ଏହି ୪ଟି ମାସରେ ଜନ୍ମ ହୋଇଥିବା ଝିଅମାନେ ହେଉଛନ୍ତି “ଲକ୍ଷ୍ମୀ ସ୍ଵରୁପା”।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଏହି ୪ଟି ମାସରେ ଜନ୍ମହୋଇଥିବା ଝିଅମାନେ ହେଉଛନ୍ତି “ଲକ୍ଷ୍ମୀ ସ୍ଵରୁପା”।

ହିନ୍ଦୁ ଧର୍ମରେ ଝିଅ ମାନଙ୍କୁ ମା’ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମନାଯାଏ। ମା ଲକ୍ଷ୍ମୀଙ୍କୁ ସୁଖ ସମୃଦ୍ଧିର ଦେବୀ ବୋଲି କୁହାଯାଏ। ସେଥିପାଇଁ ଘରେ ଯଦି ଝିଅଟିଏ ଜନ୍ମ ନିଏ ତେବେ ସେହି ପରିବାରର ଭାଗ୍ୟ ପରିବର୍ତନ ହୋଇଥାଏ। ସେମାନଙ୍କର ଭାଗ୍ୟ ଉଜ୍ଜଳ ହୁଏ। କିଛି ଏମିତି ମାସ ଅଛି ଯେଉଁ ମାସରେ କି ଝିଅ ଟିଏ ଜନ୍ମ ହେବା ଏକ ଗୁରୁତ୍ଵ ପୂର୍ଣ୍ଣ କଥା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆହୁରି ପଢନ୍ତୁ: ଅଁଳାରେ ଅଛି ଏହି ୧୩ଟି ଚମତ୍କାରୀ ଔଷଧୀୟ ଗୁଣ। ୧୧ ନଂଟି ନିଶ୍ଚିନ୍ତ ପଢନ୍ତୁ।

ଆସନ୍ତୁ ଜାଣିବା କେଉଁ ସବୁ ମାସରେ ଜନ୍ମ ନେଲେ ଝିଅ ମାନେ ହୋଇଥାନ୍ତି ସାକ୍ଷାତ ଲକ୍ଷ୍ମୀ ସ୍ଵରୁପା-

ପ୍ରେବୃଆରି-

ଯେଉଁ ଝିଅମାନଙ୍କର ଜନ୍ମ ଏହି ମାସରେ ସେମାନେ ବହୁତ ଶାନ୍ତ ସ୍ଵଭାବର। ଏମାନେ ବହୁତ ବୁଦ୍ଧିମାନ ମଧ୍ୟ। ଏମାନଙ୍କର ଯେଉଁ ଘରେ ବିବାହ ହୁଏ ସେହି ପରିବାର ବହୁତ ଭଲ ହୋଇଥାନ୍ତି, ଏବଂ ସୁଖ ସମୃଦ୍ଧି ମଧ୍ୟ ବଢିଥାଏ।

ଏପ୍ରିଲ-

ଯେଉଁ ଝିଅ ମାନନଙ୍କର ଜନ୍ମ ଏହି ମାସରେ ହୋଇଥାଏ ସେମାନକୁ ସାକ୍ଷାତ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ। ଶାସ୍ତ୍ର ଅନୁସାରେ ଏହି ମାସଟି ଅତ୍ୟନ୍ତ ଶୁଭ ଅଟେ। ଯେଉଁ ମାନଙ୍କର ଜନ୍ମ ଏହି ମାସରେ ହୁଏ ସେମାନଙ୍କର ଗ୍ରହ ଚାଳନ ବହୁତ ଭଲ ରୁହେ ଏବଂ ଯାହା ତାଙ୍କୁ ସଫଳତା ମଧ୍ୟ ଆଣିଦିଏ। ଏମାନଙ୍କ ଜୀବନରେ କେବେବି ଧନର ଅଭାବ ଦେଖା ଦିଏ ନାହିଁ। ଯେଉଁ ବ୍ୟକ୍ତି ସହ ଏମାନଙ୍କ ବିବାହ ହୁଏ ସେମାନଙ୍କ ଭାଗ୍ୟ ମଧ୍ୟ ବଦଳି ଯାଏ।

ଆହୁରି ପଢନ୍ତୁ: ଶନି ଦେବଙ୍କୁ ପ୍ରଶନ୍ନ କରିବାକୁ ଚାହୁଁଥିଲେ ନିଶ୍ଚିନ୍ତ ପଢନ୍ତୁ ଏହି ଉପାୟ।

ଜୁନ-

ଯେଉଁ ଝିଅମାନଙ୍କର ଜନ୍ମ ଏହି ମାସରେ ହୋଇଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। କିନ୍ତୁ ଅଙ୍କ ଶାସ୍ତ୍ର ହିସାବରେ ଏହି ମାସଟି ପିଲାମାନଙ୍କ ଜନ୍ମ ପାଇଁ ଅଶୁଭ ଅଟେ। କିନ୍ତୁ ଯଦି ଏହି ମାସରେ କୌଣସି ଝିଅର ଜନ୍ମ ହୁଏ ତେବେ ସେ ସାକ୍ଷାତ ମା ଲକ୍ଷ୍ମୀଙ୍କ ସ୍ୱରୂପ ଅଟେ। ଏହି ମାସରେ ଜନ୍ମିତ ଝିଅମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି, ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି। ଏବଂ ଏମାନକୁ ଏହାର ବହୁତ ଲାଭ ମଧ୍ୟ ମିଳେ।

ସେପ୍ଟେମ୍ବର-

ଯେଉଁ ଝିଅମାନେ ଏହି ମାସରେ ଜନ୍ମ ହୋଇଥାନ୍ତି ସେମାନଙ୍କ କୁଣ୍ଡଳୀରେ ଚନ୍ଦ୍ର, ବୁଧ ଓ ଶୁକ୍ର ଏହି ତିନୋଟି ଗ୍ରହଙ୍କର ମିଳନ ହୋଇଥାଏ ଯେଉଁଥିପାଇଁ ଏହି ମାସରେ ଯେଉଁ ଝିଅମାନେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ବହୁତ ଧନବତୀ ହୋଇଥାନ୍ତି, ଏମାନେ ନିଜ ଭାଗ୍ୟ ବଳରେ ସବୁ କିଛି ପାଇଥାନ୍ତି। ଏମାଙ୍କ ପାଖରେ କେବେ ବି କୌଣସି ଜିନିଷର ଅଭାବ ନଥାଏ। ଏମାନଙ୍କ ବିବାହ ମଧ୍ୟ କୌଣସି ଧନୀ ପରିବାରରେ ହୋଇଥାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!