ଆଜି କେମିତି ରହିବ ଆପଣଙ୍କ ଦିନ : ୫ ଜୁଲାଇ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୫ ଜୁଲାଇ ୨୦୧୮

ମେଷ:

ଆର୍ଥିକ ଦିଗରୁ ଉନ୍ନତି ଓ ନୂତନ ପଦାର୍ଥ ସଂଗ୍ରହ କରିବା ପାଇଁ ଆଗ୍ରହ ବଢିବ। ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ। ରାଜନୈତିକ ଜୀବନରେ ଶତୃମାନେ ଦୁର୍ବଳ ହେବେ। କର୍ମଚାରୀମାନେ ନିଜର କର୍ତ୍ତବ୍ୟ ପ୍ରତିପାଦିତ କରିବା ଫଳରେ ପ୍ରଶଂସିତ ହେବେ। ବିଦ୍ୟାର୍ଥିମାନଙ୍କର ମନୋଅନୁକୂଳ ଫଳପ୍ରାପ୍ତି ହେବ। ପ୍ରତିକାର- ଶଣ୍ଢକୁ ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:

ଆକସ୍ମିକ ଧନ ପ୍ରାପ୍ତି ହେବ। ରାଜନୈତିକ କ୍ଷେତ୍ରରେ ବିଜୟୀ ହେବେ। ବିଦ୍ୟୁତ୍ ଓ ଯନ୍ତ୍ର ଚାଳନ, ଯାନବାହାନ ତଥା ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ଶୁଭ ସଂବାଦ ପାଇ ଖୁସିହେବେ। ପରୀକ୍ଷା ପ୍ରତିଯୋଗିତାରେ ଜୟଯୁକ୍ତ ହେବେ। ନୂତନ ବ୍ୟବସାୟର ସୁଯୋଗ ପାଇବେ। ମହିଳାମାନେ ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ମିଥୁନ:

ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ପରିବାରର ସଦସ୍ୟଙ୍କ ସହିତ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସଂପର୍କ ରହିବ।  ବନ୍ଧୁ, ମିତ୍ର ଏବଂ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ଅଧିକ ପରିଶ୍ରମ କରି ଅତ୍ୟଧିକ ଲାଭ ପାଇବେ। ବ୍ୟବସାୟିକ ଗତିବିଧି ସାମାନ୍ୟ ରୂପରେ ଚଳିବ। ବନ୍ଧୁବାନ୍ଧବଙ୍କ ଆଗମନରେ ଅତ୍ୟଧିକ ଖର୍ଚ୍ଚ ହେବ। ପ୍ରତିକାର-ରୁଟି ଗାଈକୁ ଖାଇବାକୁ ଦେବେ।

କର୍କଟ: 

ଯାତ୍ରା ଫଳରେ ସ୍ୱାସ୍ଥ୍ୟ ପ୍ରଭାବିତ ହେବ ଏବଂ ଦୁର୍ବଳ ଅନୁଭବ କରିବେ। କୋର୍ଟ, କଚେରୀ ମାଲି ମକଦ୍ଦମା, ବାଦ ବିବାଦ ଆଗକୁ ବଢ଼ିବ। ପରିଜନ ଓ କୁଟୁମ୍ବୀଜନ ପରିବାରରେ ଶାନ୍ତି ଭଙ୍ଗ କରିବାକୁ ପ୍ରୟାସ କରିବେ। ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରାକୃତିକ ବିପଦ ବଦଳେଇ ଦବ। ଅନ୍ୟ ଉପକାର କରି ନିଜେ କ୍ଷତିରେ ପଡିବେ। ଖାଦ୍ୟପେୟ ଓ ଔଷଧ ସେବନ ପ୍ରତି ଧ୍ୟାନ ନ ରଖିଲେ, ବିଶେଷ କ୍ଷତି ହେବ। ପ୍ରତିକାର:-ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

ସିଂହ:

ଆକସ୍ମିକ ଧନ ପ୍ରାପ୍ତି ହେବ। ବନ୍ଧୁ, ମିତ୍ର ସହକର୍ମୀ ଓ ଭାଗୀଦାରୀଙ୍କ ସମ୍ପର୍କରେ ମଧୁର ଆସିବ। ମାଲିମୋକଦ୍ଦମାରେ ଖେଳ ନୃତ୍ୟ ଗୀତ ପ୍ରତିଯୋଗିତାରେ ସଫଳ ହେବେ। ବ୍ୟବସାୟରେ ମନମୁତାବକ ଲାଭ ପାଇ, ଭବିଷ୍ୟତ ଯୋଜନାରେ ନିବେଶ କରିବେ। ଭାଇ ବନ୍ଧୁ ମିତ୍ରମାନଙ୍କର ସାହାଯ୍ୟ ସହଯୋଗ ପାଇବେ। ବିଦ୍ୟାରେ ଉନ୍ନତି ହେବ।  ପ୍ରତିକାର:- ପଙ୍ଗୁ ଭିକାରୀକୁ ଖାଦ୍ୟ ଦିଅନ୍ତୁ।

କନ୍ୟା:

ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ। କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ବଢେଇବାର ପ୍ରୟାସ କରିବେ। ରାଜନୈତିକ କ୍ଷେତ୍ରରେ ଶତୃ ମାନେ ମିତ୍ରତାର ହାତ ବଢେଇବେ। ପ୍ରତିକାର- ଅନ୍ଧ ଭିକାରୀଙ୍କୁ ସାହାଯ୍ୟ କରନ୍ତୁ।

ତୁଳା:

ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ। ପାରିବାରିକ ଜୀବନ ଆନନ୍ଦମୟ ହେବ। ରାଜନୈତିକ କ୍ଷେତ୍ରରେ ବିପଦ ସଙ୍କୁଳ ଟଳିଯିବ। ପରୀକ୍ଷା ପ୍ରତିଯୋଗିତା ଓ ମାଲିମୋକଦ୍ଦମାରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ। ବ୍ୟବସାୟରେ ଉତ୍ସାହ, ଉଦ୍ଦୀପନା ବୃଦ୍ଧି ପାଇବ। ଚିନ୍ତା ଭାବନା ଦୂର ହୋଇଯିବ। ନୂତନ ସମ୍ବନ୍ଧ, ମାଙ୍ଗଳିକ କାର୍ଯ୍ୟରେ ପ୍ରେରଣା ଓ ଉତ୍ସାହ ପ୍ରାପ୍ତି ହେବ। ପ୍ରତିକାର:- ପଙ୍ଗୁ ଭିକାରୀକୁ ଖାଦ୍ୟ ଦିଅନ୍ତୁ।

ବିଛା:

ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ଦୂରଯାତ୍ରାରେ ସଫଳତା ପ୍ରାପ୍ତି ହେବ। କାର୍ଯ୍ୟଭାର ବହନ କରି ଯାତ୍ରା କରିବାକୁ ପଡ଼ିବ। ପେଶା, ବ୍ୟବସାୟ, ଭାଗୀଦାରୀ ଓ ବନ୍ଧୁମିତ୍ରଙ୍କଦ୍ଵାରା ଲାଭବାନ ହେବେ। ପ୍ରତିକାର-ଲାଲଚନ୍ଦନ ମସ୍ତକରେ ଲଗାଇବା ଉଚିତ।

ଧନୁ:

କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ଦୂରଯାତ୍ରାରେ ସଫଳ ହେବେ। ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ। ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ। ବ୍ୟବସାୟରେ ମନମୁତାବକ ଲାଭ ପାଇ, ଭବିଷ୍ୟତ ଯୋଜନାରେ ନିବେଶ କରିବେ। ଭାଇ ବନ୍ଧୁ ମିତ୍ରମାନଙ୍କର ସାହାଯ୍ୟ ସହଯୋଗ ପାଇବେ । ବିଦ୍ୟାରେ ଉନ୍ନତି ହେବ। ପ୍ରତିକାର :- ପଙ୍ଗୁ ଭିକାରୀକୁ ଖାଦ୍ୟ ଦିଅନ୍ତୁ। 

ମକର:

ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ପାରିବାରିକ କ୍ଷେତ୍ରରେ ଆଲୁଅ ଅନ୍ଧାରରେ ଲୁଚକାଳି ଖେଳଭଳି ଦେଖା ଦେବ। ରାଜନୈତିକ କ୍ଷେତ୍ରରେ ସ୍ଥିରତା ଦେଖାଦେବା ସହ ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ କଟିବ। ସ୍ଵାସ୍ଥ୍ୟକର ପରିବେଶ ସାଙ୍ଗକୁ ସମ୍ମାନଜନକ ଘଟଣା ଲାଗି ରହିବ। ପ୍ରତିକାର- ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy

Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988

କୁମ୍ଭ:

ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ। କର୍ମ ବ୍ୟବସାୟରେ ଉତ୍ସାହ, ଉଦ୍ଦୀପନା ବୃଦ୍ଧି ପାଇବ। ଚିନ୍ତା ଭାବନା ଦୂର ହୋଇଯିବ। ନୂତନ ସମ୍ବନ୍ଧ, ମାଙ୍ଗଳିକ କାର୍ଯ୍ୟରେ ପ୍ରେରଣା ଓ ଉତ୍ସାହ ପ୍ରାପ୍ତି ହେବ। କାର୍ଯ୍ୟଭାର ବହନ କରି ଯାତ୍ରା କରିବାକୁ ପଡ଼ିବ। ପେଶା, ବ୍ୟବସାୟ, ଭାଗୀଦାରୀ ଓ ବନ୍ଧୁମିତ୍ରଙ୍କଦ୍ଵାରା ଲାଭବାନ ହେବେ। ସାମୟିକ ଶାରୀରିକ ପୀଡା ଭୋଗ କରିବେ। ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ। 

ମୀନ:-

କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ପରୀକ୍ଷା ଓ ପ୍ରତିଯୋଗୀତାରେ ଆଶା ମୁତାବକ ଫଳ ପାଇବେ। ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ। କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ପାରିବାରିକ ଜୀବନ ଆନନ୍ଦରେ କଟିବ। ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ। କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବେ ଓ ଆଶୀର୍ବାଦ ପ୍ରାପ୍ତ କରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!