ସିନ୍ଦୁର ଦ୍ଵାରା ମିଳିଥାଏ ଏହି ସବୁ ଉପକାର।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସିନ୍ଦୁର ଦ୍ଵାରା ମିଳିଥାଏ ଏହି ସବୁ ଉପକାର।

ହିନ୍ଦୁ ପୌରଣିକ କଥାରେ ସିନ୍ଦୁରର ମହତ୍ତ୍ଵ ବର୍ଣ୍ଣନା କରାଯାଇଛି। ସିନ୍ଦୁର ଏକ ନାରୀର ବିବାହିତ ହେବାର ପ୍ରତୀକ ବା ନିଜ ସ୍ବାମୀଙ୍କର ଆୟୁ ବୃଦ୍ଧିର କାମନା କରି ବିବାହିତ ନାରୀମାନେ ଏହା ନିଜ ମସ୍ତକରେ ଧାରଣ କରନ୍ତି। ଏହାକୁ ମଥାରେ କେଶ ମଝିରେ ଲଗାଯାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସିନ୍ଦୁର ଧାରଣ କରିବାର କେତେକ ଐତିହାସିକ ପ୍ରମାଣ-

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମେଶରାଶିର ସ୍ଥାନ ମସ୍ତକରେ ଅଟେ। ମଙ୍ଗଲ ମେଶ ରାଶିର ସ୍ଵାମୀ ଗ୍ରହ ଏବଂ ଯେହେତୁ ମଙ୍ଗଳ ଗ୍ରହର ରଙ୍ଗ ଲାଲ ଏହାକୁ ସୌଭାଗ୍ୟର ସଂକେତ ବୋଲି ମନାଯାଏ।

ସିନ୍ଦୁରକୁ ନାରୀ ଶକ୍ତିର ପ୍ରତୀକ ବୋଲି ମନାଯାଏ, ଏହି ଶକ୍ତି ଏକ ସ୍ତ୍ରୀ କୁ କୌଣସି କଠିନ ସମୟରେ ନିଜ ସ୍ବାମୀଙ୍କୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ହିନ୍ଦୁ ଦେବିମାନଙ୍କର ପୂଜା ସିନ୍ଦୁର ବିନା ଅଧୁରା ଅଟେ।

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଚିନ୍ତାରୁ ମୁକ୍ତି ପାଇଁ

ଯଦି ଆପଣଙ୍କର ଚିନ୍ତା ଦୂରହେଉନାହିଁ ତେବେ ଚାମେଲୀ ତେଲରେ ସିନ୍ଦୁର ମିଶାଇ ହୁନୁମାନଙ୍କୁ ଲଗାନ୍ତୁ। ଏହିପରି ୫ଟି ଶନିବାର କରନ୍ତୁ ସବୁ ଚିନ୍ତା ଦୂର ହେବ।

ସମ୍ମାନ ପ୍ରାପ୍ତି ପାଇଁ-

ଯଦି କେହି ମିତ୍ର ବା ସମ୍ବନ୍ଧୀୟ ଆପଣଙ୍କୁ ସମ୍ମାନ ଦେଉନାହାନ୍ତି ତେବେ ଏକ ପାନ ପତ୍ରରେ ଫିଟକାରୀ ଓ ସିନ୍ଦୁର ବାନ୍ଧି ବୁଧବାର ସକାଳୁ ବ ସନ୍ଧ୍ୟାରେ ଓସ୍ତଗଛମୂଳେ କୌଣସି ଏକ ବଡ ପଥର ତଳେ ଥୋଇ ଆସିବେ। ପଛକୁ ବୁଲି ଚାହିଁବେ ନାହିଁ। ଏହି ପରି ୩ଟି ବୁଧବାର କରନ୍ତୁ। 

ବାସ୍ତୁ ଦୋଷ ଦୂରକରିବା ପାଇଁ-

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦରଜାରେ ତେଲରେ ସିନ୍ଦୁର ଗୋଳାଇ ଲଗାନ୍ତୁ ଘରେ ନକାରାତ୍ମକ ଊର୍ଜା ପ୍ରବେଶ କରିବ ନାହିଁ। ଏହା ଲଗାତର ୪୦ ଦିନ କରିଲେ ବାସ୍ତୁ ଦୋଷ ଖଣ୍ଡନ ହେବ।

ଲକ୍ଷ୍ମୀ ପ୍ରାପ୍ତି ପାଇଁ-

ମାନ୍ୟତା ଅଛି କି ମୁଖ୍ୟ ଦରଜାରେ ସିନ୍ଦୁର ଲଗାଇଲେ ପରିବାର ଉପରେ ଦେବୀ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୁଏ। ଘରର ପ୍ରେବେଶ ଦ୍ଵାରରେ ସିନ୍ଦୁର ଲଗା ହୋଇଥିବା ଗଣେଶ ମୂର୍ତି ସ୍ଥାପନ କଲେ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ହୁଏ।

ଆହୁରି ପଢନ୍ତୁ: ଏହି ରାଶିର ଯୋଡି ମାନଙ୍କ ଭିତରେ ଥାଏ ଈଶ୍ୱରୀୟ ପ୍ରେମ 

ଆର୍ଥିକ ଅନାଟନରୁ ମୁକ୍ତି ପାଇଁ-

ଯଦି ଆପଣ ଆର୍ଥିକ ସମସ୍ଯା ରହୁଛି, ସାମାନ୍ଯ କିଛି ଖରଚ କରିବା ଆଗରୁ ବହୁତ ଭାବିବାକୁ ପଡୁଛି ତେବେ ଗୋଟେ ନଡିଆ ଉପରେ ସିନ୍ଦୁର ଲଗାଇ ତାକୁ ଗୋଟେ ଲାଲ କପଡାରେ ବାନ୍ଧି ତାକୁ ପୂଜା କରନ୍ତୁ। ଏହି ନଡିଆକୁ ମା ଲକ୍ଷ୍ମୀଙ୍କୁ ଧାନ ପ୍ରାପ୍ତିର ପ୍ରାର୍ଥନା କରି ରଖିଦିଅନ୍ତୁ। ଏହା ଦ୍ଵାରା ଧାନର ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ। 

ଗ୍ରହର ଶାନ୍ତି ପାଇଁ-

ଆପଣଙ୍କ କିଣ୍ଡଳୀରେ ଯଦି ସୂର୍ଯ୍ୟ ଓ ମଙ୍ଗଳ ମାରକ ଗ୍ରହ ଏବଂ ତାଙ୍କର ମହାଦଶା ବା ଅନ୍ତର୍ଦଶା ଚାଲୁଅଛି ତେବେ ଏହି ଉପାୟ ଖାସ ଆପଣଙ୍କ ପାଇଁ, ଏହି ଦୋଷ ଥିଲେ ସିନ୍ଦୁରକୁ ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ, ଏହା ଦ୍ଵାରା ଗ୍ରହର ପ୍ରଭାବ କମ୍ ହେଇଯିବା।

ରକ୍ତ ସମ୍ବନ୍ଧୀୟ ରୋଗ ପାଇଁ-

ଯଦି ଆପଣ ରକ୍ତ ସମ୍ବନ୍ଧିତ କୌଣସି ରୋଗରେ ପୀଡିତ ଅଛନ୍ତି ତେବେ ସିନ୍ଦୁରକୁ ନିଜ ଉପରେ ବୁଲାଇ ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ। ଏହା ଆପଣଙ୍କୁ ୫ଥର କରିବାକୁ ପଡିବ। ଏହା ଦ୍ଵାରା ରୋଗରୁ ଶୀଘ୍ର ଉପସମ ମିଳିବ।

ପରୀକ୍ଷାରେ ସଫଳତା ପାଇଁ-

ପରୀକ୍ଷା ଦେଇ ବାରମ୍ବାର ଅସଫଳ ହେଉଥିଲେ ପରୀକ୍ଷା ପୂର୍ବରୁ କୌଣସି ଏକ ଶୁକ୍ଳପକ୍ଷରେ ଗଣେଶ ଙ୍କ ମନ୍ଦିର ଯାଇ ସିନ୍ଦୁରର ଦାନ କରନ୍ତୁ, ଏହା ଦ୍ଵାରା ଆତ୍ମବିଶ୍ବାସରେ ବୃଦ୍ଧି ହୁଏ ଓ ପରୀକ୍ଷାରେ ସଫଳ ହେବାର ଆଶା ବୃଦ୍ଧିପାଏ।

ଆହୁରି ପଢନ୍ତୁ: ଏହି ରାଶିର ପୁଅମାନେ ହୋଇଥାନ୍ତି ଭଲ ଜୀବନସାଥି!

ଦୁର୍ଘଟଣାରୁ ମୁକ୍ତି ପାଇଁ-

ଯଦି ଆପଣ ଗାଡି ଚଲାଉଛନ୍ତି ବା ଆପଣଙ୍କର କେହି ସମ୍ବନ୍ଧୀୟ ଗାଡି ଚଲାଉଛନ୍ତି ଏବଂ ରାସ୍ତାରେ ଦୁର୍ଘଟଣାର ଡର ସବୁ ବେଳେ ଲାଗିରହିଛି ତେବେ ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ସିନ୍ଦୁର ଦାନ କରିବା ଆବଶ୍ୟକ। ଏହି ଉପାୟରେ ଦୁର୍ଘଟଣାର ଭୟ କମ୍ ହୋଇଥାଏ।

ସ୍ଵାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବଢାଇବା ପାଇଁ-

ଯଦି ନିଜ ଜୀବନସାଥି ସହ ପଡୁନାହିଁ ତେବେ ରାତିରେ ଶୋଇବା ସମୟରେ ସ୍ତ୍ରୀ ନିଜ ସ୍ବାମୀର ତକିଆ ତଳେ ସିନ୍ଦୁରର ପୁଡିଆ ଓ ସ୍ଵାମୀ ସ୍ତ୍ରୀର ତକିଆ ତଳେ କର୍ପୁର ରଖିଦିଅନ୍ତୁ। ସକାଳ ହେଲେ କାହାକୁ ନ ଜଣେଇ (ଏମିତିକି ନିଜ ଜୀବନସାଥୀଙ୍କୁ ବି ନୁହେଁ ) ସିନ୍ଦୁର ପୁଡିଆକୁ ଘର ବାହାରକୁ ଫୋପାଡି ଦିଅନ୍ତୁ ଏବଂ କର୍ପୂରକୁ ଘରେ ଜଳେଇ ଦିଅନ୍ତୁ, ଏହା ଦ୍ଵାରା ଆପଣଙ୍କ ମଧ୍ୟରେ ପ୍ରେମ ବଢିବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!