କୁଣ୍ଡଳୀର ସପ୍ତମ ଭାବରୁ ଜାଣନ୍ତୁ ନିଜ ଜୀବନସାଥୀଙ୍କୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବିବାହ ଯୋଗ୍ୟ ବୟସ ହେବା ପରେ ପ୍ରତ୍ଯେକ ବ୍ୟକ୍ତିଙ୍କ ମନରେ ନିଜର ଜୀବନ ସାଥି କିପରି ହେଇଥିବେ ଏହାକୁ ଜାଣିବା ପାଇଁ ଇଚ୍ଛା ପ୍ରକାଶ ହୋଇଥାଏ । ଜୀବନସାଥି ବିଚାର କରିବା ପାଇଁ ବହୁତ କାରକ ଅଛି, କିନ୍ତୁ ସବୁଠାରୁ ମହତ୍ବପୂର୍ଣ ଓ ମୁଖ୍ୟ କାରକ ସପ୍ତମ ଭାବ ଓ ସପ୍ତମାଧିପତିଙ୍କୁ ବିଚାର କରିବା ଉଚିତ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବିଶେଷତଃ ନାଗନାଡି ଓ ଗଣ ବିଚାର ଉପରେ ଗୁରୁତ୍ଵ ଦେବା ଆବଶ୍ୟକ । କାରଣ ଦେବଗଣ, ନରଗଣ ଓ ରାକ୍ଷସଗଣ ବିବେଚନା କରାଯାଇଥିବା ବେଳେ ଏହା ହେଉଛି ପ୍ରକୃତରେ ବାତ, ପିତ, କଫ । ତେଣୁ ଏହି ସୂତ୍ରକୁ ଭଲ ଭାବରେ ଅନୁଧ୍ୟାନ କରିବା ଉଚିତ୍ ।

Image Courtesy: Google

ସପ୍ତମ ଭାବ ଓ ସପ୍ତମାଧିପତିଙ୍କ ସ୍ଥିତିରୁ ଜୀବନସାଥିର ସ୍ଵଭାବ ଜଣା ପଡିଥାଏ । ଯଦି ସପ୍ତମଭାବରେ ଗୁରୁ, ଶୁକ୍ର, ବୁଧ, ଚନ୍ଦ୍ରଙ୍କ ଭଳି ଶୁଭଗ୍ରହ ରହିଥାନ୍ତି ଏବଂ ସପ୍ତମାଧିପତି ଯଦି ଶୁଭ ସ୍ଥାନରେ ଶୁଭ ଗ୍ରହଙ୍କ ପ୍ରଭାବରେ ରହିଥାଏ ତେବେ ଆପଣଙ୍କ ଜୀବନସାଥି ସରଳ, ଶାନ୍ତ ସ୍ଵଭାବ, ଆପଣଙ୍କୁ ବହୁତ ଭଲ ପାଉଥିବେ, ଆପଣଙ୍କ ମନର କଥାକୁ ବୁଝି ସେହି ଅନୁସାରେ କାମ କରୁଥିବେ ।

ଏହା ଛଡା ଯଦି ସପ୍ତମ ଭାବରେ ଶନି, ମଙ୍ଗଳ, ରବିଙ୍କ ପରି କୃର ଗ୍ରହ ରହିଥାନ୍ତି କିମ୍ବା ସପ୍ତମ ଭାବରେ ରାହୁ-କେତୁ ରହିଥାନ୍ତି ତେବେ ଆପଣଙ୍କ ଜୀବନ ସାଥି କୃର ସ୍ଵଭାବ ବା ନିଷ୍ଠୁର ହେଇଥାନ୍ତି । ଯଦି ସପ୍ତମାଧିପତିଙ୍କ ଉପରେ କୃର ଗ୍ରହ ମାନଙ୍କର ପ୍ରଭାବ ପଡିଥାଏ ତେବେ କଥା ବିବାହ-ବିଚ୍ଛେଦ ପର୍ଯ୍ଯନ୍ତ ପହଞ୍ଚିପାରେ ।

Image Courtesy: Google

ସାଧାରଣତଃ ବିବାହ ପାଇଁ କୁଣ୍ଡଳୀ ମେଳକ ସମୟରେ ୧୦ ମେଳକ ମିଶିଗଲେ କିମ୍ବା ରାଜଜୋଟକ ପଡିଲେ ବହୁତ ଭଲ ବୋଲି ଭାବିଥାନ୍ତି । କିନ୍ତୁ କେବଳ ୧୦ ମେଳକ ମିଶିଗଲେ ଦାମ୍ପତ୍ୟ ସୁଖ ସୁନିଶ୍ଚିତ ପ୍ରାପ୍ତି ହେବ ଭାବିବା ଅନୁଚିତ୍ ।

ଦାମ୍ପତ୍ୟ ସୁଖ ପ୍ରାପ୍ତି ପାଇଁ ସବୁଠାରୁ ମହତ୍ବପୂର୍ଣ କାରକ ଗ୍ରହ, ସପ୍ତମଭାବ, ସପ୍ତମାଧିପତି ଓ ଶୁକ୍ର ଏବଂ ମଙ୍ଗଳ । ତେଣୁ ଜୀବନସାଥୀ ଓ ଦାମ୍ପତ୍ୟ ସୁଖ ବିଚାର କରିବା ସମୟରେ ଏହି କାରକମାନଙ୍କୁ ସର୍ବାଧିକ ମହତ୍ଵ ଦେବା ଉଚିତ୍ । ନଚେତ ଆଗକୁ ଯାଇ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

Image Courtesy: Google

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ, ପସନ୍ଦ ଆସିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେନି, ଆଗକୁ ଏହିଭଳି ଜ୍ଯୋତିଷ ସମ୍ବନ୍ଧିତ ଟିପ୍ସ ପାଇଁ ଓ ପରାମର୍ଶ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!