ଜାଣନ୍ତୁ! ସିଂହ ରାଶି ବ୍ୟକ୍ତି ମାନଙ୍କର ଶୁଭ ଅଙ୍କ, ରତ୍ନ, ରଙ୍ଗ ଓ ଜୀବନମନ୍ତ୍ର।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜାଣନ୍ତୁ! ସିଂହ ରାଶି ବ୍ୟକ୍ତି ମାନଙ୍କର ଶୁଭ ଅଙ୍କ, ରତ୍ନ, ରଙ୍ଗ ଓ ଜୀବନମନ୍ତ୍ର।

ସିଂହ ରାଶି ଜାତ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ:

ପ୍ରବଳ ପରାକ୍ରମୀ, ମହତ୍ୱାକାଂକ୍ଷୀ, ଅଧ୍ୟୟନପ୍ରିୟ, ଭାବୁକ, କଳ୍ପନାଶୀଳ, ସଚ୍ଚୋଟ, କ୍ଷମାଶୀଳ, କୁଶଳ ପ୍ରବନ୍ଧକ, ନୂତନ ଯୋଜନାରେ ସଫଳତା, ଚତୁର, ବୁଦ୍ଧିମାନ, କୁଶଳବ୍ୟବସାୟୀ, ତେଜଶ୍ୱୀ, ମାତୃୁଭକ୍ତ, ଉଦାର, କୃତଜ୍ଞ, ଦୟାଳୁ, ଧୈର୍ଯ୍ୟ ଓ ସାହସୀ, କ୍ରୋଧଯୁକ୍ତ,ପରୋପକାରୀ, ଯିଦ୍‌ଖୋର, ଦାମ୍ଭିକ, ସର୍ବଦା କାର୍ଯ୍ୟତତ୍ପର, କ୍ଷଣକୋପି ହେଲେମଧ୍ୟ ଦୟାବାନ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅକ୍ଷରରୁ ଜାଣନ୍ତୁ ନିଜର ନକ୍ଷତ୍ର-

ମ, ମି, ମୁ, ମେ- ମଘା ନକ୍ଷତ୍ର। ମୋ, ଟ, ଟି, ଟୁ – ପୂର୍ବା ଫାଲ୍ଗୁନୀ ନକ୍ଷତ୍ର। ଟୋ –ଉତ୍ତରା ଫାଲ୍ଗୁନୀ  ନକ୍ଷତ୍ର। ଯାହାର ଡାକନାମ ଏହି ଅକ୍ଷରମାନଙ୍କ ମଧ୍ୟରୁ ମୂଳ ଅକ୍ଷର ହୋଇଥିବ, ସେହିମାନେ ସିଂହ ରାଶିର ଗୋଚରଫଳ ସଂପୂର୍ଣ୍ଣ ଅନୁଭବ କରିପାରିବେ। ସହଯୋଗୀ ରାଶି- ମେଷ, ମିଥୁନ, ସିଂହ, ତୁଳା, ଧନୁ ଓ ମୀନରାଶିର ବ୍ୟକ୍ତିମାନଙ୍କ ସହିତ ସମସ୍ତ କ୍ଷେତ୍ରରେ କୌଣସି କାର୍ଯ୍ୟ କରିବା ସମୟରେ ପ୍ରାଥମିକତା ଦେଲେ ଆପଣଙ୍କ ପାଇଁ ଲାଭଦାୟକ ହେବ।

ଆହୁରି ପଢନ୍ତୁ: ମଙ୍ଗଳବାର ଦିନ କରନ୍ତୁ ଏହି ଉପାୟ, ବଦଳି ପାରେ ଆପଣଙ୍କ ଭାଗ୍ୟ।

ସିଂହରାଶି ବ୍ୟକ୍ତିଙ୍କର ଶୁଭ ଅଙ୍କ-

୧, ୨, ୩, ୫ ଓ ୯। ଏହି ଅଙ୍କକୁ ଉପଯୋଗ କଲେ ଆପଣ ଉଚିତ ଲାଭପ୍ରାପ୍ତ କରିପାରିବେ। ଶୁଭରାଶି ଓ ଅଙ୍କକୁ ଉପଯୋଗ କରି ଆପଣ ସଫଳତା ବୃଦ୍ଧି କରିପାରିବେ।

ସିଂହରାଶି ବ୍ୟକ୍ତିଙ୍କର ଶୁଭ ତାରିଖ –

୧, ୨, ୩, ୫, ୯, ୧୦, ୧୧, ୧୨, ୧୪, ୧୮, ୨୦, ୨୧, ୨୩, ୨୭ ଓ ୩୦  ଆପଣଙ୍କର ଭାଗ୍ୟଶାଳୀ ଅଙ୍କ। ଏହି ଅଙ୍କ ଆପଣଙ୍କ ପାଇଁ ବିଶେଷ ସଫଳତା ଦାୟକ ଓ ଶୁଭ ରହିବ।

ଆପଣଙ୍କର ଶୁଭ ରଙ୍ଗ-

କମଳା, ସବୁଜ, ଗୋଲାପି, ହଳଦିଆ, ସୁନେଲି, ଲାଲ୍ ଓ କେଶର ରଙ୍ଗ। ଏହି ରଙ୍ଗକୁ ଉପଯୋଗ କଲେ ଆପଣଙ୍କ ଜୀବନ ସୁଖମୟ ହେବ।

ଆପଣଙ୍କର ଶୁଭ ରତ୍ନ-

ମାଣିକ୍ୟ ରତ୍ନ। ଏହାକୁ ଧାରଣ କରିଲେ ଲାଭବାନ ହେବେ। ଆପଣଙ୍କର ଭାଗ୍ୟଶାଳୀ ଉପରତ୍ନ- ସୁର୍ଜ୍ୟକାନ୍ତମଣି ଅଟେ।

ଶୁଭ ଆରାଧ୍ୟ ଦେବା ଦେବୀ ଓ ପ୍ରଭାବଶାଳି ପ୍ରତିକାର-

ଭଗବାନ ଶିବ ଓ ସୂର୍ଯ୍ୟ ଦେବତାଙ୍କୁ ପୂଜା ଅର୍ଚ୍ଚନା କଲେ ବିଶେଷ ବିଶେଷଭାବେ ଲାଭପ୍ରଦ ହେବେ। ଭଗବାନ ଶିବ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ କରିବେ ଓ ସୂର୍ଯ୍ୟ ଦେବତା ଆପଣଙ୍କୁ ତେଜ ପ୍ରଦାନ କରିବେ। ଆପଣ ମହା ମୃତ୍ୟୁଞ୍ଜୟ ଯନ୍ତ୍ର ଓ ସୂର୍ଯ୍ୟ ଯନ୍ତ୍ର ବା କନକଧାରା ଯନ୍ତ୍ର  ପୂଜା କରିବା ଅତି ଶ୍ରେୟସ୍କର ହେବ। ଯଦି ଆପଣ ଜୀବନରେ ଶୁଭତା ଲାଭ କରିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଏହି ଯନ୍ତ୍ର ପୂଜା କରିବା ଉଚିତ୍। ପ୍ରତିଦିନ ଧୂପ ଦୀପ ଜଳାଇ ପୂଜା ଅର୍ଚ୍ଚନା କରିବେ।

ଆହୁରି ପଢନ୍ତୁ: ଯଦି ଆପଣଙ୍କ ନାମ ବି S,R,P,B,M,N ଅକ୍ଷରରୁ ଆରମ୍ଭ ହେଉଛି ତାହେଲେ

ଜୀବନମନ୍ତ୍ର –

୧ – ଅଖରୋଟ୍, ନଡିଆ ଓ ଯେକୌଣସି ତେଲ ଧର୍ମସ୍ଥାନରେ ଦାନ କରିବେ।

୨ – ଗହମ, ମସୁରଡାଲି, ସିନ୍ଦୁର ଲଗା ପଥରକୁ ଲାଲ୍ ଲୁଗାରେ ବାନ୍ଧି ପାଣିରେ ଭସେଇବେ।

୩ – ତମ୍ବାର ବଳାକୁ ଏଗାରଟି ରବିବାର ପର୍ଯ୍ୟନ୍ତ ଶିବଙ୍କ ଲିଙ୍ଗ ଉପରେରଖି ଡାହାଣହାତରେ ଧାରଣ କରିବେ।

୪ – ମାଟିଘଡି ଭିତରେ ତମ୍ବା ପଇସା ରଖି ତାଉପରେ ଢାଙ୍କୁଣୀ ଦେଇ ଜଳରେ ଭସାଇ ଦେବେ।

୫ –ରବିବାର, ମଙ୍ଗଳବାର ଓ ଗୁରୁବାରରେ ମଦ୍ୟପାନ ଓ ଆମିଷ ସେବନ କରିବେ ନାହିଁ।

ସମସ୍ୟା ସମାଧାନ –

୧ – ଯଦି ଧନ ଉପାର୍ଜନ ଓ ସଞ୍ଚୟ କରିପାରୁ ନାହାନ୍ତି, ତେବେ କଳା କୁକୁରକୁ ତେଲରେ ଛଣା ହୋଇଥିବା ରୁଟି ଖାଇବାକୁ ଦେବେ।

୨ – ଯଦି ସନ୍ତାନଙ୍କ ପାଇଁ ଚିନ୍ତା କରୁଥାନ୍ତି, ତେବେ ସନ୍ତାନସୁଖ ପାଇଁ ମନ୍ଦିରରେ ପୋଷାକ ଦାନ କରିବେ।

୩ – ଏହି ରାଶିର ବ୍ୟକ୍ତି ଜୀବନରେ ସ୍ଥିରତା, ପ୍ରଗତି ଓ ଦୁଃବିଧା ପୂର୍ଣ୍ଣ ସ୍ଥିତିରୁ ବଞ୍ଚିବାକୁ ହେଲେ ତମ୍ବାରେ ତିଆରି ସୂର୍ଯ୍ୟ ଲକେଟ ଗଳାରେ ଧାରଣ କରିବେ। ୬ଟି ରବିବାର ଦ୍ଵିପ୍ରହର ସମୟରେ ଏକ ଅର୍କ ଗଛରେ ପାଣି ଦେବେ।

୪ – ଯଦି ଦାମ୍ପତ୍ୟ ଜୀବନରେ ଅଶାନ୍ତି ଲାଗି ରହିଥାଏ, ତେବେ ଘରର ଛାତ ଉପରେ ଶନିବାର ଦିନ ଘୋଡାନାଲ ଲଗାଇବେ। ଘରେ ଅବ୍ୟବହୃତ ଲୁହା ଜିନିଷ ଥିଲେ ତାକୁ ଯଥାଶୀଘ୍ର ହଟେଇ ଦେବେ।

୫ – ଯଦି ଧନ ମାର୍ଗ ଅବରୋଧ ହେଉଥାଏ, ତେବେ ବୁଧବାର ଦିନ ଗାଈକୁ ମାଟିଆରଙ୍ଗର ଦାନା ଖାଇବାକୁ ଦେବେ। ଯଦି ଗାଈ ସଂପୂର୍ଣ୍ଣ ଦାନା ଖାଇଦିଏ, ତେବେ ଆପଣଙ୍କର  ଆର୍ଥିକସ୍ଥିତି ଅନୁକୂଳର ସଂକେତ ବୋଲି ଜାଣିବେ।

୬ – ଯଦି ଶିକ୍ଷା ଏବଂ ପରିବାର ସମସ୍ୟାରେ ଜଡିତଥାନ୍ତି, ତେବେ ତାର ସମାଧାନ ହେବା ପାଇଂ ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ସିନ୍ଦୁର, ଦେଶୀଘିଅ ଓ ଗୋଟାମୁଗ ଦାନ କରିବେ ।

୭ – ଯଦି ମହତ୍ତ୍ଵ ପୂର୍ଣ୍ଣ କାର୍ଯ୍ୟରେ ବାରମ୍ବାର ଅସୁବିଧା ସୃଷ୍ଟି ହେଉଥାଏ, ତେବେ କୌଣସି କନ୍ୟାକୁ ସୌଖିନ୍ ଦ୍ରବ୍ୟଦେଇ ତା ମୁହଁକୁ ଦେଖି କାର୍ଯ୍ୟକୁ ଯିବେ।

୮ – କର୍ପୂରରେ ତିଆରି କାଜଲରେ ଧଳାବସ୍ତ୍ର ଉପରେ ବିରୋଧୀମାନଙ୍କ ନାମ ଲେଖି ଏହାକୁ ଏକଦିନ ପର୍ଯ୍ୟନ୍ତ ପଥରତଳେ ରଖିବେ। ଏହାପରେ ସେହି ଧଳାବସ୍ତ୍ରଟିକୁ ସାବୁନ୍ ରେ ସଫାକରି ପାଣିରେ ଧୋଇଦେବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!