ପାଦର ଆକାରରୁ ଜାଣନ୍ତୁ ବ୍ୟକ୍ତିର ବ୍ୟକ୍ତିତ୍ୱ ବା ତାହାର ସ୍ଵଭାବ କିପରି ରହିବ!

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପାଦର ଆକାରରୁ ଜାଣନ୍ତୁ ବ୍ୟକ୍ତିର ବ୍ୟକ୍ତିତ୍ୱ

ଶରୀରର ଅଙ୍ଗ ଦେଖିକି ମଧ୍ୟ ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ତାହାର ଭବିଷ୍ୟ ବିଷୟରେ ଜାଣିହେବ ଶରୀରର ଅଙ୍ଗ ଦେଖିକି ମଧ୍ୟ ବ୍ୟକ୍ତିର ଆଚାର ବ୍ୟବହାର ଜାଣିହୁଏ। ଆପଣ ଶୁଣିଥିବେ ଯେ ବିବାହ ଆଗରୁ ଝିଅ ଦେଖିବା ସମୟରେ ଗୁରୁଜନ ମାନେ ଝିଅର ଚାଲିଚଳନ, କଥା ବାର୍ତ୍ତା, ପାଦର ଆକୃତି ଦେଖି ଝିଅର ସ୍ୱଭାବ ଜାଣିଦିଅନ୍ତି କେଉଁ କାଳରୁ ଏହା ମାନ୍ୟତା ଅଛି ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ୍ୟ। ଏହାର ଉଲେଖ ଶାସ୍ତ୍ରରେ ମଧ୍ୟ ଅଛି ଯେ କୌଣସି ବ୍ୟକ୍ତିର ଚାଲିଚଳନ ଓ ଚରିତ୍ର ତାହାର ଶରୀରର  କୌଣସି ନିର୍ଦ୍ଧିଷ୍ଠ ଆକାରରୁ ଜାଣିହେବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

କୌଣସି ବ୍ୟକ୍ତିର ପାଦର ଆକୃତି ଦେଖିକି ତା ବିଷୟରେ ବହୁତ କିଛି କହିହେବ ଯେମିତିକି ତାର ବ୍ୟବହାର, ସେ କି ପରି ବ୍ୟକ୍ତି ,କାର୍ଯ୍ୟ କ୍ଷେତ୍ରରେ ସେ କିପରି ଓ ତାହାର ଭବିଷ୍ୟତର କିଛି ଅଂଶ। ପ୍ରତେକ ବ୍ୟକ୍ତିଙ୍କର ପାଦର ଆକାର ଅଲଗା ହୋଇଥାଏ। ଏହି ସବୁ ପ୍ରକାର ଆକାର ଦେଖି ଆପଣ ଜାଣିପାରିବେ ସେହି ବ୍ୟକ୍ତି ବିଷୟରେ ବହୁତ କିଛି।

୧. ବୁଢ଼ା ଆଙ୍ଗୁଳି ଠାରୁ କନିଷ୍ଠ ଆଙ୍ଗୁଳି ଛୋଟ କ୍ରମରେ ଥାଏ

ଯେଉଁ ଲୋକଙ୍କର ପାଦର ଆଙ୍ଗୁଠି ବୁଢ଼ା ଆଙ୍ଗୁଳି ଠାରୁ କନିଷ୍ଠ ଆଙ୍ଗୁଳି ଛୋଟ କ୍ରମରେ ଥାଏ। ଏହି ପ୍ରକାର ଲୋକ ଅନ୍ୟ ଉପରେ ନିଜର ଅସ୍ତିତ୍ବ ଜାହିର କରିବାକୁ ଚେଷ୍ଟା କରିଥାନ୍ତି। ଏହି ବ୍ୟକ୍ତି ଚାହଁନ୍ତୁ ତାଙ୍କୁ ପୁରା ଜାଗା ତାଙ୍କର ମାନ ସମ୍ମାନ ମିଳେ ଘର ପରିବାରର କୌଣସି ବ୍ୟକ୍ତି ଯଦି ଏମାନଙ୍କର ଇଛା ଅନୁସାରେ ନଚାଲନ୍ତି ଏମାନଙ୍କୁ ବହୁତ ରାଗ ଆସିଥାଏ । ଏଭଳି ଲୋକ ନିଜ ଜୀବନ ସାଥି ଉପରେ ହାବି ରୁହନ୍ତି।

 

 

ଆହୁରି ପଢନ୍ତୁ: କଣ କହୁଛି ଆପଣଙ୍କ ଜନ୍ମ ତାରିଖ? ଆପଣ Love ନା Arrange Marriage କରିବେ!

୨. ବୁଢା ଆଙ୍ଗୁଳି ପାଖ ଦୁଇଟି ଆଙ୍ଗୁଳି ସମାନ ହୋଇଥାଏ

ଯେଉଁମାନଙ୍କର ଆଙ୍ଗୁଳି ଏଭଳି ହୋଇଥାଏ ବୁଢା ଆଙ୍ଗୁଳି ପାଖ ଦୁଇଟି ଆଙ୍ଗୁଳି ସମାନ ହୋଇଥାଏ ଓ ଅନ୍ୟ ଦୁଇ ଆଙ୍ଗୁଳି ଛୋଟ ହୋଇଥାଏ ତାହେଲେ ବ୍ୟକ୍ତି ବହୁତ ପରିଶ୍ରମୀ ହୋଇଥାଏ। ଏମିତି ଲୋକ ବହୁତ କଠିନ ପରିଶ୍ରମୀ ଓ ପରିଶ୍ରମ କରି ନିଜର ମାନ ସମ୍ମାନ ବଢ଼େଇଥାଆନ୍ତି । ଏମାନେ ଅନ୍ୟକୁ ସାହାଯ୍ୟ କରିବାରେ ଟିକେ ପଛାନ୍ତି ନାହିଁ ଏତେ ସବୁ ଭଲ ଗୁଣ ଯୋଗୁଁ ବହୁତ ଅସୁବିଧାର ମଧ୍ୟ ପଡ଼ିଥାନ୍ତି।

 

ଆହୁରି ପଢନ୍ତୁ: କୁଣ୍ଡଳୀର ସପ୍ତମ ଭାବରୁ ଜାଣନ୍ତୁ ନିଜ ଜୀବନସାଥୀଙ୍କୁ!

୩.  ମଝି ଆଙ୍ଗୁଳି ବଡ ହୋଇଥାଏ ଓ ଅନ୍ୟ ପାଖ ଆଙ୍ଗୁଳି ଛୋଟ କ୍ରମରେ ରହିଥାଏ

ଯେଉଁ ଲୋକମାନଙ୍କର ପାଦ ମଝି ଆଙ୍ଗୁଳି ବଡ ହୋଇଥାଏ ଓ ଅନ୍ୟ ପାଖ ଆଙ୍ଗୁଳି ଛୋଟ କ୍ରମରେ ରହିଥାଏ ଏମାନେ କୌଣସି କାର୍ଯ୍ୟକୁ ଅଲଗା ପ୍ରକାର କରିବାକୁ ପସନ୍ଦ କରନ୍ତି। ଏମାନେ ବହୁତ ଯୋଜନା କରିକି କାର୍ଯ୍ୟ କରିଥାନ୍ତି ଘର ପରିବାରରେ ମଧ୍ୟ ଏମାନଙ୍କୁ ଵିଶେଷ ସୁଖ ସୁବିଧା ମିଳିଥାଏ  ଏମନଙ୍କର ସବୁଠୁ ବଡ଼ କମଜୋରି ଏହାକୁ ଏମାନେ କାହାକୁ ନା କହିପାରନ୍ତି ନାହିଁ ଏହି ଗୁଣ ଯୋଗୁଁ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି । କ୍ୟାରିଅରର ଆରମ୍ଭ ଦିନରେ ଏମାନଙ୍କୁ କଷ୍ଟ ସହିବାକୁ ପଡିଥାଏ।

 

୪. ବୁଢ଼ା ଆଙ୍ଗୁଳି ଠାରୁ ଅନ୍ୟସବୁ ଆଙ୍ଗୁଳି ଛୋଟ ଓ ସମ୍ମାନ ହୋଇଥାନ୍ତି

ଯେଉଁମାନଙ୍କର ପାଦର ବୁଢ଼ା ଆଙ୍ଗୁଳି ଠାରୁ ଅନ୍ୟସବୁ ଆଙ୍ଗୁଳି ଛୋଟ ଓ ସମ୍ମାନ ହୋଇଥାନ୍ତି  ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି ଏମାନଙ୍କୁ କୌଣସି କାର୍ଯ୍ୟ ଧୀରେ ସୁସ୍ଥେ କରିବା ପସନ୍ଦ। ଏମାନେ ଶାନ୍ତିର ପ୍ରତୀକ ଭାବରେ ସବୁ କାର୍ଯ୍ୟ କରିଥାଆନ୍ତି ଓ ବହୁତ କର୍ତ୍ତବ୍ୟ ନିଷ୍ଠ ହୋଇଥାନ୍ତି । ଏହି ଲୋକଙ୍କୁ ଜୀବନରେ ସଫଳତା ମିଳେ କିନ୍ତୁ ଟିକେ ଡେରିରେ କାରଣ ଏମାନେ ବହୁତ ଧୀରେ ସବୁ କାର୍ଯ୍ୟ କରିଥାନ୍ତି।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!