ଜାଣିଲେ ଆଶ୍ଚର୍ଯ୍ୟ ହେବେ! ଦୀପ ଲଗାଇବା ଦ୍ଵାରା ଆମକୁ ମିଳିଥାଏ ଏହି ସବୁ ଉପକାର।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜାଣିଲେ ଆଶ୍ଚର୍ଯ୍ୟ ହେବେ! ଦୀପ ଲଗାଇବା ଦ୍ଵାରା ଆମକୁ ମିଳିଥାଏ ଏହି ସବୁ ଉପକାର।

ଏହି ସଂସାରରେ ଦୀପ ହିଁ ଏକ ଏଭଳି ସାଥି ଯାହା ଜନ୍ମଠୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ଆମର ସାଥି ହୋଇଥାଏ। ସମସ୍ତ ପୂଜା ପାଠରେ ଦୈନିକ ଆମେ ଦୀପ ଜଳାଇ ଭଗବାନଙ୍କର ଆରତୀ କରିଥାଉ। କିନ୍ତୁ ବାସ୍ତବରେ ଦୀପ, ଜ୍ୟୋତି ବା ଆଳତିର କଣ ଆବଶ୍ୟକ ରହିଛି, ଯାହା ବିନା କୌଣସି ବି ପୂଜା ଅସମ୍ପୂର୍ଣ୍ଣ ଅଟେ ? କାହିଁକି ବିନା ଦୀପରେ ଭଗବାନଙ୍କୁ ଆରାଧନା କରାଯାଏ ନାହିଁ। ଆମ ଗ୍ରନ୍ଥ ମାନଙ୍କରେ ମଧ୍ୟ ଏହାର ବିଶେଷ ମହତ୍ଵ ଅଛି। ତେବେ ଆଜି ଆମେ ସେହି ବିଷୟରେ କିଛି ଜାଣିବା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଭୋ ଦୀପ ବ୍ରହ୍ମାରୂପ ସ୍ତ୍ୱଂ ଅଂଧକାର ନିବାରକଃ
ଇମାଂ ମୟା କୃତାଂ ପୂଜା ଗୃହସ୍ତେଜାଃ ପ୍ରବର୍ଧୟ॥

ଆହୁରି ପଢନ୍ତୁ: ରବି ସିଂହ ରାଶିକୁ ଚଳିଲେ, ଜାଣନ୍ତୁ! ଆପଣଙ୍କ ରାଶି ଉପରେ ଏହାର ପ୍ରଭାବ।

ଗୀତା ଅନୁସାରେ ଦୀପର ମହତ୍ଵ

ଭଗବତ ଗୀତା ଅନୁସାରେ ବ୍ରହ୍ମ ଙ୍କର ପ୍ରକାଶ ଏତେ ତେଜସ୍ବୀ ଯେ ତାଙ୍କ ଆଗରେ ହଜାରେ ସୂର୍ଯ୍ୟଙ୍କ ତେଜ ମଧ୍ୟ କମ ଅଟେ। ସେଥିପାଇଁ ସାଧାରଣ ଆଖିରେ କୌଣସି ବ୍ୟକ୍ତି ଏହାର ଦର୍ଶନ କରିବା ଅସମ୍ଭବ ଅଟେ। ପ୍ରାକୃତିକ, ପ୍ରାକ୍ଟିକାଲ ଓ ବୈଜ୍ଞାନିକ ଦ୍ରୁଷ୍ଟି କୋଣରୁ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚି ଯେ ସୂର୍ଯ୍ୟଙ୍କର ଶକ୍ତି ସମସ୍ତ ପ୍ରାଣୀ ଓ ବସ୍ତୁରେ ନିହିତ ଅଛି। ଦୀପରେ ଆମେ ସେହି ତେଲ , ଘିଅ ଏବଂ ସଳିତାର ବ୍ୟବହାର କରୁଛେ।

ଦୀପର ସେହି ପ୍ରକାଶରେ ସୂର୍ଯ୍ୟଙ୍କର ତେଜ ଓ ଅଗ୍ନିତତ୍ଵ ମିଳିଥାଏ। ସୂର୍ଯ୍ୟଙ୍କ ତେଜ ଓ ପ୍ରକାଶରୁ ବ୍ରହ୍ମଙ୍କର ପ୍ରକାଶ ହୋଇଥାଏ। ଯଥା ପ୍ରତ୍ୟକ ସାଧକଙ୍କୁ ଦୀପର ଦର୍ଶନ ବ୍ରହ୍ମଙ୍କୁ ଭାବି ହିଁ କରିବା ଉଚିତ। କାରଣ ଦୀପ ହେଉଛି ବ୍ରହ୍ମ ଓ ସୂର୍ଯ୍ୟ ଙ୍କର ଏକ ରୂପ। ଏହା ଦ୍ଵାରା ଆମେ ଯେଉଁ ଆଲୋକ ପାଇଥାଉ ତାହା ଆମ ଜୀବନରେ ଥିବା ସମସ୍ତ ଅନ୍ଧକାରକୁ ଦୂର କରିଥାଏ। ଆମେ ଭଗବାନଙ୍କର ନିକଟବର୍ତ୍ତୀ ହୋଇପାରୁ।

ସତ୍ଵ, ରଜ ଓ ତମ ଏହି ତିନି ଗୁଣର ଏଥିରେ ସମାନତା ଥାଏ। ଏହାର ପ୍ରାକାଶ (ସତ୍ଵ) ଓ ଶ୍ୟାମଳ ବର୍ଣ୍ଣ ଅନ୍ଧାର (ତମ) ଗୁଣର ତାଳ ମେଳ ଅଟେ। ଦୀପଟିଏ ଜଳିବା ମାତ୍ରେ ଆନଧାରାକୁ ପ୍ରକାଶରେ ଲୀନ କରିଦେଇ ଥାଏ। ଏହି ପ୍ରକାର ରଙ୍ଗହୀନ (ସତ୍ଵ) ଏବଂ ଶ୍ୟାମ ବର୍ଣ୍ଣ (ତମ)ର ମିଶ୍ରଣରେ ଜ୍ୟୋତିରେ ହଲଦିରଙ୍ଗ ଆସିଥାଏ।

ବୈଜ୍ଞାନିକ ମାନଙ୍କ ଅନୁସାରେ ଦୁଇଟି ରଙ୍ଗର ମିଶ୍ରଣରେ ତୃତୀୟ ରଙ୍ଗଟି ଉତ୍ପନ ହୋଇଥାଏ। ଅର୍ଥାତ ଦୀପର ଜ୍ୟୋତିରେ ସତ୍ଵ ଏବଂ ତମ ଗୁଣର ଦର୍ଶନ ମିଳେ। ଦୀପ ମଧ୍ୟରୁ ଧୂଆଁ ରୂପରେ ଅନ୍ଧକାର ବାହାରିଥାଏ। ଏହା ପରେ ନିଜର ଦ୍ରୁଷ୍ଟି ଜ୍ୟୋତିର ମୂଳରେ ପକାଇଲେ ଆପଣଙ୍କୁ ଝାପସା ନୀଳରଙ୍ଗର ଝଲକ ଦେଖାଯିବ। ସେହି ତୃତୀୟ ତତ୍ତ୍ଵଟି ରଜ୍ଵ ଗୁଣ ଅଟେ। ଏହିଭଳି ଭାବେ ଆମକୁ ଦୀପରେ ସତ୍ଵ, ରଜ, ଓ ତମ ଗୁଣର ଦର୍ଶନ ମିଳିଥାଏ। ଯାହାକି ଆମକୁ ଜୀବନରେ ବହୁତ କିଛି ଶିକ୍ଷା ଦେଇଥାଏ।

ସୂର୍ଯ୍ୟ ଏବଂ ଦୀପ ଜୀବନର ସ୍ରୋତ

ଏହା ସତ୍ୟ ଯେ ଆମର ଶରୀର ପଞ୍ଚଭୂତ ତତ୍ବରେ ହିଁ ଚାଲିଅଛି, ଏବଂ ସୂର୍ଯ୍ୟ ଏହାକୁ ନିଜ ଆୟତରେ ରଖିଛନ୍ତି। ସୂର୍ଯ୍ୟଙ୍କୁ ଦର୍ଶନ କରିବାର ଉଦେଶ୍ୟ ହେଲା, ତାଙ୍କୁ ପାର୍ଥନା କରି ଜଣାଇବା ଯେ ଆମ ଶରୀରରେ ଥିବା ସେହି ପଞ୍ଚଭୂତଙ୍କୁ ଆୟତରେ ରଖି ଆମ ସ୍ଵାସ୍ଥ୍ୟରେ ଉନ୍ନତି କରାଇବା। ଦୀପ ଭଗବାନ ସୂର୍ଯ୍ୟଙ୍କର ସ୍ୱରୂପ ଅଟେ। ପରମାତ୍ମା ଆମ ସମସ୍ତଙ୍କ ଠାରେ ବିରାଜମାନ କରିଛନ୍ତି, ତଥା ଏହାର ପ୍ରକାଶ ଆମ ମଥାରେ ଅଛି ଓ ଆମକୁ ଜୀବନ ଦାନ ଦେଉଛି।

ଆହୁରି ପଢନ୍ତୁ: ଶନି ଦେବଙ୍କୁ ପ୍ରଶନ୍ନ କରିବାକୁ ଚାହୁଁଥିଲେ ନିଶ୍ଚିନ୍ତ ପଢନ୍ତୁ ଏହି ଉପାୟ।

ଏହି ଜ୍ୟୋତି ଆମ ଶରୀରକୁ ତ୍ୟାଗ କଲେ ଆମର ମୃତ୍ୟୁ ହୋଇଥାଏ। ଏହାର ପ୍ରକାଶ ଆମ ଭିତରେ ସର୍ବଦା ଥାଏ। ଆମ ଭିତରେ ଥିବା କାମ, କ୍ରୋଧ, ଲୋଭ, ମୋହ, ଅହଂକାର ବଢିଗଲେ ତାହା ଅନ୍ଧାରର ରୂପ ନେଇଯାଏ, ଏବଂ ଆମର ଆତ୍ମ ପ୍ରକାଶକୁ ଏମିତି ଲୁଚାଇ ଦିଏ ଯେମିତି ସୂର୍ଯ୍ୟଙ୍କୁ ବାଦଲ। ଏଥିରୁ ମୁକ୍ତି ପାଇଁ ଆମକୁ ଦୀପର ପ୍ରକାଶକୁ ନିଜ ଆତ୍ମାର ପ୍ରକାଶ ସହ କିଛି ସମୟ ଏକାଠି ରଖିବାକୁ ପଡିବ, ଯାହାକି ଆମ ଭିତରେ ଥିବା ସବୁ ଖରାପ ଭାବନାକୁ ଦୂରକରି ଆମ ଭିତରେ ଜ୍ଞାନର ପ୍ରକାଶ କରାଇବ।

ଆମ ଭିତରେ ଥିବା କାମ, କ୍ରୋଧ, ମୋହ ମାୟା ଆଦି ଉପରେ ନିୟନ୍ତ୍ରଣ ଆସିବ ତଥା ଆମର ଅନ୍ତରାତ୍ମା ପ୍ରକାଶିତ ହେବ। ଯାହା ଆମର ଜୀବନକୁ ଏକ ସଠିକ ମାର୍ଗରେ ନେଇଯିବ। ଦୀପରେ ବ୍ରହ୍ମ ଓ ପ୍ରକୃତି ଦୁଇଜଣଙ୍କର ଦର୍ଶନ ମିଳେ। ଦୀପକର ସଳିତା ଜଡ ହେଲେ ତେଲ ବା ଘିଅ ହେଉଛି ଚେତନା। ଦୀପ ଜଳାଇବା ଦ୍ଵାରା ଆମେ ପ୍ରଭୁଙ୍କୁ ଭେଟି ଥାଉ। ସେଥିପାଇଁ ଆଳତିରେ ଦୀପର ବହୁତ ମହତ୍ଵ ଭୂମିକା ଅଛି।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!