ଏହି ରାଶିର ଯୋଡି ମାନଙ୍କ ଭିତରେ ଥାଏ ଈଶ୍ୱରୀୟ ପ୍ରେମ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଏହି ରାଶିର ଯୋଡି ମାନଙ୍କ ଭିତରେ ଥାଏ ଈଶ୍ୱରୀୟ ପ୍ରେମ

ହିନ୍ଦୁ ଧର୍ମ ବେଦ ପୁରାଣରେ ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୁଇ ଠିକ ରାଶିର ଯଦି ମିଳନ ହୋଇଯିବ ତ ଏହାକୁ ପରଫେକ୍ଟ ଯୋଡି ବୋଲି କୁହାଯାଏ। ଆମ ମାନଙ୍କ ଘରେ ଯେବେ ବାହା ଘର କଥା ପଡେ ପ୍ରଥମେ ଜାତକ ବା କୁଣ୍ଡଳୀ ଦେଖା ଯାଇଥାଏ। ଯଦି ପୁଅ ଝିଅ ଦୁହିଁଙ୍କ ଜାତକ ମିଶିଲା ତେବେ ଯାଇ ବାହାଘର କଥା ଆଗକୁ ବଢେ ନହେଲେ ନାଇଁ । ସେଥିପାଇଁ ଆଜି ଆମେ ଜାଣିବା ସେମିତି କିଛି ଯୋଡିଙ୍କ ବିଷୟରେ ଯାହା ରାଶିକୁ ବନେଇ ମିଶା ଯାଇଛି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଚାଲନ୍ତୁ ଜାଣିବା ସେହି ପରଫେକ୍ଟ ଯୋଡି ବିଷୟରେ।

୧.ତୁଳା-ସିଂହ:

ଏହି ଦୁଇଟି ରାଶି ଥିବା ଯୋଡିଙ୍କୁ ରାଗ ଭରପୁର ଆସିଥାଏ। କିନ୍ତୁ ଏହା ବ୍ୟତୀତ ଏହି ଦୁଇ ଜଣ ଙ୍କର ଏମିତି କେତେ ଅଭ୍ୟାସ ସମାନ ଥାଏ। ସମାଜରେ ନିଜ ଜାଗା ବନେଇବାକୁ ଏବଂ ଲୋକ ମାନଙ୍କ ଆଖିରେ ଆକର୍ଷଣୀୟ ହେବା ଏହି ଦୁଇ ରାଶିକୁ ପସନ୍ଦ ଅଟେ। ସେଥିପାଇଁ ଯଦି ଏହି ଦୁଇ ରାଶିର ମିଳନ ହୋଇଥାଏ ତେବେ ସେମାନଙ୍କ ଭିତରେ ବହୁତ ଭଲ ବୁଝାବଣା ରହିବ ଏବଂ ପରସ୍ପର କୁ ସବୁବେଳେ ସମର୍ଥନ କରିବେ।

ଆହୁରି ପଢନ୍ତୁ: ଜାଣନ୍ତୁ କେଉଁ କେଉଁ ରାଶିର ଝିଅ ମାନେ ଅଟନ୍ତି ଅତ୍ୟନ୍ତ ଭଲ। 

୨.ମିଥୁନ-ତୁଳା:

ଏହି ଦୁଇଟି ରାଶି ଥିବା ଯୋଡି ଏଥିରେ ବିଶ୍ୱାସ କରନ୍ତି ଯେ ଭଲ ପାଇବା ମାମଲା ରେ ଶାରୀରିକ ଆକର୍ଷଣ ଥିବା ବହୁତ ଜରୁରୀ ଅଟେ। ଏହି ଗୁଣ ଏମାନଙ୍କ ପରସ୍ପର ଭଲ ପାଇବା ବଢାଇଥାଏ। ଏହି ଭଲ ପାଇବା ଏମାନଙ୍କୁ କେବେ ବି ଅଲଗା ହେବାକୁ ଦେଇନଥାଏ।

୩.ମେଷ-କୁମ୍ଭ:

ଏହି ଦୁଇଟି ରାଶିର ଲୋକ ସବୁ କଥା ବୁଝିବା ଲୋକ ଏବଂ ସବୁବେଳେ ଖୁସି ରହିବାକୁ ବହୁତ ଭଲ ପାଆନ୍ତି। ଏହି ଲୋକ ମାନେ ସମସ୍ତଙ୍କୁ ପସନ୍ଦ ଆସିଥାନ୍ତି। ଏହି ରାଶିର ଲୋକ ପାଖରେ ଥିଲେ କେବେ ବି ଆପଣ ଏକା ଅନୁଭବ କରିବେନି। ଏହି ଯୋଡି ର ସଫଳତାର ଏହା ଏକ ବଡ଼ କାରଣ ଅଟେ।

୪.ମେଷ-କର୍କଟ:

ସାଧାରଣତଃ କର୍କଟ ରାଶିର ଲୋକ ମେଷ ରାଶିର ଲୋକ ମାନଙ୍କ ଉପରେ ସର୍ବଦା ପ୍ରଭାବିତ ଥାନ୍ତି। ତାଙ୍କ କଥା କୁହା ଶୈଳୀ, ଚାଲିଚଳଣ ଏସବୁ କର୍କଟ ରାଶି ଲୋକ ମାନଙ୍କୁ ମେଷ ରାଶି ଆଡ଼କୁ ଟାଣି ନିଏ।

ଆହୁରି ପଢନ୍ତୁ: ଜାଣନ୍ତୁ! ଦୁନିଆରେ ସବୁଠୁ ମହାଜ୍ଞାନୀ ହେଇଥାନ୍ତି ଏହି ରାଶିର ବ୍ୟକ୍ତି ମାନେ!

୫.ମକର-କନ୍ୟା:

ମକର ରାଶିର ଲୋକ ବହୁତ ଶାନ୍ତ ଓ ସଚ୍ଚୋଟ ହୋଇଥାନ୍ତି। ତାଙ୍କର ଏହି ସ୍ୱଭାବ କନ୍ୟା ରାଶିର ଲୋକଙ୍କୁ ପସନ୍ଦ ଆସିଥାଏ। ଏହି ଦୁଇ ରାଶିର ଯୋଡି ଙ୍କ ଭିତରେ ପରସ୍ପର ପ୍ରତି ପ୍ରେମ ଏବଂ ସମ୍ମାନ ଭରପୁର ହୋଇଥାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!