ଆପଣଙ୍କ ସମସ୍ତ ରୋଗର ଗୋଟିଏ ଔଷଧ ହେଉଛି ଏହି Special ମନ୍ତ୍ର।
ସେମିତିରେ ଶ୍ରାବଣ ମାସରେ ଶିବଙ୍କ ଆରାଧନା ରେ ବହୁତ ପ୍ରକାରର ମନ୍ତ୍ର ପ୍ରୟୋଗ କରାଯାଏ। ଯାହାର ଜପ ଦ୍ଵାରା ଶିବ ସାଧକର ସମସ୍ତ ମନୋକାମନା ପୁରା କରିଥାନ୍ତି।
ଶିବ ପୁରାଣରେ କେତେ ଗୁଡିଏ ମନ୍ତ୍ର ବିଷୟରେ କୁହାଯାଇଛି, କିନ୍ତୁ ସେ ମଧ୍ୟରୁ ଗୋଟିଏ ମନ୍ତ୍ର ଯାହାକି ଶିବ ଶଙ୍କରଙ୍କର ଅତ୍ୟନ୍ତ ପ୍ରିୟ ସେହି ମନ୍ତ୍ର ଟିକୁ ଜପ କରିବା ପାଇଁ କୁହାଯାଇଛି। ସେହି ମନ୍ତ୍ର ଜପ କରୁଥିବା ବ୍ୟକ୍ତିଙ୍କ ଉପରେ ଭଗବାନ ଶଙ୍କର ସର୍ବଦା ପ୍ରଶନ୍ନ ରୁହନ୍ତି ଓ କେବେବି ତାକୁ କୌଣସି ପ୍ରକାରର ଅସୁବିଧା ଅନୁଭବ କରିବାକୁ ଦିଅନ୍ତି ନାହିଁ।
ଆହୁରି ପଢନ୍ତୁ: ଯଦି ଆପଣଙ୍କ ନାମ ବି S,R,P,B,M,N ଅକ୍ଷରରୁ ଆରମ୍ଭ ହେଉଛି ତାହେଲେ
ତେବେ ଆସନ୍ତୁ ଜାଣିବା ସେହି ମନ୍ତ୍ର ବିଷୟରେ।
ଶାସ୍ତ୍ରରେ କୁହାଯାଇଛି ଯେ “ଓଁ” ଶବ୍ଦରୁ ଭଗବାନ ଶିବ, ବିଷ୍ଣୁ ଏବଂ ବ୍ରାହ୍ମାଙ୍କର ଉତ୍ପତ୍ତି। ସୃଷ୍ଟିର ଆରମ୍ଭରେ ଏକ ଶବ୍ଦ ଶୁଭିଥିଲା ଯାହା ଥିଲା “ଓଁ”। ସାରା ବ୍ରହ୍ମାଣ୍ଡରେ ଏହାର ସ୍ଵର ଖେଳିଯାଇଥିଲା। ସେଥିପାଇଁ ଏହି ମନ୍ତ୍ରକୁ ବାକି ସବୁ ମନ୍ତ୍ରର ବୀଜ ମନ୍ତ୍ର ଏବଂ ଧ୍ୱନି ଓ ଶବ୍ଦର ଜନନୀ ବୋଲି କୁହାଯାଏ। “ଓଁ” ଶବ୍ଦ “ଆ”, “ଉ” ଏବଂ “ମ” ର ମିଶ୍ରଣରେ ସୃଷ୍ଟି। ଆ ର ଅର୍ଥ ଅନ୍ତର୍ନିହିତ ଊର୍ଜା, ଉ ର ଅର୍ଥ ଉଚ୍ଚତାକୁ ପ୍ରାପ୍ତ କରିବା, ମ ର ଅର୍ଥ ମୌନ ରହି ବ୍ରହ୍ମାଣ୍ଡରେ ଲୀନ ହେବା।
ଏହି ମନ୍ତ୍ର ବିଷୟରେ ଏହା କୁହାଯାଏ କି ପ୍ରତ୍ୟକ ଦିନ ଏହି ମନ୍ତ୍ରର ଜପ କରିଲେ ଶରୀରରେ ଥିବା ଆତ୍ମା ଜାଗୃତ ହୁଅନ୍ତି ଏବଂ ରୋଗ ଓ ସମସ୍ୟାରୁ ମୁକ୍ତି ମିଳେ। ସେଥିପାଇଁ ଜ୍ଯୋତିଷ ଶାସ୍ତ୍ରରେ ଏହି ମନ୍ତ୍ରକୁ ଜପ କରିବାର ଉପଦେଶ ଦିଆଯାଇଛି। ବାସ୍ତୁବିଦ ମାନେ ମଧ୍ୟ କହିଛନ୍ତି ଯେ ଏହାର ପ୍ରୟୋଗରେ ଗୃହରେ ଥିବା ବାସ୍ତୁ ଦୋଷରୁ ମୁକ୍ତି ମିଳିଥାଏ।
ହିନ୍ଦୁ ଧର୍ମରେ “ଓଁ” ସବୁଠୁ ବଡ ପ୍ରତୀକ ବୋଲି ମାନ୍ୟତା ଅଛି। ଏହାର ଜପ କରି ଭଗବାନ ଶିବଙ୍କୁ ସାଧନା କରାଯାଏ। ସାଧୁ, ସନ୍ଥ, ମୁନି ଋଷି ଠୁ ଆରମ୍ଭ କରି ରାକ୍ଷସ, ମନୁଷ୍ୟ ଆଦି ସମସ୍ତେ ଏହି ମନ୍ତ୍ରର ଜପ କରିଥାନ୍ତି।
ଏମତି କି ଶକ୍ତି ଅଛି ଏହି ମନ୍ତ୍ର ରେ ଓ କଣ କଣ ଲାଭ ମିଳେ ଏହି ମନ୍ତ୍ରକୁ ଜପ କଲେ ଆସନ୍ତୁ ଜାଣିବା ସେହି ବିଷୟରେ-
ଯେତେବେଳେ “ଓଁ” ଶବ୍ଦର ଜପ କରାଯାଏ ସେତେବେଳେ କଣ୍ଠରେ ଏକ କମ୍ପନ ହୁଏ, ଯାହା ଶରୀରର ଆନ୍ତରିକ ଅଙ୍ଗ ଏବଂ “Thyroid” ଉପରେ ସାକାରାତ୍ମକ ପ୍ରଭାବ ପଡେ ଓ ଆମ ଶରୀର ଭିତରୁ ମଜବୁତ ହୁଏ।
ଏହି ମନ୍ତ୍ର ଜପ କରିବା ସମୟରେ ଯେଉଁ ଧ୍ୱନି ବା ତରଙ୍ଗ ସୃଷ୍ଟି ହୁଏ ତାହା ଆମ ଶରୀରର ସବୁ ଭାଗରେ ରକ୍ତ ସଂଚାଳନ ଠିକ ରୂପେ କରିଥାଏ।
ଆହୁରି ପଢନ୍ତୁ: ଜାଣିଲେ ଆଶ୍ଚର୍ଯ୍ୟ ହେବେ! ଡାଳିମ୍ବରେ ଥିବା ଔଷଧୀୟ ଗୁଣ ସମ୍ବନ୍ଧରେ..
ଏହି ମନ୍ତ୍ରର ଉଚ୍ଚାରଣରେ ପାଚନ ଶକ୍ତି ବଢିଥାଏ।
ଏହାର ଜପ ଦ୍ଵାରା ଶରୀର ସବୁ ଥକା ଦୂର ହୁଏ । ଯାହା ଦ୍ଵାରା ମନ ଓ ହୃଦୟ ଭିତରୁ ଶକ୍ତିଶାଳୀ ହୁଅନ୍ତି।
ମାନସିକ ଚିନ୍ତା ଦୂର ହୁଏ ଓ ଖରାପ ଚିନ୍ତା ଆସେ ନାହିଁ। ଯାହା ଦ୍ଵାରା ଆମ ଇଛାକୁ ଆମେ ନିୟନ୍ତ୍ରରେ ରଖିପାରୁ।
ଓଁ ଶବ୍ଦର ଧ୍ୱନି ଓ କମ୍ପନର ତରଙ୍ଗରେ ଆମ ଫୁସ୍ ଫୁସ୍ ସୁସ୍ଥ ଓ ମଜବୁତ ହୁଏ। ସମସ୍ତ ରୋଗରୁ ମୁକ୍ତି ମିଳେ ଏହି ମନ୍ତ୍ର ଜପ କରିବା ଦ୍ଵାରା।