ମଙ୍ଗଳବାର ଦିନ କରନ୍ତୁ ଏହି ଉପାୟ, ବଦଳି ପାରେ ଆପଣଙ୍କ ଭାଗ୍ୟ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମଙ୍ଗଳବାର ଦିନ କରନ୍ତୁ ଏହି ଉପାୟ, ବଦଳି ପାରେ ଆପଣଙ୍କ ଭାଗ୍ୟ।

ବୈଦିକ ଗ୍ରନ୍ଥରେ ମଙ୍ଗଳବାର ଦିନଟିକୁ ସବୁଠାରୁ ଶୁଭ ମନାଯାଏ। ଏହି ଦିନ ଭକ୍ତରାଜ ହୁନୁମାନ ନିଜ ଭକ୍ତ ମାନଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତି। ଯଦି ଆପଣ ଭାବୁଛନ୍ତି କି ସଫଳତାର ପାଖେ ପହଞ୍ଚିଲା ବେଳକୁ ତାହା ଅପାଣଙ୍କଠୁ ଦୂରେଇ ଯାଉଛି ଏବଂ କୌଣସି ବି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳୁ ନାହିଁ, ତେବେ ମଙ୍ଗଳବାର ଦିନ କିଛି ଉପାୟ କରନ୍ତୁ। ଆପଣଙ୍କୁ ନିଶ୍ଚିନ୍ତ ଲାଭ ମିଳିବ ବା ଭାଗ୍ୟରେ ଉନ୍ନତି ହେବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମଙ୍ଗଳବାରର ମହାଉପାୟ-

ମଙ୍ଗଳବାର ଦିନ ହନୁମାନ ଯନ୍ତ୍ର ସ୍ଥାପନା କରିବାର ବହୁତ ମହତ୍ଵ ଅଛି। ମଙ୍ଗଳବାର ଦିନ ନିଜର ପୂଜା ସ୍ଥାନରେ ସେହି ଯନ୍ତ୍ରର ସ୍ଥାପନା କରନ୍ତୁ ଓ ସବୁଦିନ ପୂଜା କରନ୍ତୁ। ବହୁତ ଶୀଘ୍ର ଆପଣଙ୍କୁ ଏହାର ଫଳ ମିଳିବା ଆରମ୍ଭ ହୋଇଯିବ।

ଆହୁରି ପଢନ୍ତୁ: ପ୍ରଭାତରୁ ଉଠି ଭୁଲରେ ବି ଦେଖନ୍ତୁ ନାହିଁ ଏହି ସବୁ ବସ୍ତୁ। ନଚେତ…

ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ କୌଣସି ଏକ ହନୁମାନ ମନ୍ଦିରକୁ ଯାଇ ସେଠାରେ ଏକ ସୋରିଷ ତେଲର ଦୀପ ଓ ଏକ ଶୁଦ୍ଧ ଘିଅର ଦୀପ ଜଳାନ୍ତୁ। ଏହା ପରେ ସେହି ସ୍ଥାନରେ ବସି ହନୁମାନ ଚାଳିଶା ପାଠ କରନ୍ତୁ। ହନୁମାନଙ୍କର କୃପା ପ୍ରାପ୍ତି ହେବ ।

ମଙ୍ଗଳବାର ଦିନ ସକାଳୁ ସ୍ନାନ ଆଦି କର୍ମ ସାରି କୌଣସି ଏକ ଅଶ୍ଵତ୍ଥ ବୃକ୍ଷ ତଳେ ସୋରିଷ ତେଲରେ ଦୀପ ଜଳାନ୍ତୁ। ଏହା ପରେ ପୂର୍ବ ଦିଗକୁ ମୁହଁ କରି ତୁଳସୀ ମାଳାରେ ରାମ ନାମର ଜପ କରନ୍ତୁ। ଅତି କମରେ ମାଳାଟିକୁ ୧୧ ଥର ଜପ କରନ୍ତୁ।

କୌଣସି ଏକ ମଙ୍ଗଳବାର ସନ୍ଧ୍ୟାରେ ହନୁମାନଙ୍କୁ ଗୋଲାପ ଫୁଲର ମାଳା ଚଢାନ୍ତୁ, ଏହା ଦ୍ଵାରା ହନୁମାନ ପ୍ରସନ୍ନ ହୋଇଥାନ୍ତି। ଏହା କରିବା ଦ୍ଵାରା ସମସ୍ତ ମନୋକାମାନା ପୂର୍ଣ୍ଣ ହୋଇଥାଏ।

ମଙ୍ଗଳବାର ଦିନ ସକାଳେ ସ୍ନାନ୍ନ ସାରି ବର ଗଛର ଗୋଟେ ପତ୍ର ଛିଣ୍ଡାଇ ତାକୁ ସଫା ପାଣିରେ ଧୋଇଦିଅନ୍ତୁ। ଏବେ ସେହି ପତ୍ରକୁ କିଛି ସମୟ ହନୁମାନଙ୍କ ଆଗରେ ରଖନ୍ତୁ ଓ ଏହା ଉପରେ କେଶରରେ ଶ୍ରୀ ରାମ ଲେଖନ୍ତୁ। ଏବେ ସେହି ପତ୍ରକୁ ନିଜ ପର୍ସରେ ରଖି ଦିଅନ୍ତୁ। ବର୍ଷ ସାରା ଆପଣଙ୍କ ପାଖେ ପଇସାର ଅଭାବ ଦେଖା ଦବ ନାହିଁ।

ଆହୁରି ପଢନ୍ତୁ: ଶ୍ରାବଣ ମାସରେ ଏହି ୫ଟି କାମ ନିଶ୍ଚିନ୍ତ କରନ୍ତୁ, ଓ ଏହି ୭ଟି କାମରୁ ଦୂରେଇ ରୁହନ୍ତୁ।

ଯଦି ଆପଣ ଶନି ଗ୍ରହ ଦ୍ଵାରା ପୀଡିତ ତେବେ କୋଇଲାର ଗୋଟେ ପୁଟୁଳି ବନାନ୍ତୁ, ସେଥିରେ ଗୋଟେ ଟଙ୍କା ରଖନ୍ତୁ। ଏହା ପରେ ସେହି ପୁଟୁଳିଟିକୁ ନିଜ ଉପରେ ବୁଲାଇ କୌଣସି ଏକ ନଦୀରେ ଭସେଇ ଦିଅନ୍ତୁ। ତତ୍ପଶ୍ଚାତ କୌଣସି ଏକ ହନୁମାନ ମନ୍ଦିର ଯାଇ ରାମ ନାମ ଜପ କରନ୍ତୁ। ଏହା ଦ୍ଵାରା ଶନି ଗ୍ରହ ପୀଡା କମ ହୋଇଥାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!