଳିମ୍ବରେ ଥିବା ଔଷଧୀୟ ଗୁଣ ସମ୍ବନ୍ଧରେ..

ଯେଉଁ ବ୍ୟକ୍ତିଙ୍କ ଜାତକରେ କାଳସର୍ପ ଦୋଷ ଅଛି ସେହି ବ୍ୟକ୍ତିମାନେ ନାଗପଞ୍ଚମୀ ଦିନ ଏହି ପୂଜା ନିଶ୍ଚିନ୍ତ କରନ୍ତୁ। ନାଗପଞ୍ଚମୀ ଦିନ କାଳସର୍ପ ଦୋଷ ନିବାରଣ ପୂଜାର ବିଶେଷ ମହତ୍ଵ ଅଛି।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!