ଶ୍ରାବଣ ମାସରେ ନିଶ୍ଚିନ୍ତ ପିନ୍ଧନ୍ତୁ ରୁଦ୍ରାକ୍ଷ। ସବୁ ଗ୍ରହର ଅଛି କିଛି ଖାସ୍ ରୁଦ୍ରାକ୍ଷ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶ୍ରାବଣ ମାସରେ ନିଶ୍ଚିନ୍ତ ପିନ୍ଧାନ୍ତୁ ରୁଦ୍ରାକ୍ଷ। ସବୁ ଗ୍ରହର ଅଛି କିଛି ଖାସ୍ ରୁଦ୍ରାକ୍ଷ।

ଶ୍ରାବଣ ମାସରେ ଶିବ ଆରାଧନାର ଅଛି ବିଶେଷ ମହତ୍ଵ। ଶିବ ଭଗବାନଙ୍କୁ ପ୍ରିୟ ଲାଗୁଥିବା ସବୁ ଜିନିଷ ଶ୍ରାବଣ ମାସରେ ସମ୍ପନ୍ନ କରିବା ଉଚିତ, ଯେମିତିକି ଅଭିଷେକ, ସ୍ତୁତି, ବେଲପତ୍ର ଅର୍ପଣ କାରିବା ବା ରୁଦ୍ରଖୁ ଧାରଣ କରିବା ଆଦି। ପୌରଣିକ କଥା ଅନୁସାରେ ରୁଦ୍ରାକ୍ଷକୁ ଶିବଙ୍କ ଆଖିର ଲୁହ ବୋଲି କୁହାଯାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବାସ୍ତବରେ ରୁଦ୍ରାକ୍ଷ ଏକ ଗଛର ଫଳ। ଏହି ବୃକ୍ଷ ସବୁଠୁ ଅଧିକ ଦକ୍ଷିଣ-ପଶ୍ଚିମ ଏସିଆରେ ଦେଖିବାକୁ ମିଳେ। ଏହି ବୃକ୍ଷର ଲମ୍ବ ୫୦ ରୁ ୬୦ ଫୁଟ। ଏହାର ପତ୍ର ଲମ୍ବା, ଏହାର ଫୁଲ ଧଳା ରଙ୍ଗର। ଏବଂ ଏଥିରେ ହେଉଥିବା ଫଳ ଆରମ୍ଭରୁ ସବୁଜ, ପାଚିଲା ପରେ ନୀଳ ଏବଂ ସୁଖିବା ପରେ କଳା ହୋଇଥାଏ। ରୁଦ୍ରାକ୍ଷ ଏହି କଳା ଫଳର ମଞ୍ଜି।

ଆହୁରି ପଢନ୍ତୁ: ନିମ୍ବ ଦ୍ଵାରା ହେବ ସମସ୍ତ ରୋଗର ନାଶ। ଜାଣନ୍ତୁ ନିମ୍ବ ଗଛର ଔଷଧୀୟ ଗୁଣ।

ପୌରାଣିକ ମାନ୍ୟତା ଅନୁସାରେ ଏକମୁଖୀ ରୁଦ୍ରାକ୍ଷ ଅତିଶୁଭ ଅଟେ। ଏହାକୁ ସାକ୍ଷାତ ଶିବଙ୍କ ସ୍ୱରୂପ ବୋଲି ମନାଯାଏ। ଦୁଇମୁଖୀ ରୁଦ୍ରାକ୍ଷକୁ ଶିବ-ପାର୍ବତୀଙ୍କ ଏକତ୍ରିତ ରୂପ ବୋଲି ଧରାଯାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରୁଦ୍ରାକ୍ଷର ମହତ୍ଵ।-

ଅନିଷ୍ଟ ଗ୍ରହର ଶାନ୍ତି ପାଇଁ ରୁଦ୍ରାକ୍ଷ ଧାରଣର ବିଶେଷ ଭୂମିକା ଅଛି। ଏହାକୁ ନାଲି ସୂତାରେ ଧାରଣ କରିଲେ ଗ୍ରହପୀଡା କମ ହୋଥାଏ।

କେଉଁ ଗ୍ରହର ଶାନ୍ତି ପାଇଁ କେତେ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଆବଶ୍ୟକ-

୧. ସୂର୍ଯ୍ୟ- ଏକମୁଖୀ
୨. ଚନ୍ଦ୍ର- ଦୁଇମୁଖୀ
୩. ମଙ୍ଗଳ- ତିନିମୁଖୀ
୪. ବୁଧ- ଚାରିମୁଖୀ

ଆହୁରି ପଢନ୍ତୁ: ଜାଣିଲେ ଆଶ୍ଚର୍ଯ୍ୟ ହେବେ ସଜନା ଗଛର ଅଛି ଏହି ସବୁ ଔଷଧୀୟ ଗୁଣ।

୫. ଗୁରୁ- ପାଞ୍ଚମୁଖୀ
୬. ଶୁକ୍ର- ଛଅମୁଖଖୀ
୭. ଶନି- ସାତମୁଖୀ
୮. ରାହୁ- ଆଠମୁଖୀ
୯. କେତୁ- ନଅମୁଖୀ

କେମିତି ଧାରଣ କରିବେ ରୁଦ୍ରାକ୍ଷ-

ଆହୁରି ପଢନ୍ତୁ: ହିନ୍ଦୁ ଧର୍ମରେ ନାକ ଫୋଡାଇବା କାହିଁକି ଜରୁରୀ ହୋଇଥାଏ। ଜାଣନ୍ତୁ!

ରୁଦ୍ରାକ୍ଷ ଧାରଣ କରିବା ପାଇଁ ଶ୍ରାବଣ ମାସ ସବୁଠୁ ଉତ୍ତମ ଅଟେ। ଆପଣ ଶ୍ରାବଣ ମାସର ସୋମବାର ଦିନ ନିଜ ପାଇଁ ଆବଶ୍ୟକ ରୁଦ୍ରାକ୍ଷ ଧାରଣ କରିପାରିବେ। ସର୍ବ ପ୍ରଥମେ ଶିବଙ୍କର ଯଥାବିଧି ପୂଜାର୍ଚ୍ଚନା କରି ରୁଦ୍ରାକ୍ଷକୁ ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଏହା ପରେ ନିଜେ ସେହି ରୁଦ୍ରାକ୍ଷକୁ ଧାରଣ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!