ପ୍ରଭାତରୁ ଉଠି ଭୁଲରେ ବି ଦେଖନ୍ତୁ ନାହିଁ ଏହି ସବୁ ବସ୍ତୁ। ନଚେତ ଅନେକ ସମସ୍ୟା ଦେଖା ଦେଇପାରେ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପ୍ରଭାତରୁ ଉଠି ଭୁଲରେ ବି ଦେଖନ୍ତୁ ନାହିଁ ଏହି ସବୁ ବସ୍ତୁ। ନଚେତ ଅନେକ ସମସ୍ୟା ଦେଖା ଦେଇପାରେ।

କୁହାଯାଏ ଯଦି ଦିନ ଆରମ୍ଭ ଭଲ ହୁଏ ତେବେ ପୁରା ଦିନଟି ଭଲରେ କଟେ। କେତେବେଳେ କେମିତି ଏହାବି ଲୋକ କହୁଥିବାର ଆପଣ ଶୁଣିଥିବେ ଯେ “ଆଜି ସକାଳୁ କାହା ମୁହଁ ଚାହିଁ ଥିଲି ଯେ ଦିନଟି ମୋର ବହୁତ ଖରାପ ଗଲା”।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆଜି ଆମେ ଆପଣଙ୍କୁ ସେହି ବିଷୟରେ କିଛି କହିବୁ, ଯେ ସକାଳୁ ଉଠି ଆପଣ କଣ ଦେଖିଲେ ଆପଣଙ୍କୁ ବହୁତ କ୍ଷତି ସହିବାକୁ ପଡେ।

ଆହୁରି ପଢନ୍ତୁ: ସମସ୍ତ ଦୁଃଖ ଦୂର କରିପାରେ ଲୁଣର ଏହି ୫ଟି ଉପାୟ, ପରୀକ୍ଷା କରି ଦେଖନ୍ତୁ।

ଆଇନା-

କିଛି ଲୋକ ବିଶେଷତଃ ମହିଳାମାନେ ସକାଳୁ ଉଠି ପ୍ରଥମେ ନିଜର ଚେହେରା ଆଇନାରେ ଦେଖିଥାନ୍ତି। ଏହା କରିବା ଅଶୁଭ ଅଟେ। ବାସ୍ତୁ ଶାସ୍ତ୍ରରେ କୁହାଯାଇଛିକି ସକାଳୁ ଉଠି କେବେବି ଆଇନା ଦେଖିବ ନାହିଁ। ଯଦି ଆପଣ ଏମିତି କରନ୍ତି ତେବେ ଦିନସାରା ଆପଣଙ୍କ ସହ ନକାରାତ୍ମକ ଘଟଣା ଘଟିବ ଯାହା ଆପଣଙ୍କୁ ଦୁଖୀ କରିବ। ତେଣୁ ଏହା ନ କରି ନିଜର ଦୁଇ ହାତକୁ ଯୋଡି ଭଗବାନଙ୍କର ନାମ ନିଅନ୍ତୁ ଏହା ଦ୍ଵାରା ଆପଣଙ୍କର ଦିନଟି ଭଲରେ କଟିବ।

ଛାଇ-

ନିଜର ହେଉ କି ଅନ୍ୟର ସକାଳୁ ଉଠି କାହାର ବି ଛାଇ ଦେଖନ୍ତୁ ନାହିଁ। ଛାଇ ଦେଖିବା ଦ୍ଵାରା ଦୁର୍ଭାଗ୍ୟ ଲାଗିରୁହେ। ଚେଷ୍ଟା କରନ୍ତୁ ନିଜ ଶୋଇବା କକ୍ଷରେ କିଛି ଏଭଳି ଛବି ଲଗାଇବା ପାଇଁ ଯାହାକୁ ସକାଳୁ ଉଠି ଦେଖିଲେ ଆପଣଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡିବ। ଯେମିତିକି କୌଣସି ଭଗବାନଙ୍କର ଛବି। ନିଜ ଇଷ୍ଟ ଦେବା ଦେବୀଙ୍କ ଫୋଟୋକୁ ଦେଖି ଓ ତାଙ୍କର ସ୍ମରଣ କରିବା ଦ୍ଵାରା ଆପଣଙ୍କର ଦିନଟି ବହୁତ ଭଲରେ କଟିବ।

କୁକର ଝଗଡା କରୁଥିବାର –

ସକାଳୁ ସକାଳୁ ଯଦି ଆପଣ ନିଜ ଘର ବାହାରେ କୌଣସି କୁକୁରକୁ ଝଗଡା କରୁଥିବାର ଦେଖନ୍ତି ତେବେ ତାହା ଅଶୁଭ ଅଟେ। କୌଣସି ପଶୁ ପକ୍ଷୀଙ୍କର ଫୋଟୋ ବି ଦେଖନ୍ତୁ ନାହିଁ। ସକାଳୁ ଉଠି ଯଦି ଶଙ୍ଖ ବା ମନ୍ଦିର ଘଣ୍ଟିର ଶବ୍ଦ ଶୁଣନ୍ତି ତେବେ ଆପାଣଙ୍କ ଭିତରେ ସକାରାତ୍ମକ ପ୍ରଭାବ ପଡେ ଓ ଦିନଟି ଭଲ ଯାଏ।

ଆହୁରି ପଢନ୍ତୁ: ଏହି ତିନୋଟି ରାଶି ହେଉଛି ଦୁନିଆର ସବୁଠୁ ଶକ୍ତିଶାଳୀ ରାଶି।

ଅଧୂଆ ବାସନ-

ସକାଳୁ ତେଲ ଲଗା ବାସନ ଦେଖିଲେ ଦିନଟି ବହୁତ ଖରାପ ଯାଏ। ସେଥିପାଇଁ ଚେଷ୍ଟା କରନ୍ତୁ ରାତିରେ ସେହି ବାସନକୁ ଧୋଇବା ପାଇଁ। ଶେଯରୁ ଉଠି ସର୍ବ ପ୍ରଥମେ ନିଜ ହାତର ଦୁଇପାପୁଲିକୁ ଦେଖନ୍ତୁ, ଏହା କରିବା ବହୁତ ଶୁଭ ଅଟେ। ନିଜ ହାତକୁ ଦେଖି ପ୍ରାତଃ କାଳର ମନ୍ତ୍ର ସ୍ମରଣ କରିବା ଉଚିତ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!