ଏହି ସବୁ ରାଶିର ଝିଅ ହୋଇଥାନ୍ତି ବହୁତ ଭଲ!

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜାଣନ୍ତୁ କେଉଁ କେଉଁ ରାଶିର ଝିଅ ମାନେ ଅଟନ୍ତି ଅତ୍ୟନ୍ତ ଭଲ।

ଏହି ଦୁନିଆରେ ଟଙ୍କା ଏବଂ ସଫଳତା ଠାରୁ ବଡ ଜିନିଷ ହୋଇଥାଏ ମାନସମ୍ମାନ। ବ୍ୟକ୍ତି କୁ ଯେଉଁ ପର୍ଯ୍ୟନ୍ତ ସମାଜରୁ ମାନସମ୍ମାନ ଓ ଇଜ୍ଜତ ମିଳିଥାଏ ସେ ପର୍ଯ୍ୟନ୍ତ ସେ ମନରେ କୌଣସି ହୀନ ଭାବନା ରଖି ନଥାଏ। ଯେବେ କାହାର ମାନସମ୍ମାନ ପ୍ରତି ବାଧା ପହଂଚିଥାଏ ତ ତାକୁ ବହୁତ ଦୁଃଖ ହୋଇଥାଏ। କେତେଥର ଇଜ୍ଜତ ଖରାପ ହେବାରେ ଲୋକମାନେ ଆତ୍ମହତ୍ୟା ବି କରିଦିଅନ୍ତି। କିନ୍ତୁ ଇଜ୍ଜତ ଆମେ କିଣି ପାରିବା ନାହିଁ। ନିଜର ବ୍ୟବହାର ଏବଂ କାମ ଦ୍ୱାରା ଏହା କମେଇବାକୁ ପଡିଥାଏ। ଆସନ୍ତୁ ଜାଣିବା ସେହି ରାଶିର ଝିଅ ମାନଙ୍କ ବିଷୟରେ ଯେଉଁମାନେ ହୋଇଥାନ୍ତି ଅଧିକ ମାନସମ୍ମାନ ର ଅଧିକାରୀ ଏବଂ ବହୁତ ଭଲ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଆସନ୍ତୁ ଜାଣିବା ସେହି ରାଶିର ଝିଅମାନଙ୍କ ବିଷୟରେ।

୧.କନ୍ୟା:

ଏହି ରାଶିର ଝିଅ ମାନେ ନିଜ ମର୍ଯ୍ୟାଦା ରେ ରହିବାକୁ ପସନ୍ଦ କରନ୍ତି। କାହାର ଅପମାନ କରନ୍ତି ନାହିଁ। ଯଦି ଭୁଲ ରେ କାହାକୁ କଷ୍ଟ ଦିଅନ୍ତି ତେବେ ନିଜକୁ ମଧ୍ୟ ବହୁତ କଷ୍ଟ ହୋଇଥାଏ। ଆଉ ପରେ ଏମାନେ କ୍ଷମା ବି ମାଗି ନିଅନ୍ତି। ଏହି ରାଶିର ଝିଅଙ୍କୁ ବିବାହ କରି ବ୍ୟକ୍ତି ବହୁତ ଖୁସିରେ ଥାଏ। ଏହି ଝିଅ ମାନଙ୍କ ମନ ବହୁତ ବଡ଼ ଏବଂ ଏମାନେ ଦୟାଳୁ ସ୍ୱଭାବର। ଏମାନେ ବହୁତ ଦାନ ଧର୍ମ ମଧ୍ୟ କରି ଥାନ୍ତି।

ଆହୁରି ପଢନ୍ତୁ: ଜାଣନ୍ତୁ! ଦୁନିଆରେ ସବୁଠୁ ମହାଜ୍ଞାନୀ ହେଇଥାନ୍ତି ଏହି ରାଶିର ବ୍ୟକ୍ତି ମାନେ!

୨.କର୍କଟ:

ଏହି ରାଶିର ଝିଅ ମାନେ ଥରେ କାହା ସହ ସମ୍ପର୍କ ଯୋଡିଦିଅନ୍ତି ତ ତାଙ୍କ ସହ ବହୁତ ଭଲ ବ୍ୟବହାର କରନ୍ତି। ନିଜ କଥା ଉପରେ ନିଜର କଣ୍ଟ୍ରୋଲ ଥାଏ। ଯଦି ରାଗ ଆସେ ଦେଖାନ୍ତିନି। ସାମ୍ନା ଵାଲା ର ଖୁସି ପାଇଁ ଏମାନେ ତ୍ୟାଗ ଦିଅନ୍ତି। ଏମାନେ କେବେ କାହା ବିଷୟରେ ଖରାପ କୁହନ୍ତିନି। ଅସହାୟ ବ୍ୟକ୍ତିଙ୍କୁ ସର୍ବଦା ସାହାଯ୍ୟ କରିବାକୁ ଆଗଭର ରୁହନ୍ତି।

୩.ବିଛା:

ଏହି ରାଶିର ଝିଅ ମାନେ ଖାଲି ନିଜ ଲୋକ ନୁହେଁ ଅଜଣା ଲୋକଙ୍କର ବି ଇଜ୍ଜତ କରନ୍ତି। କାହାକୁ ଇଜ୍ଜତ କରିବାକୁ ଏମାନେ ଧନୀ, ଗରିବ, କଳା, ଗୋରା, ଜାତି, ଅଜାତି ଏସବୁ ଦେଖନ୍ତିନି। ଏହି ରାଶିର ଝିଅ ବିବାହ କରି ବ୍ୟକ୍ତି ଗର୍ଵ ଅନୁଭବ କରନ୍ତି। ଏମାନେ ବହୁତ ତ୍ୟାଗୀ ଓ ଗୁଣବାନ ଅଟନ୍ତି। ଶାଶୁଘରେ ସମସ୍ତଙ୍କ ମନ ନେଇ ଚଳନ୍ତି। କାହା ମନରେ କେବେ ଦୁଃଖ ଦିଅନ୍ତି ନାହିଁ।

ଆହୁରି ପଢନ୍ତୁ: ପାଦର ଆକାରରୁ ଜାଣନ୍ତୁ ବ୍ୟକ୍ତିର ବ୍ୟକ୍ତିତ୍ୱ ବା ତାହାର ସ୍ଵଭାବ କିପରି ରହିବ!

୪.କୁମ୍ଭ:

ଏହି ରାଶିର ଝିଅ କେବେ କାହା ମନକୁ ଦୁଃଖ ଦିଅନ୍ତି ନାହିଁ। ଲୋକଙ୍କ ମନରେ ହସ ଆଣିବାକୁ କିଛି ବି କରିପାରିବେ। ବହୁତ ସଂସ୍କାରୀ ହୋଇଥାନ୍ତି ଏହି ରାଶିର ଝିଅ ମାନେ। ନିଜକୁ ଯେତେ କଷ୍ଟ ହେଲେ ମଧ୍ୟ ସର୍ବଦା ଅନ୍ୟର ଖୁସି ଚାହାଁନ୍ତି। ଏମାନେ ବହୁତ ବୁଝି ବିଚାରୀ କାମ କରନ୍ତି। ଗୁରୁଜନ ମାନଙ୍କର ସେବା କରିବାରେ ଏମାନଙ୍କୁ ଆନନ୍ଦ ମିଳେ। ଏହି ରାଶିର ଝିଅ ଭଲ ଜୀବନସାଥି ମଧ୍ୟ ହୋଇଥାନ୍ତି।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!