ତୁଳସୀ ଗଛର ଅଛି କିଛି ଅଲୌକିକ ଔଷଧୀୟ ଗୁଣ ! ଜାଣନ୍ତୁ ଏହା ଦ୍ଵାରା କି କି ରୋଗରୁ ମିଳେ ଉପସମ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ତୁଳସୀ ଗଛର ଅଛି କିଛି ଅଲୌକିକ ଔଷଧୀୟ ଗୁଣ ! ଜାଣନ୍ତୁ ଏହା ଦ୍ଵାରା କି କି ରୋଗରୁ ମିଳେ ଉପସମ।

ପରିଚୟ ଓ ଦେଶଭେଦରେ ନାମ

ତୁଳସୀ ଗଛକୁ ସମସ୍ତେ ଭଲରୂପେ ଚିହ୍ନିଅଛନ୍ତି, ତେଣୁ ଏହାର ପରିଚୟ ଦେବା ନିଷ୍ପ୍ରୟୋଜନ । ଏହି ତୁଳସୀ ସାତପ୍ରକାର ମଧ୍ୟରେ ଶ୍ୱେତତୁଳସୀ ଓ କୃଷ୍ଣତୁଳସୀ ଏହି ଦୁଇଜାତି ପ୍ରଧାନ ଅଟେ । ଔଷଧାଦିରେ ପ୍ରୟୋଗ ନିମିତ୍ତ କେବଳ  ଦୁଇ ପ୍ରକାର ତୁଳସୀର ଆବଶ୍ୟକ ହୋଇଥାଏ । ଶ୍ୱେତ ତୁଳସୀର ଗଛ ଶ୍ୱେତାଳିଆ ଏବଂ କୃଷ୍ଣ ତୁଳସୀର ଗଛ କଳାବର୍ଣ୍ଣ ଦିଶେ । ଶ୍ୱେତ ତୁଳସୀ ଅପେକ୍ଷା କୃଷ୍ଣ ତୁଳସୀ ଗୁଣରେ ଉକ୍ରଷ୍ଟ ଅଟେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଉକ୍ରଳରେ ଏହାକୁ ତୁଳସୀ, ବଙ୍ଗଳାରେ ତୁଲସୀ ଓ ଜନାର, ହିନ୍ଦିରେ ନାଜ୍‌ବୁ ସ ବରଣ୍ଡା, ତେଲୁଗୁରେ ତୁଲିସୀ ଚେଟ୍ଟୁ ଇୟୁଲସୀ ଓ ଗଗ୍‌ଗେରଗ ଚେଟ୍ଟୁ, ସଂସ୍କୃତରେ ଦେବଦୁଲ୍ଲଭା ବିଷ୍ଣୁବଲ୍ଲଭା, ଅମରବଲ୍ଲଭା, ଦେବଦୁନ୍ଦୁଭି, ତୁଳସୀ ଅପେତ ରାକ୍ଷସୀ ସୁରସା, ସୁଲଭା, ମଞ୍ଜରୀ, ବହୁମଞ୍ଜରୀ, ଶୁଳଘ୍ନୀ, ପୋଷିଣୀ, ରକ୍ଷଣୀ ରକ୍ଷାକାରିଣୀ ତ୍ରିପୁରା ଓ ଗୌରୀ ପ୍ରଭୃତି କୁହାଯାଏ ।

<<Vastu>>> | <<< Jataka Bichara >>>

ଶାସ୍ତ୍ରୋକ୍ତ ଗୁଣ ଓ ମାତ୍ରା

ତୁଳସୀ ଅଳ୍ପତିକ୍ତ ମିଶ୍ରିତ କଟୁରସ, ଅଗ୍ନିବର୍ଦ୍ଧକ, ରକ୍ଷାକାରକ, ଉଷ୍ଣବୀର୍ଯ୍ୟ, ଅଗ୍ନିବର୍ଦ୍ଧକ ଓ କଫଶ୍ଲେଷ୍ମଘ୍ନ ଏବଂ କୃମି, ଶ୍ଳେଷ୍ମା, କାସଜ୍ୱର, ବାତ, ବାୟୁ, ବାନ୍ତି, କ୍ଷୟ, କ୍ଷତ, କୁଷ୍ଠ, ରକ୍ତସ୍ରାବ, ରକ୍ତବିକୃତି, ଭୂତାବେଶ, ମୂତ୍ରକୃଚ୍ଛ୍ର ଓ ଗଳଗଣ୍ଡ ନିବାରକ ଅଟେ । ଏହାର ମାତ୍ରା ଦୁଇଅଣାରୁ ଆଠଅଣା ।

ରୋଗରେ ବ୍ୟବହାର ବିଧି

୧. ତୁଳସୀପତ୍ର ରସ ସହିତ ମହୁ ମିଶାଇ ସେବନ କରାଇଲେ ଶିଶୁମାନଙ୍କର ସମସ୍ତ ପ୍ରକାର ସର୍ଦ୍ଦି, କାସ, ଶ୍ୱାସ, ବାନ୍ତି ଓ ଜ୍ୱର ପ୍ରଭୃତି ଭଲ ହୋଇଯାଏ ।

୨. ଅଦାରସ ସଙ୍ଗରେ ତୁଳସୀପତ୍ର ରସ ଓ ମହୁ ମିଶାଇ ସେବନ କରାଇଲେ ଶିଶୁମାନଙ୍କର ବହୁ ଦିନର ଜ୍ୱର, ଶ୍ଳେଷ୍ମା, କାସ ଏବଂ ବସନ୍ତର ପୀଡ଼ା ନିବାରିତ ହୁଏ । ଆହୁରି ମଧ୍ୟ ଏଥିରେ ପିଲାମାନଙ୍କର ପେଟଫମ୍ପା ବାନ୍ତି ଓ ଝାଡା ମଧ୍ୟ ନିବାରଣ ହୋଇଥାଏ ।

୩. ପ୍ରତ୍ୟେହ ସକାଳୁ ପିଲାମାନଙ୍କୁ ଚାରି କିମ୍ବା ପାଞ୍ଚଟି ଲେଖାଏ ତୁଳସୀପତ୍ର ଚୋବାଇ କରି ଖାିଲେ ସେମାନଙ୍କର କ୍ଷୁଧା ବୃଦ୍ଧି ହୁଏ ଏବଂ ଖାଦ୍ୟଦ୍ରବ୍ୟ ସହଜରେ ହଜମ ହୋଇଯାଏ, ଆଉ ମଧ୍ୟ ଏହି ଉପାୟ ଦ୍ୱାରା ସେମାନଙ୍କର ଦେହ ସବୁଦିନକୁ ଭଲ ରହେ ବୋଲି ଜାଣିବ ।

୪. ତୁଳସୀପତ୍ର ରସ ସଙ୍ଗରେ ଗାଈଘିଅ ଏବଂ ଗୋଲମରିଚ ଗୁଣ୍ଡା ମିଶାଇ କିଛିଦିନ ସେବନ କଲେ କାସ, ଶ୍ୱାସ, ଜ୍ୱର, କଫ, ବାତ ଏବଂ ଅଜୀର୍ଣର୍ ପ୍ରଭୃତି ଭଲ ହୋଇଯାଏ ।

୫. ତୁଳସୀପତ୍ର ରସ ସଙ୍ଗରେ କେବଳ ଗୋଲମରିଚଗୁଣ୍ଡା ମିଶାଇ କିଛିଦିନ ସେବନ କରିଲେ ସବୁପ୍ରକାର ଜ୍ୱର ଭଲ ହୋଇଯାଏ ।

ଆହୁରି ପଢନ୍ତୁ: ଜାଣିଲେ ଆଶ୍ଚର୍ଯ୍ୟ ହେବେ ସଜନା ଗଛର ଅଛି ଏହି ସବୁ ଔଷଧୀୟ ଗୁଣ। 

୬. କେବଳ ତୁଳସୀପତ୍ର ରସକୁ ନେଇ ବିଛା କାମୁଡ଼ା ସ୍ଥାନରେ ଦେଇ ମର୍ଦ୍ଦନ କରିଲେ ସେଥିରେ ଜ୍ୱାଳା ଯନ୍ତ୍ରଣାଦି ନିବାରିତ ହୁଏ ।

୭. ତୁଳସୀପତ୍ର ରସକୁ କିଛିଦିନ ପର୍ଯ୍ୟନ୍ତ ସେବନ କରିଲେ ଅମ୍ଳପିତ୍ତ, ଉପଦଂଶ, ବ୍ରଣ ବାଗୀ ଓ ଦୁଷ୍ଟକ୍ଷତ ପ୍ରଭୃତି ନିବାରିତ ହୁଏ ।

୮. ଯେକୌଣସି ପ୍ରକାର ମେହରୋଗରେ ତୁଳସୀ ମଞ୍ଜିକୁ ବାଟି ସେଥିରେ ମିଶିରି ମିଶାଇ ସେବନ କରିଲେ ତିନିଦିନ ମଧ୍ୟରେ ଉପକାର ମିଳିଥାଏ ।

୯. ତୁଳସୀପତ୍ର ରସକୁ ମୁଣ୍ଡରେ ମାଲିସ କରିଲେ ମଜ୍ଜାଶ୍ଳେଷ୍ମା ପୀଡ଼ା ହଠାତ୍‌ ନିବାରିତ ହୁଏ ।

ତାନ୍ତ୍ରିକ ପ୍ରୟୋଗ ବିଧି

୧. ଘର ଚାରିପାଖରେ ତୁଳସୀ ଗଛ ଲଗାଇଲେ ସେ ଘରେ ହଇଜା ପ୍ରଭୃତି ସଂକ୍ରାମକ ରୋଗ ପ୍ରବେଶ କରେ ନାହିଁ ।

୨. ତୁଳସୀ ମୂଳର ମାଟିକୁ ପ୍ରତ୍ୟେହ ସ୍ନାନ ପରେ ଚିତା ଲଗାଇଲେ ସବୁକାର୍ଯ୍ୟ ସିଦ୍ଧ ହୁଏ ଏବଂ ସମସ୍ତେ ବଶୀଭୂତ ହୁଅନ୍ତି ।

ଆହୁରି ପଢନ୍ତୁ: ନିମ୍ବ ଦ୍ଵାରା ହେବ ସମସ୍ତ ରୋଗର ନାଶ। ଜାଣନ୍ତୁ ନିମ୍ବ ଗଛର ଔଷଧୀୟ ଗୁଣ।

୩. କୌଣସି ଗୁରୁବାର ଦିନ ପୂର୍ଣ୍ଣିମା ହୋଇଥିଲେ ସେଦିନ ସ୍ନାନାନ୍ତେ ତୁଳସୀର ମୂଳ ମୂର୍ତ୍ତିକାକୁ ଆଣି ନିଜ ସଙ୍ଗରେ ରଖି ବିବାଦ ସ୍ଥାନକୁ ବା ବିଚାରାଳୟକୁ ଗଲେ ଯଶ ମିଳିଥାଏ ।

୪. ତୁଳସୀ ଗଛରୁ ଝଡିଥିବା ପତ୍ରକୁ ଆଣି ପିଲାର ମସ୍ତକ ଏବଂ ଦେହରେ ଘର୍ଷଣ କରି ପକାଇ ଦେଲେ ସେ ପିଲା ଦେହରୁ ଜ୍ୱର ଆଦି ସମସ୍ତ ପ୍ରକାର ବିକୃତି ଓ ଦୃଷ୍ଟିଦୋଷ ଆଦି ନିବାରଣ ହୋଇଥାଏ ।

୫. ତୁଳସୀ ଗଛର ପୋକକୁ ସୁନା କିମ୍ବା ରୂପା ଡେଉଁରିଆରେ ପୂରାଇ ବାହୁରେ ବାନ୍ଧିଲେ ସବୁ କାର୍ଯ୍ୟରେ ଯଶ ହୁଏ । ଶତୃ ସବୁ ମିତ୍ର ହୁଅନ୍ତି ଏବଂ ଦେହରେ କୌଣସି ପକ୍ରାର ସଂକ୍ରାମକ ରୋଗ ପ୍ରବେଶ କରିପାରେ ନାହିଁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!