କଣ କହୁଛି ଆପଣଙ୍କ ଜନ୍ମ ତାରିଖ? ଆପଣ Love ନା Arrange Marriage କରିବେ!

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆପଣ Love ନା Arrange Marriage କରିବେ?

ଅନେକ ସମୟରେ ଶରୀର ର କିଛି ଭିନ୍ନତା କୁ ଦେଖି ପ୍ରେମ ବିବାହ କି ନା କୁହାଯାଇପାରେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କିନ୍ତୁ କଣ ଆପଣ ଜାଣନ୍ତି କି ଜନ୍ମ ତାରିଖରୁ ମଧ୍ୟ ଏହା କୁହାଯାଇପାରେ। ମୂଳ ଅଙ୍କ କୁ ଆଖି ଆଗରେ ରଖି ସେ ବ୍ୟକ୍ତି ପ୍ରେମ ବିବାହ କରିବେ କି ନା ଜାଣିପାରିବା। ପ୍ରଥମେ ଜାଣିବା ମୂଳ ଅଙ୍କ ବା ମୂଳ ସଂଖ୍ୟା କଣ। ଯଦି ଏକ ଅଙ୍କ ବିଶିଷ୍ଟ ତାରିଖରେ ସେ ଜନ୍ମ ହୋଇଥାଏ ତାହେଲେ ସେଇଟା ତାର ମୂଳ ଅଙ୍କ। କିନ୍ତୁ ଯଦି ଦୁଇ ଅଙ୍କ ବିଶିଷ୍ଟ ତାରିଖରେ ଜନ୍ମ ହୋଇଥାଏ ତେବେ ସେହି ଉଭୟ ସଂଖ୍ୟା କୁ ଯୋଗ କରାଯାଏ ଯେ ପର୍ଯ୍ୟନ୍ତ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ନ ଆସିଛି। ଯୋଗ ଫଳ ରେ ଯୋଉ ସଂଖ୍ୟା ଆସିବ ସେଇଟା ହେଲା ତାର ମୂଳ ଅଙ୍କ। ଆସନ୍ତୁ ଜାଣିବା ଏହା କଣ ଦର୍ଶାଉଛି।

★ମୂଳ ଅଙ୍କ୧:

ଏହି ବ୍ୟକ୍ତି ନିଜ ଭଲ ପାଇବା ନିଜ ମନରେ ଲୁଚାଇ ରଖିଥାନ୍ତି। ସେଥିପାଇଁ ଶେଷରେ ପରିବାର କହିବା ଅନୁସାରେ ବିବାହ କରିବାକୁ ବାଧ୍ୟ ହୋଇଥାନ୍ତି।

★ମୂଳ ଅଙ୍କ୨:

ଏହି ବ୍ୟକ୍ତି ଯଦି ପ୍ରେମ କରନ୍ତିଯାହା ହୋଇଗଲେ ବି ବିବାହ କରନ୍ତି। ଏହି ଅଙ୍କ ବିଶିଷ୍ଟ ଅଧିକାଂଶ ବ୍ୟକ୍ତି ପ୍ରେମ ବିବାହ କରିଥାନ୍ତି।

★ମୂଳ ଅଙ୍କ୩:

ଏହି ବ୍ୟକ୍ତି ମାନଙ୍କର ବୈବାହିକ ଜୀବନ ବହୁତ ଭଲରେ କଟିଥାଏ। ଯଦି ପ୍ରେମ କରନ୍ତି ଏଥିରେ ସଫଳ ମଧ୍ୟ ହୁଅନ୍ତି।

★ମୂଳ ଅଙ୍କ୪:

ଏହି ବ୍ୟକ୍ତି ମାନେ ବହୁତ ଜଣ ସହ ମଜ଼ା ନିଅନ୍ତି। କିନ୍ତୁ ବିବାହ କରିବା କଥା ଆସିଲେ ଓହରି ଯାଆନ୍ତି। ଏମାନଙ୍କୁ ବିଶ୍ୱାସ କରାଯାଇ ପାରେନା।

★ମୂଳ ଅଙ୍କ୫:

ଏହି ବ୍ୟକ୍ତି ମାନେ ନିଜ ପରିବାର କୁ ଅଧିକ ଗୁରୁତ୍ଵ ଦିଅନ୍ତି। ସେଥିପାଇଁ ପ୍ରେମ କଲେ ବି ନିଜ ପରିବାର ଅନୁମତି ବିନା ବିବାହ କରନ୍ତି ନାହିଁ। କିନ୍ତୁ ଯାହାକୁ ବି ବାହା ହୁଅନ୍ତି ବହୁତ ଖୁସି ଦେଇଥାନ୍ତି।

★ମୂଳ ଅଙ୍କ୬:

ଏହି ବ୍ୟକ୍ତି ମାନେ ବହୁତ ଆକର୍ଷଣୀୟ ହୋଇଥାନ୍ତି। ଯାହାକୁ ବି ଭଲ ପାଆନ୍ତି ମନ ଧ୍ୟାନ ଦେଇ ଭଲ ପାଆନ୍ତି। ପ୍ରେମ ବିବାହ କରିବାର ବହୁତ ସମ୍ଭାବନା ରହିଥାଏ।

★ମୂଳ ଅଙ୍କ୭:

ଏହି ବ୍ୟକ୍ତି ମାନେ ଲାଜୁଆ ହୋଇଥାନ୍ତି। ନିଜ ଛଡା କାହା କଥା ଭାବନ୍ତିନି। ସେଥିପାଇଁ ବହୁତ କମ ଥାନ୍ତି ଯୋଉମାନେ ପ୍ରେମ ବିବାହ କରନ୍ତି।

★ମୂଳ ଅଙ୍କ୮:

ଏହି ବ୍ୟକ୍ତି ମାନେ ପ୍ରେମ ସମ୍ପର୍କରେ ଆଦୌ ବିଶ୍ୱାସ ରାଖନ୍ତିନି। କିନ୍ତୁ ଯଦି କରନ୍ତି ତାହେଲେ ଜୀବନ ବି ଦବାକୁ ପଛାନ୍ତିନି।

★ମୂଳ ଅଙ୍କ୯:

ଏହି ଲୋକ ମାନେ ଶାନ୍ତି ପ୍ରିୟ ହୋଇଥାନ୍ତି ଧିର ସ୍ୱଭାବର ହୋଇଥାନ୍ତି ସେଥିପାଇଁ ଗଭୀର ଭାବରେ ଭଲ ପାଆନ୍ତି। ନିଶ୍ଚୟ ପ୍ରେମ ବିବାହ କରନ୍ତି। ଏହା ଥିଲା ଜନ୍ମ ତାରିଖରେ ମୂଳ ଅଙ୍କ କୁ ନେଇ ବିବାହ ସମ୍ପର୍କରେ ଜାଣିବା।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!