ସ୍ମାର୍ତ୍ତ ସମ୍ମତ କାମଦା ଏକାଦଶୀ ଉପବାସ, ରବୀନ୍ଦ୍ରନାଥ ଠାକୁରଙ୍କ ତିରୋଧାନ ଦିବସ। ଦୈନିକ ପାଞ୍ଜି: ଅଗଷ୍ଟ ୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୭, ୨୦୧୮

ସ୍ମାର୍ତ୍ତ ସମ୍ମତ କାମଦା ଏକାଦଶୀ ଉପବାସ, ରବୀନ୍ଦ୍ରନାଥ ଠାକୁରଙ୍କ ତିରୋଧାନ ଦିବସ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୨୮।୧୭ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୧୬।୫୯ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  କର୍କଟ ୨୨ ଦିନ ରାଷ୍ଟ୍ରିୟ ଶ୍ରାବଣ ୧୬ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ କୃଷ୍ଣପକ୍ଷ, ଦଶମୀତିଥୀ ସକାଳ ଘଣ୍ଟା ୭।୫୩।୪୪ ସେକେଣ୍ଡ,

କ୍ଷୟ ଏକାଦଶୀତିଥି ନିଶାନ୍ତ ଘଣ୍ଟା ୫।୧୫ମିନିଟ୍,

ରୋହିଣୀନକ୍ଷତ୍ର ଦିବା ଘଣ୍ଟା ୧୨।୪୪।୩୨ ସେକେଣ୍ଡ, ବୃଷଚନ୍ଦ୍ର ରାତ୍ର ଘଣ୍ଟା ୧୧।୫୦ମିନିଟ୍

ଧୃବଯୋଗ ସକାଳ ଘଣ୍ଟା ୬।୨୮।୩୦ ସେକେଣ୍ଡ, କ୍ଷୟ ବ୍ୟାଘାତଯୋଗ ରାତ୍ର ଘଣ୍ଟା ୩।୨୦ମିନିଟ୍

ବିଷ୍ଟିକରଣ ସକାଳ ଘଣ୍ଟା ୭।୫୩।୪୪ ସେକେଣ୍ଡ, ବବକରଣ ସଂଧ୍ୟା ଘଣ୍ଟା ୬।୩୯।୧୨ ସେକେଣ୍ଡ,

କ୍ଷୟ ବାଳବକରଣ ନିଶାନ୍ତ ଘଣ୍ଟା ୫।୧୫ମିନିଟ୍

ରବ୍ୟଂଶଽ ୨୦।୨୧।୨୦, ସୂକ୍ଷ୍ମଚନ୍ଦ୍ର ରା୧।୧୮।୫୮।୨୧

ଦିନମାନ ଘଣ୍ଟା ୧୨।୪୮।୫୮ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୧୧।୨ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଉତ୍ତରେ ସକାଳ ଘଣ୍ଟା ୭।୫୩।୪୪ସେକେଣ୍ଡ ଗତେ ଅଗ୍ନି କୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସକାଳ ଘଣ୍ଟା ୭।୫୩।୪୪ସେକେଣ୍ଡ ମଧ୍ୟେ କଳମ ଶାଗ ଓ ପରେ ଶିମ୍ବ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସକାଳ ଘଣ୍ଟା ୭-୫୯ମିନିଟ୍ ରୁ ଦିବା ଘଣ୍ଟା ୧୦-୩୨ମିନିଟ୍, ଦିବା ଘଣ୍ଟା ୧-୬ମିନିଟ୍ ରୁ ଘଣ୍ଟା ୨-୪୮ମିନିଟ୍, ଦିବା ଘଣ୍ଟା ୩-୩୯ମିନିଟ୍ ରୁ ଘଣ୍ଟା ୫-୨୨ମିନିଟ୍, ସୂର୍ଯ୍ୟାସ୍ତରୁ ଘଣ୍ଟା ୬-୫୮ମିନିଟ୍, ରାତ୍ର ଘଣ୍ଟା ୯-୧୨ମିନିଟ୍ ରୁ ଘଣ୍ଟା ୧୧-୨୭ମିନିଟ୍, ରାତ୍ର ଘଣ୍ଟା ୧-୪୧ମିନିଟ୍ ରୁ ଘଣ୍ଟା ୩-୧୧ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି

ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୧୧।୫୦ମିନିଟ୍ ଗତେ ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର, ମିନା ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧୨।୪୪।୩୨ ସେକେଣ୍ଡ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବିଚ୍ଛା ରାଶିର ଘାତଚନ୍ଦ୍ର ଓ ରାଘ୧୧।୫୦ମି ପରେ କନ୍ୟା ରାଶିର ଘାତଚନ୍ଦ୍ର। ମକର ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ- ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ଦୋଷ ଓ ନିଶାନ୍ତ ଘଣ୍ଟା ୫।୧୫ମିନିଟ୍ ଗତେ ଦ୍ଵିପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୩।୩ମିନିଟ୍ ରୁ ଘଣ୍ଟା ୪।୩୯ମିନିଟ୍, ବାରବେଳା- ସକାଳ ଘଣ୍ଟା ୭।୩ମିନିଟ୍ ରୁ ଘଣ୍ଟା ୮।୩୯ମିନିଟ୍, କାଳବେଳା- ଦିବା ଘଣ୍ଟା ୧।୨୭ମିନିଟ୍ ରୁ ଘଣ୍ଟା ୩।୩ମିନିଟ୍, କାଳରାତ୍ରି- ରାଟ୍ର ଘଣ୍ଟା ୭।୪୦ମିନିଟ୍ ରୁ ଘଣ୍ଟା ୯।୪ମିନିଟ୍।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୩।୨୦।୨୧।୨୦, ଚନ୍ଦ୍ର ରାଶି-୧।୧୮।୫୮।୨୧, ମଙ୍ଗଳ ରାଶି-୯।୭।୧୪।୩୧, ବୁଧ ରାଶି-୩।୨୪।୦।୨୮, ବୃହସ୍ପତି ରାଶି-୬।୨୦।୨୧।୧୧, ଶୁକ୍ର ରାଶି-୫।୫।୫୪।୫୫, ଶନି ରାଶି-୮।୯।୮।୨୯, ରାହୁ ରାଶି-୩।୧୧।୪୯।୧୩, କେତୁ ରାଶି-୯।୧୧।୪୯।୧୩।

ଉଦୟଲଗ୍ନ-

ରାତ୍ର ଘଣ୍ଟା ୩।୫୦ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘଣ୍ଟା ୬।୮ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୮।୧୭ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୨୪ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୩୬ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୨।୫୧ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୪।୫୭ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୬।୪୬ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୮।୨୨ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୯।୫୫ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୩୮ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧।୩୭ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୫୦ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ସିମନ୍ତୋନୟନ, ଦେବତା ଗଠନ, ପୁଂସବନ, ଋଣଦାନ ଓ ଋଣଗ୍ରହଣ ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୧୨।୪୪।୩୨ ସେକେଣ୍ଡ ମଧ୍ୟେ ରୋହିଣୀନକ୍ଷତ୍ର  ବୃଷରାଶି ଚନ୍ଦ୍ରମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୧୨।୪୪।୩୨ ସେକେଣ୍ଡ ପରେ ରାତ୍ର ଘଣ୍ଟା ୧୧।୫୦ମିନିଟ୍ ମଧ୍ୟେ ମୃଗଶିରାନକ୍ଷତ୍ର  ବୃଷରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି ଓ ରାତ୍ର ଘଣ୍ଟା ୧୧।୫୦ମିନିଟ୍ ପରେ ମୃଗଶିରାନକ୍ଷତ୍ର  ମିଥୁନରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!