ଜାଣିଲେ ଆଶ୍ଚର୍ଯ୍ୟ ହେବେ ସଜନା ଗଛର ଅଛି ଏହି ସବୁ ଔଷଧୀୟ ଗୁଣ।
ପରିଚୟ ଓ ଦେଶଭେଦରେ ନାମ
ଏହା ଦୁଇପ୍ରକାର ଥାଏ । ଏହା ମଧ୍ୟରୁ ଗୋଟିଏ ଜାତି ଶ୍ୱେତ ଓ ଅନ୍ୟଟି ରକ୍ତ । ଶ୍ୱେତଜାତି ସଜନା ଯେ ସମ୍ପୂର୍ଣ୍ଣ ଧଳା ତାହା ନୁହେଁ ସାଧାରଣ ଗଛମାନଙ୍କ ପରି ଦିଶେ । ରକ୍ତଜାତି ସେପରି ପତ୍ରର ନାଡରେ ଟିକିଏ ଲାଲ ଦେଖାଯାଏ । ଏଣୁ ଏ ଦୁଇପ୍ରକାର ସଜନାର ଗୁଣ ଏକପ୍ରକାର । ଏହାକୁ ସମସ୍ତେ ଭଲରୂପେ ଚିହ୍ନି ଅଛନ୍ତି । ତେଣୁ ଏ ସ୍ଥାନରେ ଏହାର ଅଧିକ ପରିଚୟ ଦିଆଗଲା ନାହିଁ । ଏହି ଦୁଇପ୍ରକାର ସଜନାକୁ କେହି କେହି ଗୋଟିଏ ଜାତିକୁ ସଜନା ଓ ଆଉ ଗୋଟିଏ ଜାତିକୁ ମୁଗୁନା ବୋଲି କହନ୍ତି । ଏହାର ମଞ୍ଜିକୁ ଶ୍ୱେତ ମରିଚ କୁହାଯାଏ । ଏହାର ପତ୍ର, ଫୁଲ ଓ ଛୁଇଁ ବା ସବୁ ତରକାରୀ ଭଜା ପ୍ରସ୍ତୁତି ହୁଏ । ଏହା ବଡ଼ ରୁଚିକର ଅଟେ ।
ଉକ୍ରଳରେ ଏହାକୁ ସଜନା, ବଙ୍ଗଳାରେ ସଜିନା, ହିନ୍ଦିରେ ସୈଜିନା, ଶୋହିଞ୍ଜନ ଓ ସଞ୍ଜସ, ତେଲୁଗୁରେ ମୁନଂଗା ଏବଂ ସଂସ୍କୃତରେ ଶିଗ୍ରୁ ଶୋଭାଞ୍ଜନ, ତୀକ୍ଷଣ ଗନ୍ଧକ, ଶୋଭାଞ୍ଜନ ଓ ଅକ୍ଷୀବ ପ୍ରଭୃତି କୁହାଯାଏ ।
<<Vastu>>> | <<< Jataka Bichara >>>
ଶାସ୍ତ୍ରୋକ୍ତ ଗୁଣ ଓ ମାତ୍ରା
ସଜନା କଟୁତିକ୍ତ ମିଶ୍ର ମଧୁର ରସ, ଉଷ୍ଣବୀର୍ଯ୍ୟ, ରୁକ୍ଷ ଅଗ୍ନିଦୀପକ, ରୁଚିକର, ତୀକ୍ଷୁଣ, ଚକ୍ଷୁର ହିତକର, ବୀର୍ଯ୍ୟବର୍ଦ୍ଧକ, ବଳକର, ଧାରକ, ବିଦାହୀ, କ୍ଷାରମୟ ରକ୍ତପିତ୍ତକର, ବାୟୁବର୍ଦ୍ଧକ ଏବଂ କଫ, କୃମି, ଶୋଥ, ଅରୁଚି, ପ୍ଳୀହା, ବିଷଦୋଷ, ମେଦରୋଗ, ଗୁଳ୍ମ, ବ୍ରଣ, ଭଗନ୍ଦର, ଗଳଗଣ୍ଡ, ଶୁକ୍ରବିକୃତି, ଶୁକ୍ର କ୍ଷୟଜନିତ ପୀଡ଼ା, ବିଦ୍ରଧି, ଯାବତୀୟ ପ୍ରକାର କ୍ଷତ ପିତ୍ତଦୋଷ ଓ ସମସ୍ତ ପ୍ରକାର ଚକ୍ଷୁରୋଗ ନିବାରକ ଅଟେ । ମାତ୍ରା-ତୁଇଅଣାରୁ – ଆଠଅଣା ।
ରୋଗରେ ବ୍ୟବହାର ବିଧି
୧. ଏହାର ମଞ୍ଜିକୁ ଶୁଖାଇ କୁଟି ଚୂର୍ଣ୍ଣକରି ଶୁଙ୍ଘିଲେ ଅଧାକପାଳି ବିନ୍ଧା ଓ ଉକ୍ରଟ ମୁଣ୍ଡବ୍ୟଥା ଅଳ୍ପସମୟ ମଧ୍ୟର ନିବାରିତ ହୁଏ ।
୨. ଏହାର ମଞ୍ଜି ଭିତରେ ଥିବା ଶସକୁ ମହୁ ସହିତ ଉତ୍ତମ ରୂପେ ମର୍ଦ୍ଦନ କରି ଚକ୍ଷୁରେ ଅଞ୍ଜନ ଘେନିଲେ ସମସ୍ତ ପ୍ରକାର ଚକ୍ଷୁରୋଗ ଭଲ ହୋଇଥାଏ ।
୩. ସଜନା ଛେଲିକୁ ଜଳରେ ଘୋରି ଲଗାଇଲେ ବଥ, ବାଗୀ, ବାଳମୂଳିଆ, କାଖଗୋଲି ପ୍ରଭୃତି ଭଲ ହୋଇଯାଏ ।
୪. ସଜନା ଛେଲି ଓ ଶ୍ୱେତ ସୋରିଷ ଏ ଦୁଇ ଦ୍ରବ୍ୟକୁ ଏକତ୍ର ଗୋରୁ ମୂତ୍ରରେ ବାଟି ଲେପଦେଲେ (ଗୋଡ଼ଫୁଲା) ନିବାରିତ ହୁଏ ।
ଆହୁରି ପଢନ୍ତୁ: ମନ୍ତ୍ର କ’ଣ? ଜାଣନ୍ତୁ ସାଧନା କରିବାର…..
୫. ସଜନା ପତ୍ରର ରସ ଓ ଲୁଣ ଏକତ୍ର କରି ନଚେତ୍ ସଜନା ପତ୍ରରସ ଓ ଲୁଣ ଏକତ୍ର ମିଶାଇ ବାରମ୍ବାର ମାଲିସ୍ କଲେ ବହୁତ ଦିନର ଯାଦୁ, ନୂତନ ଯାଦୁ, ଅଇଂଠାଯାଦୁ ଆଦି ଅଳ୍ପଦିନ ମଧ୍ୟରେ ଭଲ ହୋଇଯାଏ ।
୬. ସଜନା ପତ୍ର ରସକୁ ଅଳ୍ପ ଉଷୁମ କରି ଯେ କୌଣସି ପ୍ରକାର ଫୁଲା କିମ୍ବା ବ୍ୟଥା କରୁଥିବା ସ୍ଥାନରେ ମାଲିସ କଲେ ତାହା ଶୀଘ୍ର ନିବାରିତ ହୁଏ ।
୭. ମହୁ ସହିତ ନଚେତ୍ ଗାଈ ଲହୁଣୀ ସହିତ ଅଭାବେ ଜଳ ସହିତ ଏହାର ମଞ୍ଜି ଭିତରେ ଥିବା ଶସକୁ ଘୋରି ଚକ୍ଷୁରେ ଅଞ୍ଜନ କଲେ ଝାପସା ଦୁଷ୍ଟି, ଅନ୍ଧାରକଣା, ଚକ୍ଷୁ ଲାଲ୍ ହେବା ଏବଂ ଚକ୍ଷୁରୁ ପାଣି ବୋହିବା ଓ ବିନ୍ଧିବା ଆଦି ସବୁ ନିବାରିତ ହୁଏ ।
୮. ସଜନା ପତ୍ର ରସରେ ମହୁ ମିଶାଇ ଚକ୍ଷୁରେ ଅଞ୍ଜନ ପ୍ରାୟ ଘେନିଲେ ଆଖିରେ ଫୁଲା ପଡ଼ିବା, ବିନ୍ଧିବା, ଲାଲ୍ହେବା ଓ ପାଣିବୋହିବା ଆଦି ନିବାରିତ ହୋଇ ଚକ୍ଷୁର ଦୀପ୍ତି ବୃଦ୍ଧି କରାଏ ।
୯. ଜଳରେ ସଜନା ଛେଲିକୁ ସିଝାଇ ଛାଣି ଅଳ୍ପ ଉଷ୍ଣଥାଇ ସେହି ଜଳରେ ଧୌତ କରିଲେ ବ୍ରଣ, ବାଗୀ, ଭଗନ୍ଦର, ବିଞ୍ଚ୍, ବିବର୍ଚ୍ଚିକା ଓ ଯାବତୀୟ ପ୍ରକାର କ୍ଷତ ନିବାରିତ ହୁଏ ।
୧୦. ଲୌହ ମଳ ଓ ସଜନା ଛେଲି ଏ ଦୁଇଦ୍ରବ୍ୟକୁ ଏକତ୍ର ଚିକ୍କଣ କରି ବାଟି ଲଗାଇଲେ ବିଞ୍ଚ୍, ବିବର୍ଚ୍ଚିକା, କନ୍ଦା ପ୍ରଭୃତି ଚର୍ମରୋଗ ଭଲ ହୁଏ ।
୧୧. ସଜନାଗଛ ମୂଳର ଛେଲିକୁ ଆଣି ଜଳରେ ସିଝାଇ ଛାଣି ଶୀତଳକରି ପାନ କରାଇଲେ ଅଶ୍ମରୀ ନିବାରିତ ହୁଏ ।
୧୨. ସଜନା ଛେଲି ରସ ସଙ୍ଗରେ ମିଶିରି ନଚେତ୍ ମହୁ ମିଶାଇ ସେବନ କଲେ ଅନ୍ତର୍ବିଦ୍ରଧି ଭଲ ହୋଇଯାଏ ।
୧୩. ଦେବଦାରୁ ସହିତ ସମ ପରିମିତ ସଜନା ଛେଲି ମିଶାଇ ଏକତ୍ର କାଞ୍ଜି ପାଣିରେ ବାଟି ନିଆଁରେ ଉଷ୍ଣକରି ପ୍ରଲେପ କଲେ ଅପଚୀ ହୋଇଯାଏ ।
ଆହୁରି ପଢନ୍ତୁ: ଏହି ସବୁ ଫୁଲରେ ହେବେ ଦେବାଦେବୀ ପ୍ରସନ୍ନ….
୧୪. ବାହ୍ୟବିଦ୍ରଧି ନିବାରଣ ନିମନ୍ତେ କେବଳ ସଜନା ଛେଲିକୁ ବାଟି ନିଅାଁରେ ଗରମ କରି ଲେପ ଦେବ । ଏଥିରେ ରୋଗୀ ଯେତେ ପୀଡ଼ା ଲଭୁଥିବ ତାହା ସବୁ ନିବାରିତ ହୁଏ ।
୧୫. ସଜନା ସହିତ ଅଳ୍ପ ଲୁଣ ମିଶାଇ ହାତରେ ଭଲରୂପେ ମର୍ଦ୍ଦନ କରି ଚିପୁଡ଼ି ସେହି ରସକୁ ଦୁଇବୁନ୍ଦା ନାକରେ ପକାଇଲେ ଉହାଜ୍ୱର ଛାଡିଯାଏ ।
୧୬. ସୋରିଷ ଓ ସଜନା ଛେଲି ଏକତ୍ର ବାଟି ସେବନ କରି ଉପରେ ଉଷ୍ଣଜଳରୁ କିଛି ପାନ କରିଲେ ଉଦର ବାୟୁ, ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ଗଳ୍ମ, ପ୍ଳୀହା, କୃମି, ବିଷଦୋଷ ଓ ମେଦବୃଦ୍ଧି ରୋଗ ଭଲ ହୋଇଯାଏ ।
୧୭. ସଜନା ପତ୍ର ରସରେ ଲୁଣ ମିଶାଇ ହାତରେ ମର୍ଦ୍ଦନ କରିଲେ ଚର୍ମଦଳା ଓ କନ୍ଦା ଭଲ ହୋଇଯାଏ ।
ତାନ୍ତ୍ରିକ ପ୍ରୟୋଗ ବିଧି
୧. ଯେକୌଣସି ଶନିବାର ଦିନ ସକାଳୁ ସଜନାଗଛ ମୂଳର ଛେଲିକୁ ଆଣି ଶୁଖାଇ କୁଟି ଚୂର୍ଣ୍ଣକରି ଝୁଣାରେ ମିଶାଇ ଧୂପ ଦେଲେ ସବୁପ୍ରକାର କୀଟ ବିନାଶ ହୁଅନ୍ତି ।
୨. ସଜନା ଗଛର ଅଠାକୁ ଶନିବାର ଦିନ ସକାଳୁ ଅଧୁଆ ମୁହଁରେ ଆଣି ନିଅାଁରେ ଅଳ୍ପ ଗରମ କରି ଆମବାତ ରୋଗୀର ଆଣ୍ଠୁରେ ଲଗାଇ ମର୍ଦ୍ଦନ କରିଲେ ସେ ରୋଗୀର ଆଣ୍ଠୁରୁ ଦରଜ ନିବାରିତ ହୁଏ ।
ଆହୁରି ପଢନ୍ତୁ: ଜାଣନ୍ତୁ! ମିଥୁନ ରାଶି ଜାତ ବ୍ୟକ୍ତିଙ୍କ ଶୁଭ ରଙ୍ଗ….
୩. ସଜନା ଗଛରେ ବସା କରିଥିବା ଚଢ଼େଇ ପକ୍ଷୀରୁ ଅଳ୍ପ ଆଣି କୃଷି କିଆରିରେ ଶରତ ଋତୁର ଶନିବାର ଦିନ ସକାଳୁ ପୋତିଦେଲେ ସେ କୃଷିରେ ଏତେ ଫଳ ହୁଏ ଯେ ତାହା ଘରଦ୍ୱାରେ ରଖିବାକୁ ସ୍ଥାନ ମିଳେ ନାହିଁ ।
୪. ଚନ୍ଦ୍ରଗ୍ରହଣ ବେଳରେ ଏ ଗଛର ମୂଳ ଛେଲିକୁ ଆଣି ଶୁଖାଇ କୁଟି ଚୂର୍ଣ୍ଣକରି ରଖିଥିବ । ଯେତେବେଳେ ଯେଉଁ ସ୍ଥାନକୁ ଯିବାକୁ ଇଛା କରିବ ସେତେବେଳେ ଏହି ଚୂର୍ଣ୍ଣରୁ ଅଳ୍ପ ମୁଣ୍ଡରେ ଲଗାଇ ଗଲେ ସବୁ କାର୍ଯ୍ୟ ସିଦ୍ଧି ହୋଇଥାଏ ।
୫. ଯେକୌଣସି ଶନିବାର ଦିନ ସକାଳୁ ଅଧୁଆ ମୁହଁରେ ସଜନା ଛେଲିକୁ ଆଣି କାକର ଜଳ ସହିତ ପେଷଣକରି ଗୁହାଳରେ ପକାଇଲେ ସେ ଗୁହାଳରେ ଥିବା ଗୋରୁମାନଙ୍କ ଦେହରେ କୌଣସି ରୋଗ ପ୍ରବେଶ କରିପାରେ ନାହିଁ ।