ରବି ସିଂହ ରାଶିକୁ ଚଳିଲେ, ଜାଣନ୍ତୁ! ଆପଣଙ୍କ ରାଶି ଉପରେ ଏହାର ପ୍ରଭାବ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରବି ସିଂହ ରାଶିକୁ ଚଳିଲେ, ଜାଣନ୍ତୁ! ଆପଣଙ୍କ ରାଶି ଉପରେ ଏହାର ପ୍ରଭାବ।

ସୂର୍ଯ୍ୟଙ୍କ ବିନା ପୃଥିବୀରେ ଜୀବନର କିଛି ଅସ୍ତିତ୍ଵ ନାହିଁ। ସୂର୍ଯ୍ୟ ଦେବଙ୍କୁ ନବଗ୍ରହଙ୍କ ରାଜା ବୋଲି କୁହାଯାଏ। ସିଂହ ରାଶିର ସ୍ଵାମୀ ହେଉଛନ୍ତି ସୂର୍ଯ୍ୟ । ସୂର୍ଯ୍ୟଙ୍କର ପ୍ରଭାବ ସମସ୍ତଙ୍କ କୁଣ୍ଡଳୀରେ ସମ୍ମାନ, ସଫଳତା, ଉନ୍ନତି, ପିତାଙ୍କ ସହ ସମ୍ବନ୍ଧ ଏବଂ ଉଚ୍ଚ ପଦ ଆଦିର ସମ୍ଭାବନାକୁ ଦର୍ଶାଇଥାଏ। ସୂର୍ଯ୍ୟ ଙ୍କର ଉଚ୍ଚ ରାଶି ମେଷ ଓ ନୀଚ ରାଶି ତୁଳା ଅଟେ। ମାଣିକ୍ୟ ରତ୍ନ ଏବଂ ଗୋଲାପି ରଙ୍ଗ ହେଉଛି ଏହି ଗ୍ରହର ଶୁଭ ରଙ୍ଗ ଓ ରତ୍ନ। ଜନ୍ମ ପତ୍ରିକାରେ ଯଦି ରବି ଦୁର୍ବଳ ଥାନ୍ତି ତେବେ ବ୍ୟକ୍ତିର ସଫଳତା, ପିତାଙ୍କ ସହ ସମ୍ପର୍କ, ସମ୍ମାନ ଆଦି ପ୍ରଭାବିତ ହୁଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧୭ ଅଗଷ୍ଟ ୨୦୧୮ ରବି ସିଂହ ରାଶିକୁ ଚଳିଲେ ଓ ସେପ୍ଟେମ୍ବର ୨୦୧୮ ପର୍ଯ୍ୟନ୍ତ ସେହି ରାଶିରେ ରହିବେ। ରବିଙ୍କର ଏହି ରାଶି ପରିବର୍ତ୍ତନ ସମସ୍ତ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବ।

ଆହୁରି ପଢନ୍ତୁ: ଶନି ଦେବଙ୍କୁ ପ୍ରଶନ୍ନ କରିବାକୁ ଚାହୁଁଥିଲେ ନିଶ୍ଚିନ୍ତ ପଢନ୍ତୁ ଏହି ଉପାୟ।

ଆସନ୍ତୁ ଜାଣିବା ୧୨ଟି ରାଶି ଉପରେ ଏହାର ପ୍ରଭାବ-

ମେଷ ରାଶି-

ନୂତନ କର୍ମ ପ୍ରାପ୍ତି ସହ କର୍ମ କ୍ଷେତ୍ରରେ ବଦଳି ହୋଇପାରେ। ବ୍ୟାପାର ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କୁ ଲାଭ ମିଳିବ। ସନ୍ତାନ ମାନଙ୍କର ଉନ୍ନତି ହେବ। କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମର ଫଳ ମିଳିବ। ସରକାରୀ କ୍ଷେତ୍ରରେ ମଧ୍ୟ ଲାଭର ଯୋଗ ଅଛି।

ବୃଷ ରାଶି-

ମା’ଙ୍କ ସ୍ଵାସ୍ଥ୍ୟ ଭଲ ରହିବ। ପାରିବାରିକ କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। କର୍ମ ବା ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ। ପଦନ୍ନୋତିର ଯୋଗ ମଧ୍ୟ ରହିଛି। ନିଜର ମାନ ସମ୍ମାନ ବୃଦ୍ଧି ହେବାର ଯୋଗ ଅଛି।

ମିଥୁନ ରାଶି-

କାର୍ଯ୍ୟ କ୍ଷମତାରେ ବୃଦ୍ଧି ହେବ ଓ ସଫଳତା ପାଇଁ କଠିନ ପରିଶ୍ରମ ମଧ୍ୟ କରିବେ। ଭାଇ ଭଉଣୀ ମାନକ ପାଇଁ ଟିକେ ଚିନ୍ତିତ ରହିବେ। ଶତ୍ରୁ ମାନେ ପ୍ରଭାବିତ ହେବେ ଓ ସାହାସ ମଧ୍ୟ ବୃଦ୍ଧି ପାଇବ।

କର୍କଟ ରାଶି-

ଅହଂ ଭାବ ବୃଦ୍ଧି ପାଇବ। ଆପଣ କଟୁ କଥା ମଧ୍ୟ କହିପାରନ୍ତି। ଜୀବନସାଥିଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଘରେ ବା ପରିବାରରେ କୌଣସି ସଦସ୍ୟଙ୍କ ସହ ବାଦ ବିବାଦ ଦେଖାଦେଇପାରେ। ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ ଅଟେ। ଏହି ସମୟରେ କିଛି ଧନ ସଞ୍ଚୟ କରିପାରନ୍ତି।

ସିଂହ ରାଶି-

ବହୁତ ଲାଭ ମିଳିବାର ଆଶା ଅଛି। ମାନ-ସମ୍ମାନରେ ବୃଦ୍ଧି ହେବ, ଆପଣ ବହୁତ ତେଜସ୍ଵୀ ଅନୁଭବ କରିବେ। ଆପଣଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ସମୟ ଉତ୍ତମ ରହିବ। ଦାମ୍ପତ୍ୟ ଜୀବନରେ ମିଶ୍ରିତ ଫଳ ପ୍ରାପ୍ତି ହେବ। ଭାବିଥିବା କାର୍ଯ୍ୟ ପୂରଣ ହେବ।

କନ୍ୟା ରାଶି-

ବିଦେଶ ଯାତ୍ରାର ଯୋଗ ଅଛି। ଚାକିରି କ୍ଷେତ୍ରରେ ବଦଳି ହୋଇପାରେ। ବ୍ୟୟ ଅଧିକ ହୋଇପାରେ ସେଥିପାଇଁ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ। ଶତ୍ରୁଙ୍କ ଉପରେ ଅଧିକ ପ୍ରଭାବ ପଡିବ। ଯଦି କୌଣସି କାମ ଅଟକି ଥାଏ ତେବେ ତାହା ପୂରା ହେବ।

ତୁଳା ରାଶି-

ଆର୍ଥିକ ଦୃଷ୍ଟିରୁ ପ୍ରବଳ ଲାଭର ସମ୍ଭାବନା ଅଛି। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହେବ ଏବଂ ସମୟ ଆସିଲେ ସେଥିରୁ ଆପଣଙ୍କୁ ଲାଭ ମଧ୍ୟ ହେବ। ସମାଜରେ ଆପଣଙ୍କ ମାନ-ସମ୍ମାନ ବଢିବ। ସନ୍ତାନ ମାନକ ସ୍ଵାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି।

ଆହୁରି ପଢନ୍ତୁ: ଏହି ୪ଟି ମାସରେ ଜନ୍ମ ହୋଇଥିବା ଝିଅମାନେ ହେଉଛନ୍ତି “ଲକ୍ଷ୍ମୀ ସ୍ଵରୁପା”।

ବିଛା ରାଶି-

କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଓ ପଦୋନ୍ନତିର ଯୋଗ ଅଛି। ସବୁଠି ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ। ଅତ୍ୟଧିକ କାମ କରି ଥକିଯିବେ। ଆପଣ ନିଜ ପରିବାର ପାଇଁ ସମୟ ବାହାର ନକରି ପାରିବାରୁ ପରିବାରରେ ମନୋମାଳିନ୍ୟ ଦେଖାଦେଇପାରେ।

ଧନୁ ରାଶି-

ମାନ ସମ୍ମାନ ରେ ବୃଦ୍ଧି ହେବ, ପ୍ରଭାବଶାଳି ଲୋକଙ୍କ ସହ ଭଲ ସମ୍ପର୍କ ହେବ। ଧର୍ମ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ। ଭାଗ୍ୟର ବୃଦ୍ଧି ହେବ। ମନ ପ୍ରସନ୍ନ ରହିବ। ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଭାଇ ଭଉଣୀଙ୍କ କ୍ଷେତ୍ରରେ ସାବଧାନୀରେ ଚଳନ୍ତୁ।

ମକର ରାଶି-

ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ। ଆର୍ଥିକ ଲାଭର ଯୋଗ ଅଛି। ନିଜ କଥାବାର୍ତ୍ତା ଉପରେ ଧ୍ୟାନ ଦିଅନ୍ତୁ। ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ବାଦ ବିବାଦଠୁ ଦୂରେଇ ରୁହନ୍ତୁ। ଦବା ନବା ଭାବିଛିନ୍ତି କରନ୍ତୁ।

କୁମ୍ଭ ରାଶି-

ଜୀବନସାଥିଙ୍କ ସହ ବିବାଦରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବ୍ୟବସାୟରେ ଲାଭ ମିଳିପାରେ। କର୍ମ କ୍ଷେତ୍ରରେ ପଦୋନ୍ନତିର ଯୋଗ ଅଛି। ଭ୍ରମଣ ଯୋଗ ମଧ୍ୟ ଅଛି।

ମୀନ ରାଶି-

ଶତ୍ରୁମାନେ ପ୍ରଭାବହିନ ହେବେ। ଆର୍ଥିକ କ୍ଷେତ୍ରରେ ବ୍ୟୟ ଓ ଲାଭ କମ ରହିବ। କୋର୍ଟ କଚେରୀ କ୍ଷେତ୍ରରେ ସଫଳତା ମିଳିବ। ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବ। ଅଧିକ ପରିଶ୍ରମ କଲେ ଭଲ ଫଳ ମଧ୍ୟ ପାଇବେ।

ଉପାୟ-

ଯଦି ଆପଣ କିଛି ବାଧା ବିଘ୍ନ ଅନୁଭବ କରୁଛନ୍ତି ତେବେ ସୂର୍ଯ୍ୟଦେବଙ୍କୁ କ୍ଷୀର ଓ ମିଶ୍ରିରେ ଅର୍ଘ୍ୟ ଦିଅନ୍ତୁ। ରବିବାର ଦିନ ବିନା ଲୁଣରେ ଗୋଟେ ଥରର ଖାଦ୍ୟ ଖାଆନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!